ରାୟଗଡା (Rabindra Patkhandal) : ରାୟଗଡ଼ା ସହର ସ୍ଥିତ କସ୍ତୁରୀ ନଗର ୟୁନିୟନ ବ୍ୟାଙ୍କ ଶାଖାରେ ସିବିଆଇ ଚଡ଼ାଉ ହୋଇଛି । ୫୦ କୋଟି ଉର୍ଦ୍ଧ ଟଙ୍କାର ଋଣ ଅର୍ଥକୁ ଠକେଇ ଅଭିଯୋଗ ମାମଲାକୁ ନେଇ ଏହି ଚଡ଼ାଉ ହୋଇଥିବା ସୂଚନା ରହିଛି । ବର୍ତ୍ତମାନର ୟୁନିୟନ ବ୍ୟାଙ୍କ ସହିତ ଆନ୍ଧ୍ରବ୍ୟାଙ୍କର ମିଶ୍ରଣ ହେବା ପରେ ୟୁନିୟନ ବ୍ୟାଙ୍କର ସମ୍ବଲପୁର ସ୍ଥିତ ଆଞ୍ଚଳିକ ଶାଖା ପକ୍ଷରୁ ଏହି ମାମଲା ରୁଜ୍ଜୁ କରାଯିବା ପରେ ସିବିଆଇ ତଦନ୍ତ କରିବା ଆରମ୍ବ କରିଛି ।
ପ୍ରକାଶ ଥାଉକି ରାୟଗଡା ଜିଲାରେ ପ୍ରଚୁର କପା ଉତ୍ପାଦନ ହେଉଥିବା ପରିଲିଖିତ କରି ୨୦୧୦ ମସିହାରେ ଚାବା ଶିବା ରାମକ୍ରୀଷ୍ଣା ଓ ଚାବା ବେଣୁଗୋପାଳ ୨ଭାଇ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଅଞ୍ଚଳରୁ ଆସି ରାୟଗଡା ଠରେ କପା ବିଶୋଧନ ଶିଳ୍ପ ନିର୍ମାଣ କରିଥିଲେ । ଚାବା ଶିବା ରାମକ୍ରୀଷ୍ଣା ମାଲିକାନାରେ ପ୍ରଥମେ ତୁରୁଣଶ୍ରୀ କଟନ ପ୍ରାଇଭେଟ ଲିଃ ନାମରେ ରାୟଗଡା ବ୍ର୍ରହ୍ମପୁର ରାସ୍ତାର ଦେବଦଳା ଠାରେ ଗୋଟିଏ ପ୍ରକଳ୍ପ ପ୍ରତିଷ୍ଟା କରିଥିଲେ । କପାର ବ୍ୟବସାୟ ଖୁବ ହେବାରୁ ଶିବା ନିଜର ଭାଇ ଚାବା ବେଣୁଗୋପାଳଙ୍କ ମାଲକାନରେ ସୁଭଦ୍ରା ଇଣ୍ଡାଷ୍ଟି୍ର ପ୍ରାଇଭେଟ ଲିଃ ନାମରେ ରାୟଗଡା ସହରର ଆରମ୍ଭରେ ଆଉଏକ ଶିଳ୍ପ ଖୋଲି ବ୍ୟବସାୟକୁ ବଢ଼ାଇବାରେ ଲାଗିଲେ । ପରେ ଶିବା ରାମକ୍ରୀଷ୍ଣା ତରୁଣଶ୍ରୀ ସ୍ୱିଟେକ୍ସ ପ୍ରାଇଭେଟ ଲିମିଟେଡ ନାମକ ଗୋଟିଏ ସୁତାକଳ ମଧ୍ୟ ଜିଲାର ଅମଳାଭଟା ଠାରେ ନିର୍ମାଣ କରିଥିଲେ ।
ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ଟଙ୍କା ପାଇବା ସକାଶେ କସ୍ତୁରୀ ନଗରେ ଥିବା ଆନ୍ଧ୍ରବ୍ୟାଙ୍କକୁ ମାଧ୍ୟମ କରି ୨୦୧୨ ମସିହାରୁ କ୍ରମାଗତ ଭାବେ ଋଣ ବାବଦକୁ ଟଙ୍କା ନେଇ ଚାଲିଲେ । ତେବେ ମୂଳ ୩୬କୋଟି ୪୬ଲକ୍ଷ ଟଙ୍କା ନେଇଥିବା ଅଦ୍ୟାବଦି ସୁଦ୍ଧ ଓ ମୂଳ ବାବଦକୁ ଚାବା ୨ଭାଇଙ୍କ ନାମରେ ପ୍ରାୟ ୫୦କୋଟି ୯୪ଲକ୍ଷ ଟଙ୍କାର ଋଣ ରହିଥିବା ଜଣାପଡିଛି । ତରୁଣଶ୍ରୀ କଟନ ପ୍ରାଇଭେଟ ଲିମିଟେଡ ନାମରେ ରାମକ୍ରୀଷ୍ଣା ବ୍ୟାଙ୍କରୁ ପ୍ରଥମେ ୯କୋଟି, ପରେ ୧କୋଟି ୫୦ଳକ୍ଷ ଟଙ୍କା ଋୁଣ ଆକାରରେ ନେଇଥିବା ବେଳେ ତାହ ମୂଳ ଓ ସୁଦ୍ଧ ବାବଦକୁ ବର୍ତ୍ତମାନ ୧୪କୋଟି ୬୨ଲକ୍ଷରେ ଆସି ପହଞ୍ଚିଥିବା ଜଣାପଡିଛି । ଭାଇ ବେଣୁଗୋପାଳ ସୁଭଦ୍ରା ଇଣ୍ଡାଷ୍ଟି୍ର ପ୍ରାଇଭେଟ ଲିମିଟେଡର କାରଖାନା ଓ ତତସଂଲଗ୍ନ ଜମିକୁ ବନ୍ଧକ ରଖି ୫କୋଟି ୨୬ଲକ୍ଷ ଟଙ୍କା ନେଇଥିବା ବେଳେ ତାହା ବର୍ତ୍ତମାନ ୭କୋଟି ୨ଲକ୍ଷରେ ଆସି ପହଞ୍ଚିଛି । ସେହିପରି ଶିବା ରାମକ୍ରୀଷ୍ଣା ତରୁଣଶ୍ରୀ ସ୍ୱିଟେକ୍ସ ପ୍ରାଇଭେଟ ଲିମିଟେଡ ନାମରେ ଗୋଟିଏ ସୁତାକଳ ପ୍ରତିଷ୍ଟା କରିଛନ୍ତି ।
