ଫୁଲବାଣୀ,୧୬ା୧୧,(Santosh Mishra): କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମର ଡ଼କେଡ଼ୁନାଜୁ ଠାରେ ଏକ ଦୋକାନ ଗୃହରେ ଅଗ୍ନିକାଣ୍ଡ ଘଟିଛି ଦୋକାନଟି ସଂପୂର୍ଣ୍ଣଭାବେ ଜଳିଯାଇଛି । ରବିବାର ଦିନ ମଧ୍ୟାହ୍ନରେ ଅପରାଜିତା ପ୍ରଧାନଙ୍କ ଦୋକାନ ଗୃହରେ ସଟସକି୍ରଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା ।
ଏହି ସମୟରେ ଦୋକାନ ବନ୍ଦଥିଲା ଥିବା ବେଳେ ମାଲିକ ମଧ୍ୟ ଅନୁପସ୍ଥିତ ଥିଲେ । ଗ୍ରାମବାସୀ ଏନେଇ ରାଇକିଆ ଅଗ୍ନିଶମ ବିଭାଗକୁ ଖବର ଦେବାରେ ଅଗଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଁଚି ନିୟାକୁ ଆୟତ କରିଥିବା ବେଳେ ଦୋକାନ ନିକଟରେ ଥିବା ଏକ ଖଜୁରିଗଛରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଥିବା ଦୋକାନୀ କହିଛନ୍ତି ।