ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ରେ ଜୈନିକ ନାବାଳକ କୁ ପୋଲିସ ଗିରଫ କରିଛି। ପୋଲିସ ର ସୂଚନା ଅନୁସାରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଦିଣ୍ଡାରାଜାଗୁଡା ର ନାବାଳିକା ଜଣକ ରାତିରେ ପରିସ୍ରା ଯିବାପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ ପୁରୁଣା ବୋରିଗୁମ୍ମା ର ନାବାଳକ ଜଣକ ନାବାଳିକା କୁ ସେଠାରୁ ଅପହରଣ କରି ନେଇ ଯାଇଥିଲା।ନାବାଳକ ଜଣକ ନାବାଳିକା କୁ ଏକ ଘରେ ଦୀର୍ଘ ଦେଡ ମାସ ରଖିଥିଲା।
ନାବାଳିକା ର ପରିବାର ଲୋକ ଝିଅ କୁ ବହୁତ ଖୋଜାଖୋଜି କରିଥିଲେ। ଶେଷରେ ଝିଅର ସନ୍ଧାନ ନ ମିଳିବା ଯୋଗୁଁ ବୋରିଗୁମ୍ମା ଥାନାରେ ଏତଲା ପ୍ରଦାନ କରିଥିଲେ। ବୋରିଗୁମ୍ମା ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ନାବାଳକ କୁ ଗିରଫ କରିଛି। ନାବାଳିକା ଜଣଙ୍କ ବୟସ ୧୪ ବର୍ଷ, ସେ ନବମ ଶ୍ରେଣୀରେ ପାଠ ପଡୁଥିବା ବେଳେ ନାବାଳକ ବୟସ ୧୭ ବୟସ,ସେ ଯୁକ୍ତ ଦୁଇ ରେ ପାଠ ପଡୁଛନ୍ତି।ବୋରିଗୁମ୍ମା ଥାନାରେ କେସ ନମ୍ବର ୧୫୭ / ୨୦୨୦ ଦଫା ପୋକ୍ସ ଆକ୍ଟ ସହ ୩୬୩,୩୭୬,୩୭୬(୩),୨୯୪,୪୧,୫୦୬ ରୁଜୁ କରାଯାଇ ନାବାଳକ କୁ ବ୍ରହ୍ମପୁର ସ୍ଥିତ ସୁଧାର ଗୃହ କୁ ପଠାଯାଇଛି।ଘଟଣାର ତଦନ୍ତ ଥାନା ଆଇଆଇସି ଶ୍ରୀ ମଣ୍ଡଳ ନିଜେ କରୁଥିବା ସୂଚନା ଦେଇଛନ୍ତି।