ସେହିକଳ ବାବଦକୁ ବ୍ୟାଙ୍କରୁ ୨୦କୋଟି ୭୦ଲକ୍ଷ ନେଇଥିବା ବେଳେ ସୁଦ୍ଧ ବଢ଼ି ବର୍ତ୍ତମାନ ୩୦କୋଟି ୩୦ଲକ୍ଷରେ ପହଞ୍ଚିଥିବା କସ୍ତୁରୀ ନଗର ଶାଖାର ପକ୍ଷରୁ ପ୍ରକାଶ କରିଛନ୍ତି । ଋଣ ପରିଷଦ ନକରିବାରୁ ବ୍ୟାଙ୍କର ସର୍ଫେସି ଆକ୍ଟ ଅନୁଯାଇ ଜିଲା ପ୍ରଶାସନର ଉପସ୍ତତିରେ ୩ଟି ଯାକ ଶିଳ୍ପକୁ ଜପତି କରାଯାଇଛି । ଏହି ଶିଳ୍ପାନୁଷ୍ଟାନ ଗୁଡିକ ବ୍ୟାଙ୍କ କବଜାରେ ରହିଥିବା ସମ୍ପର୍କି ସୁଚନା ଫଳକ ମୁଖ୍ୟ ଫାଟକରେ ଲାଗିଥଲା । ଏପରିକି ବନ୍ଧକ ରଖାଯାଇଥିବା ସମ୍ପତିକୁ ବ୍ୟାଜାପ୍ତି କରିବାକୁ ୬ରୁ ୭ଥର ବ୍ୟାଙ୍କ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି । ତେବେ ପ୍ରାୟ ୫୦କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟାଙ୍କରେ ବକେୟା ଥିବାବେଳେ ଜମିର ମୂଲ୍ୟଠାରୁ ଉକ୍ତଟଙ୍କା ଯଥେଷ୍ଟ ଅଧିକ ।
ତେଣୁ ଗରାଖ ଉକ୍ତ ଶିଳ୍ପ ସହ ଜାଗାକୁ ନେବାପାଇ ମଙ୍ଗୁନଥିବା ସୁଚନା ମିଳିଛି । ସୁବଠୁର ବିସ୍ମୟର କଥାଯେ, ଜମିର ପରିମାଣ ଓ ସେଠରେ ନିର୍ମାଣ ହେବାକୁ ଯାଉଥିବା ପ୍ରତିଷ୍ଟାନର ମୁଲ୍ୟର ହିସାବ ନିକାସ କରି ନିଜକୁ ସୁହାଇଲା ଭଳି ଋଣ ବ୍ୟାଙ୍କ ଦେଇଥାଏ । ତେବେ ବାହର ରାଜ୍ୟରୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ବ୍ୟାଙ୍କ କତ୍ତୃପକ୍ଷ ଏତେ ପରିମାଣରେ ଟଙ୍କା କେଉଁ ନିୟମକୁ ଆଧାରକରି ଦେଲେ ଏବଂ କାହିିଁକି ଦେଲେ ବୋଲି ପ୍ରଶ୍ନ ଉଠିଛି ।
ଘଟଣା ସଂପର୍କରେ ୟୁନିୟନ ବ୍ୟାଙ୍କ ତରଫରୁ ସିବିଆଇରେ ମାମଲା ରୁଜ୍ଜୁ ପରେ ସିବିଆଇର ଏକ ଟିମ ରାୟଗଡା ଆସି କସ୍ତୁରୀ ନଗର ଶାଖାର ତରୁଣଶ୍ରୀ କଟନ ମିଲ ଏବଂ ଘର ଉପରେ ଚଢାଉ କରିଛି । ପ୍ରାଥମିକ ତଦନ୍ତରୁ ଋଣ ମଂଜୁର ପାଇଁ ବ୍ୟାଙ୍କ ସର୍ତର ଖିଲାଫ ହୋଇଥିବା ସହ ଜାଲ କାଗଜପତ୍ର ତିଆରି କରି ବ୍ୟାଙ୍କକୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଏଥି ସହ ସେହି ସମୟରେ ବ୍ୟାଙ୍କର କାର୍ଯ୍ୟରତ କର୍ମଚାରୀ ମାନେ ତରୁଣଶ୍ରୀ କଟନ କଂପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିବା ମଧ୍ୟ ଅଭିଯୋଗ ହୋଇଛି ।