ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠାରେ ବିଳମ୍ବ : ପୌରାଂଚଳରେ ଟିକସ ବୃଦ୍ଧିକୁ ମିଳିତ କନ୍ଧମାଳ ନାଗରିକ କମିଟିର ଅସନ୍ତୋଷ
ଫୁଲବାଣୀ,୧୬ା୧୧(Santosh Mishra) : କନ୍ଧମାଳ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ବର୍ଷ ତାଙ୍କ ଜନ୍ମ ଦିନରେ ଏହି ଘୋଷଣା କରିଥିଲେ । ଏହାକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ମେଡିକାଲ କଲେଜ ପତିଷ୍ଠା ଦିଗରେ କାର୍ଯ୍ୟର କୌଣସି ଅଗ୍ରଗତି ହେବା ପରିଲକ୍ଷିତ ହେଉନାହିଁ । କେନ୍ଦ୍ର ସରେକାରଙ୍କର ପତ୍ର ଅନୁସାରେ ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୭୫ଟି ଫେଜ ଥ୍ରୀ ମେଡିକାଲ କଲେଜ ମଧ୍ୟରୁ ଗୋଟିଏ କନ୍ଧମାଳ ଜିଲ୍ଲାରେ ପ୍ରତିଷ୍ଠା ହେବା ନେଇ ଆଶା ରହିଛି ।
ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୂସାରେ ଗତ ବର୍ଷ ଡିସେମ୍ବର ୩ ତାରିଖରେ କନ୍ଧମାଲ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ୩୨୫ କୋଟି (୬୦ ପ୍ରତିଶତ କେନ୍ଦ୍ର,୪୦ ପ୍ରତିଶତ ରାଜ୍ୟ)ଟଙ୍କାର ପୁର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗର ଜଣେ ଯୁଗ୍ମ ସଚିବ ନେଇ ଦାଖଲ କରିଥିଲେ । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ ଏହି ଫେଜ ଥ୍ରୀ ମେଡିକାଲ କଲେଜ ଜିଲ୍ଲା ମୁଖ୍ୟ ଚିକିସôାଳୟରେ କାର୍ଯ୍ୟ କରିବ ଏବଂ ଏହାକୁ ୨ ବର୍ଷରେ କାର୍ଯ୍ୟକ୍ଷମ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଭୁବନେଶ୍ୱର ଏକ ଅନୂଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଓଡିଶାର କନ୍ଧମାଳରେ ଏକ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇଥିବା ଏକ ପ୍ରସ୍ଥାବ ବିଚାରାଧିନ ଥିବା ନେଇ କହିଥିଲେ । ହେଲେ ଆଜି ସୁଦ୍ଧା ଏହାର କୌଣସି ଅଗ୍ରଗତି ହୋଇଥିବା ଜଣାପଡିନାହିଁ ।
ସରକାରଙ୍କ ପକ୍ଷରୁ ଜିଲ୍ଲା ପାଇଁ ଏହି କାର୍ଯ୍ୟ ନିମନ୍ତେ ନିଯୁକ୍ତ ହୋଇଥିବା ନୋଡାଲ ଅଫିସରଙ୍କୁ ଏହି ବାବଦରେ ପତ୍ରାଳାପ କରାଯାଇଥିଲେ ମଧ୍ୟ ଏହାର ଅଗ୍ରଗତି ବିଷୟରେ ତାଙ୍କଠାରୁ କୌଣସି ସୂଚନା ମିଳିନାହିଁ । ଏହି ସଂକ୍ରାନ୍ତରେ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡ.ଅରୁପକୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ବାବଦରେ ସରକାରଙ୍କର କାଳ କ୍ଷେପଣ ନିତୀକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି । ଏଥିରେ ଆଗାମୀ ଡିସେମ୍ବର ମାସ ଶେଷ ସୁଦ୍ଧା ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କର ଅନୁମୋଦନରେ ବିଳମ୍ବ ହେଲେ କନ୍ଧମାଳ ବାସୀ ଏହି ଦାବୀରେ ଆନେ୍ଦାଳନ କରିବାକୁ ମାଧ୍ୟ ହେବେ ବୋଲି ମିଳିତ ନାଗରିକ କମିଟି ପକ୍ଷରୁ କୁହାଯାଇଛି । ଗତ ୧୦ ବର୍ହ ହେଲା ଫୁଲବାଣୀ ସହରକୁ ବିଜ୍ଞାପିତ ଅଂଚଳ ପରିଷଦରୁ ପୌରାଂଚଳ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ସେହିଭଳି ଭିତି ଭୁମିର ବିକାଶ ହୋଇନାହିଁ ।
