ଛତ୍ରପୁର ୨୩/୧୧ : ସ୍ଥାନୀୟ ମୁଖ୍ୟ ଡାକ ଘର ପ୍ରାଙ୍ଗଣରେ ମାଇଁ ଷ୍ଟାମ୍ପ କାଉଣ୍ଟର ଉଦଘାଟିତ ହୋଇଯାଇଛି l ଏହାକୁ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ, (ଓଡିଶା ସର୍କଲ ) କର୍ଣ୍ଣଲ ଜଳେଶ୍ୱର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଉଦଘାଟନୀ କାର୍ଯ୍ୟ କ୍ରମରେ ବ୍ରହ୍ମପୁର ଡାକ ମଣ୍ଡଳ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ, ସହକାରୀ ଡାକ ଅଧିକ୍ଷକ, ଛତ୍ରପୁର କିରଣ ମାଳା ପଣ୍ଡା , ଛତ୍ରପୁର ପୋଷ୍ଟ ମାଷ୍ଟର ଅଶ୍ୱିନୀ କୁମାର ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଡି ପିଏମ ପ୍ରଣତି ରଞ୍ଜନ ମିଶ୍ର, ଏ ପି ଏମ ବି. ରାମୁଡୁ, ଗୌର ହରି ପଣ୍ଡା ଙ୍କ ସମେତ ଛତ୍ରପୁର ଅଂଚଳର ବହୁ ଡାକ କର୍ମଚାରୀ ଓ ଗ୍ରାହକ ମାନେ ଉପସ୍ଥିତ ଥିଲେ l
ଏହି ଅବସର ରେ ଡାକ ସହାୟକ ରାମ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ତତକ୍ଷଣାତ ମାଇଁ ଷ୍ଟାମ୍ପ ପ୍ରସ୍ତୁତି କରିଥିଲେ ଓ କର୍ଣ୍ଣଲ କହଁର ସ୍ଵାଗତିକା ପଣ୍ଡା, ଅl ୟଂlଶ ସାହୁ, ପରମିତା ଦାସ ପ୍ରଭୃତି ଛାତ୍ର ଛାତ୍ରୀଙ୍କୁ ସ୍ଵହସ୍ତରେ ମାଇଁ ଷ୍ଟାମ୍ପ ପ୍ରଦାନ ପୂର୍ବକ ଏହି ବିରଳ ଡାକ ସେବା କୁ ଲୋକାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ଡାକ ମଣ୍ଡଳ ବ୍ୟବସାୟ କାର୍ଯ୍ୟନର୍ବାହି ଗୌର ହରି ପଣ୍ଡା ପରିଚାଳନା କରିଥିଲେ l ଆଜି ପ୍ରଥମ ଦିନରେ ପ୍ରାୟ ଏକ ଶହ ମାଇଁ ଷ୍ଟାମ୍ପ ପ୍ରିଣ୍ଟ କରି ଗ୍ରାହକ ମାନଙ୍କୁ ପ୍ରଦାନ କରାଗଲା l
Prev Post