Odisha news

କରୋନା ମହାମାରୀର ଲକ୍ଷଣକୁ ମାତ୍ର ୩୦ ସେକେଣ୍ଡରେ କହି ପାରିବ ଏହି ମେସିନି

0

ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ୱରେ ଭୟ ଓ ଆତଙ୍କ ଖେଳି ଯାଇଛି l କରୋନା ଟୀକା ଆସିବାର ଆଶଙ୍କାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି l ତଥାପି ବର୍ତମାନ ସମୟରେ କରୋନାର ଯାଞ୍ଚ କରିବା ପ୍ରାଥମିକତା ଅଟେ l ତେଣୁକରି ଗୋଟିଏ ସନ୍ତୁଷ୍ଟ କଲା ଭଳି ଖବର ଝାରଖଣ୍ଡରୁ ଆସିଛି l ଝାରଖଣ୍ଡର କୋଡରମା ନିବାସୀ ଜଣେ ଯୁବକ ଏପରି ଗୋଟିଏ ଟେକ୍ନୋଲୋଜି ଖୋଜିଛନ୍ତି ,ଯାହା ସାହାଯ୍ୟରେ ମାତ୍ର ୩୦ ସେକେଣ୍ଡରେ ଛାତିର ଏକ୍ସରେ ସାହାଯ୍ୟରେ କରୋନା ଲକ୍ଷଣ ବିଷୟରେ ଯନି ହେବ l

ଏହି ଟେକ୍ନୋଲୋଜିଟି ଟିବି ରୋଗର ଲକ୍ଷଣକୁ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଥିଲା l କିନ୍ତୁ କରୋନା ପାଇଁ ଏହାକୁ ଅଧିକ ବିକଶିତ କରାଗଲା l ପୋଡରମା ଜିଲ୍ଲାରେ ରହୁଥିବା ୨୮ ବର୍ଷୀୟ ଅଙ୍କିତ ମୋଦି ମୁମ୍ବାଇର ଏକ କମ୍ପାନୀରେ ସହ ସଂସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି l ତାଙ୍କ କମ୍ପାନୀ ଗୋଟିଏ ଅଟିଫିସିଆଲ ଇଣ୍ଟେଲିଜେଣ୍ଟ ଟେକ୍ନଲୋଜି ଖୋଜିଛି l ଏହା ମାତ୍ର ଏକ ମିନିଟରେ ମସ୍ତିଷ୍କର ସିଟିସ୍କାନର ରିପୋର୍ଟ ମଧ୍ୟ ଦେଇ ପାରିବ l ଖାସ କଥାଟି ଏହାଯେ ଅଙ୍କିତ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ତିଆରି ହୋଇଥିବା ଏହି ସ୍ପଟୱେରରେ ରେଡ଼ିଓ ଲୋଜିଷ୍ଟର ଆବଶ୍ୟକତା ପଡିବ ନାହିଁ l

ଏହାର ପ୍ରୟୋଗ ଆମେରିକା ,ଇଙ୍ଗଲଣ୍ଡ ,ଫ୍ରାନ୍ସ ,ଇଟାଲୀ ସମେତ ବିଶ୍ୱର ୨୦ ଟି ରୁ ଅଧିକ ଦେଶରେ କର ଯାଉଛି l ଅଙ୍କିତ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ସ୍ପଟୱେର ବିଷୟରେ ଗତ କିଛି ଦିନ ତଳେ ଆମେରିକାର ପ୍ରସିଦ୍ଧ ଖବର କାଗଜ ନିୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଥିଲା l ଯେଉଁ ହସ୍ପିଟାଲ ଗୁଡିକରେ ଏକ୍ସରେ ରିପୋର୍ଟ ଆସିବା ପାଇଁ ଅନେକ ଦିନ ଲାଗୁଥିଲା ବର୍ତମାନ ସେଠାରେ ଏହି ସ୍ପଟୱେରର ସାହାଯ୍ୟ ନିଆଯିବ l ଯେଉଁଠାରେ ଡାକ୍ତର ମାନେ ଦିନକୁ ୨୦ ଟି ଏକ୍ସରେ କରୁଥିଲେ ବର୍ତମାନ ସେମାନେ ୧୦୦ ରୁ ଅଧିକ ଏକ୍ସରେ କରି ରିପୋର୍ଟ ଦେଇ ପାରିବେ l ଫ୍ରାନ୍ସ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟକା : ଠୋକର ମାରିଲେ ଇମ୍ରାନ୍ ଙ୍କ ପ୍ରସ୍ତାବକୁ

 

 

 

 

 

 

Leave A Reply