ହିମାଂଶୁ ଶେଖର ଆଚାର୍ଯ୍ୟ : କୁହାଯାଏ-ନ-ଅରି ନାରୀ । ଅର୍ଥାତ୍ ଯାହାର କେହି ଅରି ବା ଶତ୍ରୁ ନଥାନ୍ତି ସେ ହେଉଛି ନାରୀ । କିନ୍ତୁ ଆଜିର ସମାଜରେ ସେ ସମସ୍ୟା ଜର୍ଜରିତ, ନିଷ୍ପେଷିତ, ନିର୍ଯାତିତ, ଓ ଅବହେଳିତ । ଘରେ ବା ବାହାରେ କେଉଁଠି ସେ ନିରାପଦ ନୁହେଁ । ସବୁଠି ତା ପାଇଁ ବିପଦ । ସେ ଛୋଟ ପିଲା ହେଉ କି କିଶୋରୀ, ମଧ୍ୟବୟସ୍କା ହେଉ କି ବୟସ୍କା କଛି ବାଛ ବିଚାର ନାହିଁ ।ସବୁଆଡେ ତା ଆଡକୁ ଲୋଲୁପ ଦୃଷ୍ଟି । ସଭ୍ୟତାର ପ୍ରସାର ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଣିଷ ବହୁତ ଆଗେଇଛି । ଅସମ୍ଭବକୁ ସମ୍ଭବ କରିପାରିଛି । ସବୁଠି ତାର ଜୟଯାତ୍ରା । କିନ୍ତୁ ନାରୀ ପ୍ରତି ତାର ମନୋଭାବରେ ସେପରିକିଛି ପରିବର୍ତ୍ତନ ହୋଇନାହିଁ । ବରଂ ଦିନକୁ ଦିନ ତା ମାନସିକତାରେ ଅବକ୍ଷୟ ଘଟୁଛି । ପ୍ରତିଦିନ ଖବରକାଗଜ ପୃଷ୍ଠା ଓଲଟାଇଲେ ବା ଟିଭି ପରଦା ଖୋଲିଲେ ନାରୀ ନିର୍ଯାତନାର କରୁଣ ସ୍ୱର ଦେଖିବାକୁ ମିଳେ ।
ଆମେ ଭୁଲିଯାଉଛେ ଯେ, ଅନାଦି କାଳରୁ ନାରୀର ଭୂମିକା ବେଶ୍ ସୁସ୍ପଷ୍ଟ । । ତାର ସ୍ଥିତି, ପରିଚିତ ଓ ଜୀବନ ପ୍ରବାହ ହିଁ ସାମଗ୍ରିକ ଭାବେ ଏକ ସମାଜର ପରିଚୟ । ଏକାଧାରରେ ସେ ଜନନୀ, ଜାୟା, ଓ ଭଗିନୀ । ମା’ ହିସାବରେ ସେ ଜନ୍ମଦାତ୍ରୀ । ତା’ ବିନା ସୃଷ୍ଟି ନାହିଁ । ଜାୟା ଭାବେ ସେ ପୁରୁଷର ସହଧର୍ମିଣୀ – ତା ଦାମ୍ପତ୍ୟ ଜୀବନର ସାଥୀ । ଭଗିନୀ ହିସାବରେ ସ୍ନେହ-ଶ୍ରଦ୍ଧାର ଅଧିକାରିଣୀ ସିଏ । ତଥାପି ମହିଳାମାନଙ୍କୁ ଅନେକ ସମୟରେ ଉପେକ୍ଷିତ ହେବାକୁ ପଡୁଛି । ପରିବାର ଠାରୁ ଆରମ୍ଭ କରି ସମାଜ ବ୍ୟବସ୍ଥାରେ ସେ ହିଂସା ଓ ବୈଷମ୍ୟର ଶୀକାର ହେଉଛି । ଆଜି ମହିଳାମାନଙ୍କୁ ଯେତେ ସ୍ୱାଧୀନତା ମିଳିଛି ତାହା କେବଳ ମହିଳାମାନଙ୍କର ଦୀର୍ଘ ଦିନର ସଂଗ୍ରାମ ଓ ବଳିଦାନର ଫଳ । ଇତିହାସକୁ ନୀରିକ୍ଷଣ କଲେ ଅନେକ କଥା ଆଖି ସାମ୍ନାକୁ ଆସେ ।
ସର୍ବପ୍ରଥମେ ୧୯୧୧ ମସିହାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଥିଲା । ମାତ୍ର ଏହା ପୂର୍ବରୁ ୧୮୮୭ ମସିହା ମାର୍ଚ୍ଚମାସ ୮ ତାରିଖରେ ଆମେରିକାରେ ଏକ ବସ୍ତ୍ରଶିଳ୍ପର ମହିଳାମାନେ ତାଙ୍କ ଶ୍ରମ ୧୬ ଘଣ୍ଟାରୁ ୧୦ ଘଣ୍ଟା କରିବା ପାଇଁ ଆନେ୍ଦାଳନ କରି ରାସ୍ତାକୁ ଓହ୍ଲାଇ ଆସିଥିଲେ । ୧୯୦୯ ମସିହାରେ ମଧ୍ୟ ମହିଳାମାନେ ନିଜର ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଥିଲେ । ୧୯୧୦ ମସିହାରେ ଆନ୍ତରାଷ୍ଟ୍ରୀୟ ସମାଜବାଦୀ ମହିଳା ଅଧିବେଶନରେ ଋଷର କ୍ରାନ୍ତିକାରୀ ମହିଳା କ୍ଲାରା ଜେଟ୍କିନ୍ ମାର୍ଚ୍ଚ ୮ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବରେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ୧୯୧୨ ମସିହାରେ ଋଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଉଦ୍ୟମ କରାଯାଇଥିଲା । ୧୯୧୫ ମସିହାରେ ଅସଲୋରେ ମହିଳାମାନେ ପ୍ରଥମ ବିଶ୍ୱଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୯୩୭ ମସିହାରେ ସ୍ପେନର ମହିଳାମାନେ ଫ୍ରାନକ୍ଲିନ୍ଙ୍କର ଅତ୍ୟା·ରୀ ଶାସନ ବିରୁଦ୍ଧରେ ଲଢ଼ାଇ କରିଥିଲେ । ୧୯୪୩ ମସିହା ମାର୍ଚ୍ଚ ୮ ତାରିଖରେ ଭିଏତ୍ନାମର ନାରୀମାନେ ମାର୍କିନ ସାମ୍ରାଜ୍ୟବାଦ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଥିଲେ । ସେହିପରି ଇଟାଲୀର ମହିଳାମାନେ ସୁସୋଲିନି ତାନା ସାହିର ବିରୋଧ କରିଥିଲେ ।
ଆମ ଦେଶରେ ୧୮୫୭ ମସିହା ସିପାହୀ ବିଦ୍ରୋହ, ୧୯୨୦ ମସିହା ଅସହଯୋଗ ଆନେ୍ଦାଳନ, ୧୯୩୦ ମସିହା ଲବଣ ସତ୍ୟାଗ୍ରହ ଓ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନରେ ଭାରତୀୟ ମହିଳାମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନାରୀ ଆନେ୍ଦାଳନ ସାରା ବିଶ୍ୱର ମହିଳାମାନଙ୍କ ସ୍ଥିତିକୁ ସୁଦୃଢ଼ କରିଛି । ବିଭିନ୍ନ ସ୍ତରରେ ଆନେ୍ଦାଳନ ପରେ ନାରୀର ସ୍ଥିତିକୁ ନେଇ ବିଭିନ୍ନ ସ୍ତରରେ ବି·ର ବିମର୍ଷ ହୋଇଛି । ଏସବୁ କଥା ବି·ରକୁ ନେଇ ମିଳିତ ଜାତିସଂଘ ୧୯୭୫ ମସିହାରୁ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କରିବାକୁ ସ୍ୱୀକୃତି ଦେଇଛି ।
ମହିଳାମାନଙ୍କ ଆନେ୍ଦାଳନ ଫଳରେ ସାରା ବିଶ୍ୱରେ ଓ ଆମ ଦେଶରେ ମହିଳାମାନଙ୍କୁ ଅଭୁତପୂର୍ବ ସଫଳତା ମିଳିଛି । ଏଭଳି କାମ ନାହିଁ ଯେଉଁ କ୍ଷେତ୍ରରେ ମହିଳାମାନେ ଦକ୍ଷତାରସହ କାମକରି ଦେଖାଇନାହାଁନ୍ତି । ଆନି କୋହେନ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା ଯିଏ କି ସଫଳତାର ସହ ସାଇକେଲରେ ବିଶ୍ୱ ଭ୍ରମଣ କରିବାର ଗୌରବ ଅର୍ଜନ କରିଥିଲେ । ଏଲିନା ଲୁକ୍ରେଜିଆ ହେଉଛନ୍ତି ଏପରି ଜଣେ ମହିଳା ଯିଏକି ସର୍ବପ୍ରଥମ ଫିଲୋସଫିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ସେହିପରି ସାରାହ୍ ଡିଲିସ୍ ଆଉଟେନ୍ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା ଯିଏକି ସମୁଦ୍ର ଭିତରେ ଏକୁଟିଆ ଡଙ୍ଗାକୁ ଆହୁଲାମାରି ଜାପାନରୁ ଆଲାସ୍କା ଯାତ୍ରା କରିବାରେ ସଫଳ ହୋଇଥିଲେ ।
ଉାଲେଣ୍ଟିନା ତେରେସ୍କୋଭା ବିଶ୍ୱର ପ୍ରଥମ ମହାକାଶ·ରୀ । ଆମ ଦେଶ ତଥା ରାଜ୍ୟରେ ମହିଳାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ବୈଦିକ ଯୁଗରେ ବିଶ୍ୱବାରା, ଲୋପାମୁଦ୍ରା, ଗାର୍ଗୀ, ପୁରାଣ ଯୁଗରେ ସୀତା, ସାବିତ୍ରୀ, ଅନସୂୟା ଆଦି ନାରୀମାନେ ସମାଜରେ ଉଚ୍ଚସ୍ଥାନର ଅଧିକାରିଣୀ ହୋଇପାରିଥିଲେ । ବର୍ତ୍ତମାନର ନାରୀ ମଧ୍ୟ କୌଣସି ଗୁଣରେ କମ୍ ନୁହଁନ୍ତି । ସେହିପରି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କଠାରୁ ଆରମ୍ଭ କରି ମୀରା କୁମାର, ପି.ଟି ଉଷାଙ୍କ ଠାରୁ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସୁନିତା େ·ଧୁରୀଙ୍କ ଠାରୁ ପଦ୍ମିନୀ ରାଉତ, କିରଣ ବେଦୀଙ୍କ ଠାରୁ ରୂପା ମିଶ୍ର ଏବଂ ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କ ଠାରୁ ନନ୍ଦିତା ଦାସଙ୍କ ପର୍ଯ୍ୟନ୍ତ ସବୁଠି ନାରୀର ଜୟଯାତ୍ରା ।
ଏ ସବୁ ମହିଳାମାନଙ୍କ ଆଖିଦୃଶିଆ ସଫଳତା ସତ୍ତ୍ୱେ ମହିଳା ଜଣଙ୍କ ନାଁ ଘରେ ନା ବାହାରେ ନା କର୍ମକ୍ଷେତ୍ରରେ, ସେ କେଉଁଠି ବି ସୁରକ୍ଷିତ ନୁହେଁ । ସମାଜିକ ହିଂସା, ବଳାକôାର, ଯୌତୁକ ହତ୍ୟା, ଘରୋଇ ହିଂସା ଓ କନ୍ୟାଭ୍ରୂଣ ହତ୍ୟା ବଢ଼ିବାରେ ଲାଗିଛି । ଆଜିବି ଜଣେ ଝିଅ ଦିନରେ ହେଉ ବା ରାତିରେ ହେଉ ରାସ୍ତାରେ ସୁରକ୍ଷିତ ନୁହେଁ ।
ଆମ ଦେଶ କଥା ବିଚାରକୁ ନେଲେ ଏକ ସର୍ବେକ୍ଷଣରୁ ଜଣାପଡ଼େ ଯେ, ଭାରତରେ ପ୍ରତି ୭୮ମିନିଟ୍ରେ ଗୋଟିଏ ଯୌତୁକ ଜନିତ ବଧୂହତ୍ୟା, ପ୍ରତି ୫୯ମିନିଟ୍ରେ ଜଣେ ମହିଳା ଯୌନ ଶୋଷଣର ଶୀକାର ହେଉଥିବା ବେଳେ ପ୍ରତି ୩୪ମିନିଟ୍ରେ ଜଣେ ମହିଳା ନିର୍ଯ୍ୟାତନା ଏବଂ ପ୍ରତି ୫ଜଣ ବିବାହିତ ମହିଳାଙ୍କ ମଧ୍ୟରୁ ୩ ଜଣ ମହିଳା ଘରୋଇ ହିଂସାର ଶୀକାର ହେଉଛନ୍ତି ।
