Odisha news

କନ୍ଧମାଳରେ ଆଜି ୭ ନୁଆ କୋଭିଡ ସଂକ୍ରମିତ ଚିହ୍ନଟ : ଜିଲ୍ଲାରେ ମୋଟ ୫,୮୪୧

0

ଫୁଲବାଣୀ,୧୬ା୧୧(Santosh Mishra) :  କନ୍ଧମାଳ ଜିଲ୍ଲାରେ ଆଜି ଆଉ ୭ଜଣ ନୁଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ଏହି ସଂକ୍ରମିତ ମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୮୪୧ ହୋଇଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୭୨୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୩ ରହିଛି ।

ଆଉ ୮୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ସଂକ୍ରମିତ ରହିଥିବାବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳ ସମେତ ଚକାପାଦ,ଦାରିଙ୍ଗବାଡି,ଫିରିଙ୍ଗିଆ,ତୁମୁଡିବନ୍ଧ ଏବଂ ଅନ୍ୟ ଅଂଚଳର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ।

Leave A Reply