ଅବ୍ୟବସ୍ଥିତ ଜମିଜମାର ସମାଧାନ ହୋଇନାହିଁ । ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳି,ପିଇବା ପାଣି,ରାସ୍ତାଘାଟ,ଡ୍ରେନ ପରିମଳ,ପାର୍କିଙ୍ଗ,ଲାଇବ୍ରେରୀ ,ଅଡିଟୋରିଆମ,ଖେଳପଡିଆ ଏବଂ ମନୋରଞ୍ଜନ ଆଦିର କୌଣସି ସୁବିଧା ହୋଇନାହିଁ । କିନ୍ତୁ ସହରୀ ବିକାଶ ପକ୍ଷରୁ ସହରର ଲୋକଙ୍କ ଉପରେ ଆସନ୍ତା ଜାନୁୟାରୀ ମାସରୁ ବର୍ଦ୍ଧିତ ଦରରେ ପୁର୍ବରୁ ନିଆଯାଉଥିବା ଟିକସର ଦସ ଗୁଣ ଅଧିକ ଟିକସ ଆଦାୟ ପାଇଁ ନୋଟିସ ଦିଆଯାଇଛି । ଏହାସହିତ ଜବରଦଖଲ କାରୀଙ୍କ ଠାରୁ ଶହେଗୁଣ ଅଧିକ ସେବା କର ଆଦାୟ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ପୌର ପରିଷଦ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ତେବେ ପୌର ପରିଷଦରେ ଭିତି ଭୁମିର ବିକାଶ ସାଙ୍ଗକୁ ସହରରେ ଜମିଜମା ସମସ୍ୟାର ସମାଧାନ କରିବା ପୁର୍ବରୁ ଏହିଭଳି ଟିକସ ବଢାଇବା ନିଷ୍ପତିକୁ ମିଳିତ ନାଗରିକ କମିଟି ଏଥିରେ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ବିରୋଧ କରାଯିବାକୁ ନିଷ୍ପତି ନିଆଯାଇଛି । ପ୍ରଶାସନ ଏହି ବର୍ଦ୍ଧିତ ଟିକସ ଆଦାୟକୁ ବନ୍ଦ କରି ପ୍ରତମେ ଭିତି ଭୁମିର ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଦାବୀ କରାଯାଇଛି ।
ସରକାର ଜନ ସହଭାଗିତାକୁ ଗୁରୁତ୍ୱ ଦେଉଥିବା ବେଳେ ଏହା କନ୍ଧମାଳ ଜିଲ୍ଲାରେ କେବଳ କାଗଜ କଲମରେ ଚାଲିଛି । ଏହାସହିତ ବ୍ରହ୍ମପୂର ସମ୍ବଲପୂର ରେଳପଥର କାର୍ଯ୍ୟ ବିକାଶ ଦିଗରେ ବିଳମ୍ବ,କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଠି ଖାଦ୍ୟ ପ୍ରଦାନ କରାଯାଉ ନଥିବା ଭଳି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ହେଉଥିବା ସମ୍ପର୍କୀତ ଆଲୋଚନା କରାଯାଇଥିଲା । ଫୁଲବାଣୀ ହାଟପଦା ନିକଟରେ ଥିବା ଯାତ୍ରା ପଡିଆଠାରେ ଅନୁଷ୍ଠିତ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ବୈଠକରେ ସଦସ୍ୟ ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ,ବିଜୟ ମହାନ୍ତି,ସିଦେ୍ଧଶ୍ୱର ଦାସ,ପଦ୍ମଚରଣ ସ୍ୱାଇଁ,ଅଶୋକ କୁମାର ପରିଡା,ସଚ୍ଚିଦାନନ୍ଦ ପଟ୍ଟନାୟକ,ପ୍ରଶନ୍ନ ସାହାଣି,ପଦ୍ମଚରଣ ସାହୁ,ପ୍ରମୋଦ ସାହୁ,କମଳାକାନ୍ତ ପାଣ୍ଡେଙ୍କ ସମେତ ଫୁଲବାଣୀର ଅନ୍ୟ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।