Odisha news

ଗୋଷ୍ଠାଷ୍ଟମୀ ଉପଲକ୍ଷେ ନନ୍ଦିନୀ ଗୋଶାଳାର ଗୋ-ପୂଜନ

0

ଜଳେଶ୍ୱର-୨୪/୧୧ :  ସାମ୍ପ୍ରତିକ ସମାଜରେ ଗୋରୁ-ଗାଈଙ୍କର ଆଦର କମୁଥିବା ବେଳେ କେତେକ ସଂସ୍ଥା ଗୋ-ପୂଜନର ବ୍ୟବସ୍ଥା କରୁଛନ୍ତି । ତେଣୁ ଗତ ରବିବାର ଗୋଷ୍ଠାଷ୍ଟମୀ ଉପଲକ୍ଷେ ଜଳେଶ୍ୱର ପୌରପରିଷଦ ଅଧିନ ନନ୍ଦିକା ଗ୍ରାମରେ ନନ୍ଦିନୀ ଗୋଶାଳା ପକ୍ଷରୁ ଗୋ ପୂଜନ ଅନୁଷ୍ଠିତ ହୋଇଥିଲା । ଏହି ଗାଁରେ ଥିବା ସମସ୍ତ ବଳଦ ଓ ଗାଈକୁ ଗୋ ପୂଜନ କରିଥିଲେ ।

ଆୟୋଜିତ ସଭାରେ ପ୍ରାଧ୍ୟାପକ ହେମନ୍ତ କୁମାର ଦାସ ସଭାପତିତ୍ୱ କରିଥିଲେ । ଏଥିରେ ରବିନ୍ଦ୍ର କୁମାର ପାତ୍ର ଏପରି କାର୍ଯ୍ୟକ୍ରମର ଆବଶ୍ୟକତା, ଗୋବର ଓ ଗୋମୂତ୍ରରର ଉପକାରୀତା ଏବଂ ଶାସ୍ତ୍ରମତେ ଗୋ ପୂଜନ କଲେ ଏହାର ଫଳାଫଳ ସଂପର୍କରେ ବ୍ୟାଖ୍ୟା କରିଥିଲେ ।

ଅନନ୍ତ କୁମାର ଦାସ, ଲେଲିନ୍ କୁମାର ପ୍ରଧାନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଫାଲଗୁନୀ ପାଣିଗ୍ରହୀ ଧନ୍ୟବାଦ ଅର୍ପଣ କରିଥିଲେ । ନନ୍ଦିକା ଗ୍ରାମର ମୁଖ୍ୟ ରବିନ୍ଦ୍ର କୁମାର ଭଂଜ, ମୁକ୍ତରାମ ପାତ୍ର, ଘନଶ୍ୟାମ ପାତ୍ର, ପାର୍ଥସାରଥି ଭଞ୍ଜ, ରାମଚନ୍ଦ୍ର ପାତ୍ର, ସତ୍ୟରଂଜନ ଭଂଜ, ସୁମିତ୍ ରାଠୀ, ଅରୁଣ କୁମାର ଦାସ, ପର୍ଣ୍ଣେନ୍ଦୁ ପାଣିଗ୍ରାହୀ, ପ୍ରହଲ୍ଲାଦ ପାଣିଗ୍ରାହୀ, ଜଗନ୍ନାଥ ଭଂଜ ଓ ପରାମାନନ୍ଦ ଭଂଜ ପ୍ରମୁଖ ଏହି କାର୍ଯ୍ୟକମକୁ ପରିଚାଳନା କରିଥିଲେ

Leave A Reply