ଦୁଷ୍କର୍ମ ବା ଧର୍ଷଣ କଥା ଆହୁରି ତଦ୍ରୁପ । ଶତକଡ଼ା ୨୦ଭାଗରୁ ଅଧିକ ମହିଳା ଧର୍ଷଣର ଶୀକାର ହେଉଛନ୍ତି । ୧୯୭୮ରେ ଗୀତା େ·ପ୍ରା, ୧୮୮୮ରେ ରୂପମ୍ ବଜାଜ, ୧୯୯୩ରେ ରୁଚିକା, ୧୯୯୭ରେ ପ୍ରିୟଦର୍ଶିନୀ ମାଟ୍ଟୁ, ୧୯୯୯ରେ ଜେସିକା, ୨୦୧୩ରେ ବହୁ ଚର୍ଚ୍ଚିତ ନିର୍ଭୟା ଘଟଣା ଆମ ଭୋକ୍ତା ମନୋଭାବର ଏକ ନିଚ୍ଛକ ପରିପ୍ରକାଶ କହିଲେ ଭୁଲ୍ ହେବ ନାହିଁ । ପରବର୍ତ୍ତୀ ସମୟରେ ଇତିଶ୍ରୀ, ବେବିନାଙ୍କ ପରି ଅନେକ ମହିଳା ନିର୍ଯ୍ୟାତନାର ଶିକାର ହେବା ଘଟଣା ଆମ ବିକୃତ ମାନସିକତାର ଗୋଟିଏ ଗୋଟିଏ ଉଦାହରଣ ।
ଏବେ ଚିନ୍ତା କରିବାର ବେଳ ଆସିଛି । ପଞ୍ଚାୟତ ସ୍ତରରେ ବହୁ ସଂଖ୍ୟାରେ ମହିଳା ଭାଗ ନେଇଥିଲେ ମଧ୍ୟ ପ୍ରକୃତ କ୍ଷେତ୍ରରେ ନେତୃତ୍ୱ ନେବା କ୍ଷେତ୍ରରେ ଏବେ ବି ସେମାନେ ବହୁପଛରେ । ଉପର ସ୍ତରରେ ସ୍ଥାନ ସଂରକ୍ଷଣ ପାଇଁ ଏବେବି ବିବାଦ ତୁଟୁନାହିଁ । ଆଧୁନିକ ସମାଜରେ କନ୍ୟାଭ୍ରୁଣ ହତ୍ୟା ଦିନକୁ ଦିନ ବଢ଼ି ·ଲିଛି । କନ୍ୟା ସନ୍ତାନ ପ୍ରତି ଏପରି ବିମୁଖତା ଆନେ୍ଦø ଗ୍ରହଣୀୟ ନୁହେଁ । ଏହାକୁ ରୋକିବା ପାଇଁ କଡ଼ାକଡ଼ି ଭାବେ ଆଇନ ପାଳନ କରାଯିବା ଉଚିତ୍ । ଆଜି ମହିଳାମାନଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା, ସ୍ୱର୍ଣ୍ଣଜୟନ୍ତୀ ସ୍ୱରୋଜଗାର ଯୋଜନା ପ୍ରଣୟନ କରାଯାଇଛି । ଜାତୀୟ ତଥା ରାଜ୍ୟ ସ୍ତରରେ ମହିଳା ଆୟୋଗ କାର୍ଯ୍ୟ କରୁଛି । କେତେକ ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ସଂଗଠନ ମଧ୍ୟ ନାରୀସୁରକ୍ଷା ପାଇଁ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏ ଦିଗରେ ଆଶାନୁରୂପ ଫଳ ମିଳିନାହିଁ । ତେଣୁ, ମହିଳାମାନେ ସଚେତନ ହେବା ନିତାନ୍ତ ଆବଶ୍ୟକ ।
କେବଳ ଆଇନ ପ୍ରଣୟନ କରିଦେଲେ ମହିଳାଙ୍କ ଅଧିକାର ପ୍ରତିଷ୍ଠା କରାଯାଇ ପାରିବନାହିଁ । ସମାଜରେ ସମତା, ନ୍ୟାୟ ବିଚାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା କରିବାକୁ ହେଲେ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ରହିଛି । ମହିଳା ମାନଙ୍କୁ କ୍ଷମତା ପ୍ରଦାନ ନକଲେ ନାରୀ ମୁକ୍ତିର ସ୍ୱପ୍ନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବରଂ ଏହିପରି ଭାବରେ ନିର୍ଯାତନାର ସ୍ୱର ସାମ୍ନାକୁ ଆସୁଥିବ । ଏଥିପାଇଁ ଆମ ମାନସିକତାରେ ପରିବର୍ତ୍ତନ ହେବା ଜରୁରୀ ।