ତିହିଡି,୨୪/୧୧: ତିହିଡି ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଶ୍ରୀ ସତ୍ୟସାଇ ବାବାଙ୍କର ୯୫ତମ ଜୟନ୍ତୀ ଉତ୍ସବ କୋଭିଡ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଁ କାରମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ ଆଦି ସୀମିତ ସଂଖ୍ୟକ ସାଇପ୍ରେମୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପରେ ପରେ ତିହିଡି ସାଇ ମନ୍ଦିର ପରିସରରେ ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ ଓ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ସାଇ ସେବା ଦଳର ଭାଇମାନେ ପ୍ରାୟ ୫ଶହ ଲୋକଙ୍କ ଘରେ ପ୍ରଓାଦ ବଣ୍ଟନ କରିଥିଲେ । ସେହିପରି ଅପରାହ୍ଣରେ ୪୧ ଜଣ ନାରାୟଣଙ୍କୁ ସେମାନଙ୍କ ଘରେ କମ୍ବଳ, ପ୍ରସାଦ ଓ ବିଜୂତି ଓ ଫଟୋ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ସାଇପ୍ରେମୀ ମାନେ ସାଇ ମନ୍ଦିରକୁ ଆସି କୋଭିଡ ନିୟମ ମୁତାବକ ଧାଡିରେ ଯାଇ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କୁ ଦର୍ଶନ କରିଥିଲେ । ତିହିଡି ସତ୍ୟସାଇ ସେବା ସମିତିର ଅବାହକ ପାର୍ଥସାରଥୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ବେହେରା, ସଞ୍ଜୟ ମହାପାତ୍ର, ରବୀନ୍ଦ୍ର ଦାସ, ରମାକାନ୍ତ ନାଥ, ଲକ୍ଷ୍ମୀଧର ତ୍ରିପାଠୀ, ପ୍ରଭାତ ରାଉଳ, ପ୍ରହ୍ଲାଦ ବଳ, ଦେବକିଶୋର ଦାସ, ନକୁଳ ମହପାତ୍ର ବିମ୍ବାଧର ସେଠୀ, ନବକିଶୋର ଓଝା, ବାସନ୍ତୀ ଜେନା, ହିମାଂଶୁ ଭଟ୍ଟାଚାର୍ଯ୍ୟ ଓ ରାଜୁ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।