ଫୁଲବାଣୀ (Santosh Mishra) : ଆଜି କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ପୁଲିସ ଏକ ମାରୁତୀ କାର ଭିତରୁ ୧୨ କିଲୋ ଗଞ୍ଜେଇ ଜବତ କରିବାସହିତ ଏହି ସଂକ୍ରମାନ୍ତରେ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୫ଟା ବେଳେ ଖଜୁରିପଡା ଆଂଚଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାନ ହେଉଥିବା ପୁର୍ବ ସୂଚନା ପାଇବାପରେ ଖଜୁରିପଡା ଥାନା ପୁଲିସ ସଜାଗ ହୋଇ ଗାଡିମଟର ତଲାସି କରିଥିଲା । ଖଜୁରିପଡା ମୁଖ୍ୟ ବଜାରଠାରେ ଗୋଟିଏ ମାରୁତୀ ଅଲଟୋ କାର (ଓ.ଆର.୦୨-ଏ.ଟି-୫୧୯୦)କୁ ତଲାସି ନେବାବେଳେ ସେଥିରୁ ପୁଲିସକୁ ସେଥିରୁ ଗୋଟିଏ ବସ୍ତାରେ ୧୨ କିଲୋ ଗଞ୍ଜେଇ ମିଳିଥିଲା । ପୁଲିସ ଏହି କାର ସମେତ ଗଞ୍ଜେଇକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଖୋର୍ଦ୍ଧା ଜିଲ୍ଲାର ସନ୍ତୋଷ କୁମାର ରାଉତ,ସଞ୍ଜୟକୁମାର ମହାରଣା,ଚିତରଞ୍ଜନ ସାହୁ ଏବଂ ସୁଧାକର ମହାରଣା ସମେତ ୪ ଜଣଙ୍କୁ ଗିରଫ କରିଛି । ଏହି ସଂକ୍ରାନ୍ତରେ ଖଜୁରିପଡା ଥାନାରେ ଏକ ମାମଲା ୧୧୦/୨୦୨୦ ରୁଜ୍ଜୁ କରାଯାଇ ଅଭି୍ୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂତ୍ରରୁ ଜଣାପଡିଛି । ସେମାନେ ଏହି ଗଞ୍ଜେଇକୁ ଭୁବନେଶ୍ୱରକୁ ଚାଲାଣ କରୁଥିଲେ ବୋଲି ଥାନା ଅଧିକାରୀ ରମାକାନ୍ତ ପାତ୍ର କହିଛନ୍ତି ।