ଯୁଧିଷ୍ଠିରଙ୍କ ରାଜତିଳକ ସମୟରେ କୃଷ୍ଣ କହିଥିବା ୫ଟି ଗୁରୁତ୍ୱପୂର୍ଣ କଥା ଯାହା ସୁଖ ଓ ସମୃଦ୍ଧି ବଢ଼ିବାରେ ସହାୟକ ହୋଇଥାଏ
କୁରୁକ୍ଷେତ୍ର ଯୁଦ୍ଧରେ କୌରବ ମାନେ ହରି ଯାଇଥିଲେ ଓ ପାଣ୍ଡବ ମାନେ ବିଜୟ ଲାଭ କରିଥିଲେ l ଭଗବାନ କୃଷ୍ଣଙ୍କ କାରଣରୁ ପାଣ୍ଡବ ମାନେ ଜୟଲାଭ କରିଥିବା ହେତୁ ଯୁଧିଷ୍ଠିରଙ୍କର କୁରୁକ୍ଷେତ୍ର ଯୁଦ୍ଧ ପରେ ରାଜତିଳକ କରାଯାଇଥିଲା ,ଏହି ରାଜ ତିଳକ ସମାରୋହରେ କୃଷ୍ଣ ଉପସ୍ଥିତ ଥିଲେ ଓ ଏହି ସମୟରେ ସେ ରାଜ୍ୟର ସୁଖ ସମୃଦ୍ଧି ପାଇଁ କିଛି ବିଶେଷ କଥା ଯୁଧିଷ୍ଠିରଙ୍କୁ କହିଥିଲେ l ଏହି କଥାଗୁଡ଼ିକ ବାସ୍ତୁଶାସ୍ତ୍ର ସହିତ ଯୋଡି ହୋଇଥିବା କାରଣରୁ ଅଜିମଧ୍ୟ ମୁଖ୍ୟ ବୋଲି ଧରାଯାଇଛି l କୁହାଯାଇଛି ଯେ ଏହି କଥାକୁ ଯଦି ଅନୁସରଣ କରାଯାଏ ତେବେ ଘରକୁ ଶୁଭ ଫଳ ପ୍ରାପ୍ତି ହେବ l ଚାଲନ୍ତୁ ଜାଣିବା ସେଗୁଡିକ କଣ ?
* ପାଣି -ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ସେହି ୫ଟି ଜିନିଷ ବିଷୟରେ କହିଥିଲେ ଯାହା ସୁଖ ଓ ସମୃଦ୍ଧି ବଢ଼ିବାରେ ସହାୟକ ହୋଇଥାଏ l ଯାହା ଦ୍ୱାରା ଘରେ ସର୍ବଦା ସକାରତ୍ମକ ସ୍ଥିତି ରହିଥାଏ l ପ୍ରଥମ ଜିନିଷଟି ହେଲା ପାଣି ରାଜ ତିଳକ ସମୟରେ ଯୁଧିଷ୍ଠିରଙ୍କୁ କୃଷ୍ଣ କହିଲେ ଗୋଟିଏ ରାଜାର ମୁଖ୍ୟ କର୍ତବ୍ୟ ହେଉଛି ସେ ଦେଖିବା ଯେପରି ତା ରାଜ୍ୟରେ କେବେବି ପାଣିର ସମସ୍ୟା ନରହୁ l
ତାର ପ୍ରଜାମାନେ ଚାଷ ଓ ପିଇବା ପାଇଁ ପାଣିକୁ ଭଲରେ ବ୍ୟବହାର କରନ୍ତୁ l ଯେପରି ଗୋଟିଏ ରାଜ୍ୟର ଉତର ପୂର୍ବ ଦିଗ ପାଣିପାଇଁ ହୋଇଥାଏ ସେହି ଭଳି ଘରେ ମଧ୍ୟ ପାଣିର ସ୍ଥାନ ଉତର ପୂର୍ବ ଦିଗ ଅଟେ l
