Odisha news

ଅନେକ ରୋଗ ସମସ୍ୟାକୁ ଦୁରେଇ ଥାଏ ଗରମ ପାଣି : ଜାଣନ୍ତୁ କିପରି ସେବନ କରିବେ

0

ଗରମ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଗରମ ପାଣି ସେବନ କରିବା ଦ୍ୱାରା ଅନେକ ଗୁଡିଏ ରୋଗରୁ ନିଜକୁ ରକ୍ଷା କରାଯାଇ ପାରିବ l ଗରମ ପାଣି ଆପଣ ପ୍ରତ୍ୟକ ଋତୁରେ ସେବନ କରି ପାରିବେ l ଆଜି ଆସନ୍ତୁ ଜାଣିବା ଗରମ ପାଣିର ଉପକାରିତା ବିଷୟରେ l

* ସର୍ଦି ଓ କାଶରୁ ରକ୍ଷା କରେ -ଶୀତଦିନରେ ସମସ୍ତ ପ୍ରକାରର ଥଣ୍ଡା ରୋଗରୁ ଦୁରେଇ ରଖିବାରେ ଗରମ ପାଣି ସାହାଯ୍ୟ କରିଥାଏ l ଗରମ ପାଣିର ସେବନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଗରମ ପାଣି ପିଇବା ଦ୍ୱାରା ଥଣ୍ଡା ଯୋଗୁ ତଣ୍ଟିରେ ଯାହା ସବୁ ଅସୁବିଧା ହୋଇଥାଏ ତାହା ମଧ୍ୟ ଦୂର ହୁଏ l

* ଓଜନ କମ କରିବାରେ ସାହାଯ୍ୟ କରେ -ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ପ୍ରତେକ ଦିନ ଗର୍ମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ l ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଓଜନ କମ ହେବାକୁ ଲାଗେ l ଯଦି ଆପଣ କୌଣସି ସ୍ୱାସ୍ଥ୍ୟକର ପାନୀୟ ପିଇବାକୁ ଚାହୁଁଛନ୍ତି ତେବେ ସକାଳୁ ଖାଲି ପେଟରେ ଗରମ ପାଣି ସହିତ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ l ଏହା ଆପଣଙ୍କ ଓଜନକୁ କମାଇବାରେ ସାହାଯ୍ୟ କରିବ l

* ତ୍ୱଚା ପାଇଁ ଲାଭ ଦାୟକ -ପ୍ରତେକ ଦିନ ଯଦି ଆପଣ ଗରମ ପାଣି ପିଉଛନ୍ତି ତେବେ ଏହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ l ଗରମ ପାଣି ତ୍ୱଚାକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ମଧ୍ୟ ରକ୍ଷା କରିବ ଓ ତ୍ୱଚାରେ ଚମକ ଆଣିବ l

* କେଶ ପାଇଁ ଉପକାରୀ -ଯେଉଁ ଲୋକମାନେ କେଶ ଝଡିବାର ସମସ୍ୟାକୁ ସମ୍ମୁଖୀନ କରୁଛନ୍ତି ,ସେହି ମାନେ ପ୍ରତେକ ଦିନ ୪ ରୁ ୫ ଥର ଗରମ ପାଣି ପିଅନ୍ତୁ l ଗରମ ପାଣି କେଶ ଝଡିବାର ସମସ୍ୟାର ମଧ୍ୟ ଦୂର କରିଥାଏ l

* ପାଚନ ତନ୍ତ୍ରକୁ ସୁସ୍ଥ ରଖେ -ପ୍ରତେକ ଦିନ ସକାଳ ସମୟରେ ଖାଲି ପେଟରେ ଗର୍ମ ପାଣି ପିବ ଦ୍ୱାରା ଏହା ଗ୍ୟାସ ,ଏସିଡ଼ିଟି ,ଅମ୍ଳପିତ୍ତ ସମସ୍ୟାକୁ ଦୂର କରିଥାଏ l ତାସାହିତ କୋଷ୍ଠକାଠିନ୍ୟର ସମସ୍ୟାକୁ ମଧ୍ୟ  ଦୁରକରିଥାଏ l ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଗରମ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ l

* ମାଂସପେଶୀ ଯନ୍ତ୍ରଣାରୁ ଆରାମ ମିଳେ -ଗରମ ପି[ଆଣି ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ମାଂସପେଶୀ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳେ l 5ତେଣୁ ପ୍ରତେକ ଦିନ ସକାଳୁ ଖାଲି ପେଟରେ ଗରମ ପାଣି ପିଅନ୍ତୁ  l

Leave A Reply