Odisha news

ସ୍ୱତନ୍ତ୍ର ଭୋଟର ତାଲିକ ସଂଶୋଧନ ଡ୍ରାଫ୍ଟ ପ୍ରକାଶିତ

0

ରାୟଗଡା,୧୬ ।୧୧(Rabindra patkhandal)- ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ୱତନ୍ତ୍ର ଭୋଟର ତାଲିକା ଡ୍ରାଫ୍ଟ ଲିଷ୍ଟ ପ୍ରକାଶିତ କରିଛନ୍ତି । ୧୬ ତାରିଖ ଠାରୁ ଆସନ୍ତା ମାସ ୧୫ ତାରିଖ ଯାଏଁ ତୃଟି ସଂଶୋଧନ କାର୍ଯ୍ୟକ୍ରମ ଜାରୀ ରହିବ । ଏଥି ସହ ଶନିବାର ଓ ରବିବାର ଦିନ ବୁଥ ଲେବଲ ଅଧିକାରୀ ମାନେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅଭିଯୋଗ ଗ୍ରହଣ କରିବେ ।

ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୬ ଲକ୍ଷ ୬୬ ହଜାର ୫୩୬ ଜଣ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୭୮ ଏବଂ ମହିଳା ଭୋଟର ସଂଖ୍ୟା ୩ ଲକ୍ଷ ୫୧ ହଜାର ୬୭୫ ସେହିଭଳି ତୃତୀୟ ଲିଙ୍ଗ ଭୋଟର ଜିଲ୍ଲାରେ ୧୮୩ ଜଣ ଅଛନ୍ତି ।

ଭୋଟର ତାଲିକା ସଂଶୋଧନ ପାଇଁ ୩ଟି ନିର୍ବାଚନ ମଣ୍ଡଳୀରେ ୮୭୧ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ୮୭୨ ଜଣ ବୁଥ ଲେବଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ସବୁ ଆପତି ଓ ଅଭିଯୋଗ ଶୁଣାଣି ପରେ ଆସନ୍ତା ବର୍ଷ ୧୫ ତାରିଖ ଦିନ ଫାଇନାଲ ଭୋଟର ଲିଷ୍ଟ ପ୍ରକାଶ କରାଯିବ । ଏହି ଡ୍ରାଫ୍ଟ ପ୍ରକାଶନ କାର୍ଯ୍ୟକ୍ରରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାଚନ ଅଧିକାରୀ ନାରାୟଣ ମିଶ୍ର ଏବଂ ରାଜନୈତିକ ଦଳର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Leave A Reply