Odisha news

୨୨ ବର୍ଷ ବୟସରେ ତିନିଜଣ ପତ୍ନୀ : ପତ୍ନୀମାନେ ଖୋଜୁଛନ୍ତି ପତି ପାଇଁ ଚତୁର୍ଥ କନ୍ୟା

0

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ତିନିଟି ପତ୍ନୀଙ୍କୁ ବିବାହ କରି ଏକ ସହିତ ଗୋଟିଏ ଛାତ ତଳେ ତିନିଜଣଙ୍କ ସହିତ ରହୁଛନ୍ତି l ବର୍ତମାନ ତିନିଜଣ ପତ୍ନୀ ବ୍ୟକ୍ତି ଜଣଙ୍କ ପାଇଁ ଚତୁର୍ଥ ପତ୍ନୀ ଖୋଜୁଛନ୍ତି l ଏହି କାହାଣୀଟି ପାକିସ୍ତାନର ସିଆଲକୋଟର l ଏହି ଘଟଣାଟି ପାକିସ୍ତାନରେ ବର୍ତ୍ତମନ ଚର୍ଚାର ବିଷୟ ହୋଇଛି l ମୁସ୍ଲମ ସମ୍ପ୍ରଦାୟର ଏକ ରୁ ଅଧିକ ବିବାହ କରିବାର ପ୍ରଥା ରହିଛି ,କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ତିନିଜଣ ପତ୍ନୀ ମିଶି ଚତୁର୍ଥ ପତ୍ନୀ ବ୍ୟକ୍ତି ଜଣଙ୍କ ପାଇଁ ଖୋଜୁଛନ୍ତି l

ଯେଉଁ ବ୍ୟକ୍ତି ଜଣଙ୍କ ଏହି ତିନିଟି ଵିବାହ କରିଛନ୍ତି ତାଙ୍କ ନାମ ଅଦନାନ ଓ ତାଙ୍କର ବୟସ ମାତ୍ର ୨୨ ବର୍ଷ l ଅଟେ କମ ବୟସରେ ମଧ୍ୟ ତାଙ୍କର ତିନିଟି ପତ୍ନୀ ଅଛନ୍ତି l ଅଦନାନ ପ୍ରଥମ ବିବାହ ୧୬ ବର୍ଷ ବୟସରେ କରିଥିଲେ ,ଦୁତୀୟା ବିବାହ ୨୦ ବର୍ଷ ବୟସରେ କଲେ ଓ ତୃତୀୟ ବିବାହ ଗତବର୍ଷ ଯେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା ସେତେବେଳେ କରିଥିଲେ l ଅଦନାନଙ୍କର ତିନିଟି ପତ୍ନୀଙ୍କ ନାମ ହେଉଛି ସୁମ୍ଭାଲ ,ସୁଵାନା ଓ ସାହିଦା ଅଟେ l ଏହି ତିନିଜଣ ମିଶି ବର୍ତମାନ ଇଂରାଜୀର S ଅକ୍ଷର ନାମ ଥିବା ଆଉ ଗୋଟିଏ କନ୍ୟା ଖୋଜୁଛନ୍ତି l ସେମାନଙ୍କର ମାନିବାର କଥା ହେଲା ଅଦନାନ ବାହା ହେବ ଦ୍ୱାରା ତାଙ୍କ ଘରକୁ ଖୁସି ଆସୁଛି l

ଅଦନାନଙ୍କର ପ୍ରଥମ ପତ୍ନୀଙ୍କର ତିନୋଟି ଛୁଆ ଥିବା ବେଳେ ଦୁତୀୟା ପତ୍ନୀଙ୍କର ଦୁଇଟି ଛୁଆ ଅଛି l ତୃତୀୟ ପତ୍ନୀ ବର୍ତମାନ ପର୍ଯ୍ୟନ୍ତ କୌଣସି ସନ୍ତାନର ଜନନୀ ହୋଇ ନାହାନ୍ତି l ଆଶ୍ଚର୍ଯ୍ୟର କଥା ହେଲା ଆଜିକାଲିର ମାହାଙ୍ଗା ଯୁଗରେ ଗୋଟିଏ ବିବାହ କରି ତୁଲାଇବା ଅସମ୍ଭବ କିନ୍ତୁ ଅଦନାନ ତିନିଜଣଙ୍କୁ ସମ୍ଭାଳୁଛନ୍ତି ଓ ଚତୁର୍ଥ ବିବାହ କରିବେ ବୋଲି ଚିନ୍ତା ମଧ୍ୟ କରିଛନ୍ତି l ଅଦନାନ ତିନିଜଣ ପତ୍ନୀ ଓ ତାଙ୍କ ପିଲା ମାନଙ୍କର ସମସ୍ତ ଦାଇତ୍ୱ ତୁଲାଉଛନ୍ତି l ଅଦନାନନଙ୍କ ଘରେ ପ୍ରତେକ ମାସରେ ପାକିସ୍ତାନୀ ମୁଦ୍ରାରେ ପ୍ରାୟ ୧.୫୦ ଲକ୍ଷ ଟଙ୍କା ଖର୍ଚ ହେଉଛି l

Leave A Reply