Odisha news

ବିକ୍ରମପୁର ପଞ୍ଚମୁଖୀ ହନୁମାନ ମନ୍ଦିର ରୁ ହୁଣ୍ଡି ଚୋରି

0

ଖଲ୍ଲିକୋଟ–୧୬/୧୧–ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ରେ ରବିବାର ବିଳମ୍ବିତ ରାତ୍ରରେ ଦାନହୁଣ୍ଡି ବକ୍ସ ଚୋରି ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ମନ୍ଦିର ପୂଜକ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ସନ୍ଧ୍ୟା ନୀତି ଶେଷ କରି ଘରକୁ ଫେରି ଥିଲେ ।ଆଜି କାର୍ତ୍ତିକ ସୋମବାର ଓ ସଂକ୍ରାନ୍ତି ଥିବାରୁ ଭୋର ରୁ ଉଠି ମନ୍ଦିର କୁ ଯାଇ ଦାନ ହୁଣ୍ଡି ବକ୍ସ ନ ଥିବା ଦେଖିବାକୁ ପାଇଥିଲେ ।

ଏବିଷୟରେ ସେ ଗ୍ରାମବାସୀ ଙ୍କୁ ଜଣାଇଥିଲେ ।ପରେ ମନ୍ଦିର କମିଟି ସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ଜେମାଦେଇପୁର ଶାସନ ପଣ୍ଡିତ ବିନାୟକ ଆଚାର୍ଯ୍ୟ ଙ୍କ ସମେତ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।

କିଛି ଦିନ ହେବ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ବୃଦ୍ଧି ପାଇଛି ।ହୁଣ୍ଡି ଚୋରି ସହ କିଛି ଦିନ ତଳେ ବିକ୍ରମପୁର ଗ୍ରାମର ଜଣେ ମହିଳାଙ୍କ ଠାରୁ ସୁନାହାର ଲୁଟ, ଜାତୀୟ ରାଜପଥ ରେ ଜଣେ ଟ୍ରକ ଡ୍ରାଇଭର ଙ୍କୁ ମାଡ଼ ମାରି ଲୁଟ, କେଶପୁର ଦୋକାନ ରୁ ଚୋରି ଆଦି ଘଟଣା ଘଟିଥିବା ଜଣାପଡ଼ିଛି ।ଏହି ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Leave A Reply