ବର୍ଷ ୨୦୨୦ ରେ ବିଶ୍ୱ ଅନେକ ପ୍ରକାର ଅସୁବିଧାକୁ ସମ୍ମୁଖୀନ କରୁଛି l ଜଳବାୟୁ ପରିବର୍ତନ ଓ କରୋନା ମହାମାରୀ ଭଳି ରୋଗ କାରଣରୁ ବିଶ୍ୱର ସମସ୍ତ ଦେଶ ଚଳିତ ବର୍ଷ ଅତ୍ୟନ୍ତ କଷ୍ଟ ଅନୁଭବ କରିଛନ୍ତି l ବର୍ତମାନ ୨୦୨୦ ସର୍ବ ପାଇଁ ଆଉ ମାତ୍ର ଗୋଟିଏ ମାସ ରହିଛି ,ସେହି ସମୟରେ ଗୋଟିଏ ଶକ୍ତିଶାଳୀ ଉଲ୍କା ପିଣ୍ଡ ପୃଥିବୀ ଆଡକୁ ଅଗ୍ରସର ହେଉଛି l ଏହା କୌଣସି ଛୋଟ ମୋଟ ଉଲ୍କା ପିଣ୍ଡ ନୁହେଁ ,ଏହା ପୃଥିବୀର ସବୁଠୁ ଉଚ୍ଚ ପ୍ରାସାଦ ଦୁବାଇର ବୁର୍ଯ୍ ଖଲିପା ଭଳି ଦୀର୍ଘ ଅଟେ l ନାସାର ବୈଜ୍ଞାନିକ ମାନଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି ଯେ 152301 2000 WO 107 ନାମକ ଉଲ୍କା ପିଣ୍ଡଟି ନଭେମ୍ବର ୨୯ ତାରିଖ ପୃଥିବୀର ନିକଟତର ହୋଇ ଗତି କରିବ l
ଏହି ଉଲ୍କା ପିଣ୍ଡଟି ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଗତି କରୁଛି l ଏହି ଉଲ୍କା ପିଣ୍ଡର ଲମ୍ବା ୮୨୦ ମିଟର ପାଖାପାଖି ଅଟେ l ବୁର୍ଯ୍ ଖଲିଫାର ଉଚତା ୮୨୯ ମିଟର ଅଟେ l ଏହା ଦୁନିଆର ସବୁଠୁ ଦୀର୍ଘ ମାନବ ନିର୍ମିତନ ପ୍ରସାଦ ବୋଲି କୁହାଯାଉଛି l ବୈଜ୍ଞାନିକ ମନେର କହିଛନ୍ତି ଏହି ଉଲ୍କା ପିଣ୍ଡର ଗତିରୁ ଜଣା ପଡୁଛି ଯେ ଏହା କୌଣସି ବନ୍ଧୁକରୁ ବାହାରୁଥିବା ଗୁଳିଭଳି ଦ୍ରୁତ ବେଗରେ ଆସୁଛି l ପୃଥିବୀ ଓ ଚନ୍ଦ୍ରମା ମଧ୍ୟରେ ପାଖାପାଖି ଦୂରତା ୩୭୫୦୦୦ କିଲୋମିଟର ଅଟେ l
କିନ୍ତୁ ବୈଜ୍ଞାନିକ ମାନେ ଦ୍ରୁତ ଗତିରେ ଆସୁଥିବା ଏହି ଉଲ୍କା ପିଣ୍ଡକୁ ଆଖିଆଗରେ ରଖି ତା ସଂପର୍ଶରେ ପୃଥିବୀର କେଉଁ ଅଂଶ ଆସିପାରେ ସେଥିପାଇଁ ଚିନ୍ତିତ ଅଛନ୍ତି l ବୈଜ୍ଞାନିକ ମାନେ ଆହୁରି ମଧ୍ୟ ଚିନ୍ତିତ ଅଛନ୍ତି ଯେ ଯଦି ଏହା ପୃଥିବୀ ଉପରେ ପଡିଲା ତେବେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି l କିନ୍ତୁ ନାସା ପକ୍ଷରୁ କୁହାଯାଇଛି ଯେ ଏହି ଉଲ୍କା ପିଣ୍ଡଟି ପୃଥିବୀ ନିକଟତର ଦେଇ ଅତିକ୍ରମ କରିବ l ନାସାର ବୈଜ୍ଞାନିକ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ୪.୬ ବିଲିୟନ ବର୍ଷ ପୂର୍ବରୁ ତିଆରି ହୋଇଥିବା ଆମର ସୌର ମଣ୍ଡଳର ଚଟାଣ ,ଵାୟୁହୀନ ଆବଶେଷକୁ ଉଲ୍କା ପିଣ୍ଡ କୁହାଯାଏ l ନାସା ପକ୍ଷରୁ କୁହ ଯାଇଛି ଯେ ଚଳିତ ବର୍ଷ ଅନେକ ଛୋଟ ବଡ଼ ଉଲ୍କା ପିଣ୍ଡ ପୃଥିବୀର ନିକଟତର ଦେଇ ଗତି କରିଛନ୍ତି l