* ଚନ୍ଦନ -ଘରେ ଚନ୍ଦନ ରହିବା ଅତ୍ୟନ୍ତ ଶୁଭ ଅଟେ l ଚନ୍ଦନକୁ ଆପଣ କାଠ ,ମାଳି କିମ୍ବା ଅଗରବତୀ ଭାବରେ ଘରେ ରଖି ବ୍ୟବହାର କରି ପାରିବେ l ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଚନ୍ଦନର ମହତ୍ୱ ବୁଝାଇବାକୁ ଯାଇ କହିଥିଲେ କୋଟି କୋଟି ଅଭିଶାପ ଦ୍ୱାରା କିମ୍ବା ପାପ ଦ୍ୱାରା ଘଣ୍ଟି ହେଲେ ମଧ୍ୟ ଚନ୍ଦନ ପବିତ୍ର ଅଟେ ଓ ତାର ସୁଗନ୍ଧ କେବେବି କମିନଥାଏ l ଚନ୍ଦନ ନରତ୍ମକ ପ୍ରଭାବକୁ ଦୂର କରିଥାଏ l
*ଗାଈ ଘିଅ -ଗାଈ ଘିଅକୁ ସବୁଠୁ ପବିତ୍ର ଜିନିଷ ଭାବରେ ଗ୍ରହଣ କରାଯାଏ l ଯଦି ଘରେ ଗାଈ ଘିଅ ବ୍ୟବହୃତ ହେବାପାଇଁ ଆସେ ତେବେ ତାହାକୁ ଶୁଭ ବୋଲି ଗଣନା କରାଯାଏ l ରାଜତିଳକ ସମୟରେ ଜଳୁଥିବା ଦୀପକୁ ଦେଖି ଶ୍ରୀକୃଷ୍ନ କହି ଥିଲେ ଯେପରି ଏହି ଦୀପଟି ଜଳି ଅନ୍ଧକାରକୁ ଦୂରକରି ପ୍ରକାଶ ପ୍ରଦାନ କରୁଛି ସେହିଭଳି ଗୋଟିଏ ରାଜା ଏହି ଦୀପ ଭଳି ଅନ୍ଧକାରକୁ ଦୂର କରିବ l ଗାଈଘିଅ ଗୋଟିଏ ପବିତ୍ର ଜିନିଷ ହୋଇଥିବାରୁ ଏହା ପ୍ରତେକ ଘରେ ରହିବା ଆବଶ୍ୟକ l
* ମହୁ -ମହୁ ଘରେ ରହିବା ଅତ୍ୟନ୍ତ ଶୁଭ ଅଟେ l କାରଣ ମହୁ ଆତ୍ମାକୁ ଶୁଦ୍ଧ କରିଥାଏ l ମହୁ ଦ୍ୱାରା ବାତାବରଣ ଶୁଦ୍ଧି ମଧ୍ୟ ହୋଇଥାଏ l ଭଗବାନ କୃଷ୍ଣ ମଧ୍ୟ ପୂଜା ପାଠ ସମୟରେ ମହୁ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ବୋଲି କହିଥିଲେ l କାରଣ ମହୁ ସାହାଯ୍ୟରେ ବାତାବରଣରେ ମିଠା ଭରି ଯାଇଥାଏ ବୋଲି ଶାସ୍ତ୍ର ରେ କୁହାଯାଇଛି l
* ମା ସରସ୍ବତୀଙ୍କ ପୂଜା -ମା ସରସ୍ବତୀଙ୍କ ପୂଜାର ମହତ୍ୱ ବିଷୟରେ ମଧ୍ୟ କୃଷ୍ଣ କହିଛନ୍ତି l ସେ କହିଥିଲେ ଯେପରି ମା ସରସ୍ବତୀ ଙ୍କୁ ଧ୍ୟାନର ସହିତ ପୂଜା କଲେ ବ୍ୟକ୍ତିର ନିର୍ଧନତା ଦୂରହେବା ସହିତ ପାଟିରୁ ସବୁବେଳେ କୋମଳ ବଚନ ବାହାରିଥାଏ l ମା ସରସ୍ବତୀ ମନୁଷ୍ୟର ବୁଦ୍ଧିକୁ ଶୁଦ୍ଧ ରଖିଥାନ୍ତି l ତେଣୁ ଘରେ ସରସ୍ୱତୀଙ୍କୁ ରଖି ପୂଜାକରିବା ଆବଶ୍ୟକ l