କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଜାତୀୟ ପ୍ରେସ୍ ଦିବସ ଅବସରରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ମିଡିଆ ହାଉସ୍ ପକ୍ଷରୁ କବିସୂର୍ଯ୍ୟନଗର କନକ ମଞ୍ଜରୀ ପାଠାଗାର ଠାରେ ଏହି ଦିବସ ପାଳନ କରାଯାଇଛି। କବିସୂର୍ଯ୍ୟନଗର, ପୋଲସରା, କୋଦଳା, ଆସିକା ପ୍ରଭୃତି ଅଞ୍ଚଳର ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏହି ଦିବସ ପାଳନ କରିଛନ୍ତି। କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବ୍ଳକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ମୁଖ୍ୟ ବକ୍ତା ବିପିନ ବିହାରୀ ସତପଥି, .ସମ୍ମାନିତ ଅତିଥିଭାବେ ବାସ୍ତୁବିତ୍ ତଥା ସିନେ ପ୍ରଯୋଜକ ସନ୍ୟାସୀ ମହାରଣା,ସମାଜସେବୀ ଇଂଜିନିୟର ମାହେଶ୍ଵରୀ ଦୋରା,ଆଇନଜିବୀ ପ୍ରଭାତ କୁମାର ସାମଲ, ଇଂରାଜୀ ଅଧ୍ୟାପକ କେ. ପୁରୁଷୋତ୍ତମ ଉପସ୍ଥିତ ରହି ସାମ୍ପ୍ରତିକ ସ୍ଥିତିକୁ ନେଇ ଏକ ଆଲୋଚନା ଚକ୍ର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।ଜାତୀୟ ସାମ୍ବାଦିକ ଦିବସର ତାତ୍ପର୍ଯ୍ୟ ଓ ମହତ୍ଵ ସମ୍ପର୍କରେ ଉପସ୍ଥିତ ସମସ୍ତ ଅତିଥି ନିଜର ସଂକ୍ଷପ୍ତ ବିବରଣୀ ରଖିଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ପୁରସ୍କୃତ କରାଯାଇଥିଲା।ଉପସ୍ଥିତ
