ଖୋର୍ଦ୍ଧା,୨୦ା୧୧ : କରୋନା ସଂକଟ ସମୟରେ ଶାରୀରିକ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖୋର୍ଦ୍ଧା ପୌରାଂଚଳର ବିଭିନ୍ନ ବସ୍ତି ଅଂଚଳରେ ବାସିନ୍ଦାମାନେ ଖୋଲାରେ ମଳ, ମୂତ୍ର ତ୍ୟାଗ କରୁଥିବା ଦେଖିବାକୁ ମିଳୁଛି । ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ଏ ନେଇ ଉଦବେଗ ପ୍ରକାଶ ପାଇଛି ।
ଖୋର୍ଦ୍ଧା ପୌର ପରିଷଦ ସନ୍ନିକଟ ଖୋର୍ଦ୍ଧା ସରକାରୀ ଉ.ପ୍ରା. ବିଦ୍ୟାଳୟ ପରିସରରେ ୱାଟର ଫର୍ ପିପୁଲ ଇଣ୍ଡିଆ ଟ୍ରଷ୍ଟ ଓ ଆଇ.ଟି.ସି. ସୁବର୍ଣ୍ଣ ସମୟ ପକ୍ଷରୁ ଶୌଚାଳୟ ସ୍ୱଛତା ନେଇ ଏକ ଜାଗରଣ ସଭା ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଏ÷୍ୟତିହାସିକ ସତ୍ୟବାଦୀ ବଳିଆରସିଂହ, ରାଜ୍ୟ ୟୁ.ଜି.ଏମ.ଇ.ର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଭୁ ପ୍ରସାଦ ହରିଚନ୍ଦନ, ବିଦ୍ୟାଳୟ ସଭାପତି ତପନ କୁମାର ବେହେରା ପ୍ରମୁଖ ଯୋଗଦେଇ କହିଥିଲେ ଯେ, ଲୋକମାନେ ବାହାରେ ମଳତ୍ୟାଗ କରିବା ଅଭ୍ୟାସରୁ ଏଯାବତ୍ ନିବୃତ ହୋଇନାହାନ୍ତି ।
ସରକାରୀ, ବେସରକାରୀ ସଚେତନତା ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ୱାଟର ଫର୍ ପିପୁଲ ଇଣ୍ଡିଆ ଟ୍ରଷ୍ଟର ସଂଯୋଜକ ରଂଜିତ କୁମାର ବିଷୋୟୀ, ଆଇ.ଟି.ସି.ର ଇଂଜିନିୟର ବିଶ୍ୱରଂଜନ ନାହାକ ଶୌଚାଳୟ ପାଇଁ ବ୍ୟବହୃତ ଚପଲ ସ‘ା ରଖିବା, ଶୌାଚାଳୟ ବ୍ୟବହାର ପୂର୍ବରୁ ପ୍ୟାନରେ ପର୍ଯ୍ୟାପ୍ତ ପାଣି ଢ଼ାଳିବା, ଶୌଚକାର୍ଯ୍ୟ ଅଥବା ପରିଶ୍ରା କରିବା ପରେ କୋଡ଼ିଏ ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଓ ପାଣିଦ୍ୱାରା ହାତକୁ ପରିଷ୍କାର କରିବା ଆଦି କେତେକ ନିୟମ ଉପରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ବାସନ୍ତୀ ଦେଇ ସ୍ୱାଗତ ଭାଷଣ, ଶିକ୍ଷକ ଅଗାଧୁ ସେଠୀ ଅତିଥି ପରିଚୟ ଓ ଶିକ୍ଷୟତ୍ରୀ ଅର୍ଚ୍ଚନା ରାଉତରାୟ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ୱାର୍କର, ଏସ୍.ଏମ୍.ସି ସଭ୍ୟ ସଭ୍ୟା, ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ପୂର୍ବତନ ସଭାପତି ବନ ବିହାରୀ ମହାନ୍ତି, ଶିକ୍ଷୟତ୍ରୀ ଝୁନୁଲତା ମଲ୍ଲିକ ଉପସ୍ଥିତ ଥାଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।