Odisha news

ଦୀପାବଳୀ ଦିନ ଏହି ସ୍ଥାନରେ ଦୀପଦାନ କରନ୍ତୁ : ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ

0

ଦୀପ ମାନଙ୍କ ପର୍ବ ଦୀପାବଳୀର ଗୋଟିଏ ବିଶେଷ ମହତ୍ୱ ରହିଛି l ଏହି ଦିନ ମା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କର ପୂଜାର୍ଚନା କରାଯାଇଥାଏ l ଆମେ ଦୀପ ବାଲିରେ ଦୀପ ଦାନ କରି ଆମ ଜୀବନରୁ ଅନ୍ଧକାର ରୂପକ ଅଧର୍ମ ,ଅସତ୍ୟ ଓ ହିଂସା ଭାବକୁ ଦୂର କରିଥାଉ l କେଉଁ ଆଦିମ କାଳରୁ ଦୀପାବଳୀରେ ଦୀପ ଦାନର ବିଶେଷ ମହତ୍ୱ ରହିଛି ,କିନ୍ତୁ ଆମେ ମୁଖ୍ୟତଃ କେଉଁ କେଉଁ ସ୍ଥାନରେ ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଦୀପ ଦାନ କରିବା ତାହାର ମଧ୍ୟ ବିଶେଷ କାରଣ ରହିଛି l ଦୀପାବଳୀ ପର୍ବରେ ହିନ୍ଦୁମାନେ ଘରର ଚାରି ପାଖରେ ଦୀପ ଲଗାଇବା ସହିତ ଠାକୁରଙ୍କ ପାଖରେ ମଧ୍ୟ ଦୀପ ଦାନ କରିଥାନ୍ତି l କିନ୍ତୁ ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଦୀପ ଦାନ କରିବା ନିହାତି ଆବଶ୍ୟକ ଅଟେ l

* ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ -ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ପୂର୍ବରୁ ଦୀପ ଯେଉଁଠାରେ ରଖିବେ ସେହି ସ୍ଥାନରେ କିଛି ଚାଉଳ ରଖନ୍ତୁ l ଦୀପଟି କରଞ୍ଜ ତେଲରେ ପ୍ରସ୍ତୁତ କରି ଲେଗନ୍ତୁ l ମାନ୍ୟତା ରହିଛି ଯେ ଦୀପାବଳୀ ଦିନ ଘରର ମୁଖ୍ୟ ଦ୍ୱାରରେ ଅଖଣ୍ଡ ଦୀପ ଜଳାଇଲେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିଥାଏ l

* ପୂଜା ଘରେ ଦୀପ ଲଗାନ୍ତୁ -ଘରର ନିର୍ଧନତାକୁ ଦୂର କରିବା ପାଇଁ ଦୀପାବଳି ଦିନ ସନ୍ଧ୍ୟା ବେଳେ ଗୋଟିଏ ଅଖଣ୍ଡ ଦୀପ ପୂଜା ଘରେ ଜଳାନ୍ତୁ l ଏହି ଦୀପଟି ଘିଅରେ ପ୍ରସ୍ତୁତ କରି ଠାକୁରଙ୍କୁ ସମର୍ପଣ କରନ୍ତୁ ,ଏପରି କରିବା ଦ୍ୱାରା ନିର୍ଧନତା ସହିତ ଘରୁ ନାକାରତ୍ମକ ଶକ୍ତି ଗୁଡିକ ଦୂର ହୋଇଥାଏ l

* ଐଶାନ୍ୟ କୋଣରେ ଦୀପ ଲଗାଇବାର ମହତ୍ୱ -ମାନ୍ୟତା ଅନୁସାରେ ଐଶାନ୍ୟ କୋଣ ଅର୍ଥାତ ଉତର ପୂର୍ବ ଦିଗ ଅଟେ ,ଏହି ସ୍ଥାନରେ ଦୀପ ଲଗାଇବା ନିହାତି ଆବଶ୍ୟକ ଅଟେ l ମାନ୍ୟତା ଅନୁସାରେ କୁହାଯାଇଛି ଯେ ଐଶାନ୍ୟ କୋଣରେ ଭଗବାନ ବାସ କରନ୍ତି l ଦୀପାବଳୀ ଦିନ ଐଶାନ୍ୟ କୋଣରେ ଦୀପ ଜଳାଇବା ପୂର୍ବରୁ ଦୀପ ତଳେ ଟିକିଏ ଚାଉଳ ରଖନ୍ତୁ l

* ତୁଳସୀ  ଚଉରା ପାଖରେ ଦୀପ ଦେବାର ମହତ୍ୱ -ଆମେ ଏମିତିରେ ତ ତୁଳସୀ ଚଉରା ନିକଟରେ ପ୍ରତେକ ଦିନ ସନ୍ଧ୍ୟା ବେଳେ ଦୀପ ଲଗାଇଥାଉ ,କିନତୁୟ ଦୀପାବଳୀ ଦିନ ସନ୍ଧ୍ୟା ବେଳେ ହଳଦୀ ଓ ପାଣି ତୁଳସୀଙ୍କ ଅର୍ପଣ କରି ଦୀପ ଜଳାଇବା ଦ୍ୱାରା ନାରୀ ମାନେ ଅହ୍ୟସୁଲକ୍ଷଣୀ ହୋଇଥାନ୍ତି l

* ଘରବାହାରେ ଯମଙ୍କୁ ଦୀପ ଦିଅନ୍ତୁ -ଅକାଳ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଦୀପାବଳୀ ଦିନ ଯମଙ୍କୁ ଘର ବାହାରେ ଦୀପ ଦାନ କରନ୍ତୁ l ଦୀପାବଳୀ ପୂର୍ବ ଦିନ ମଧ୍ୟ ଯମଙ୍କୁ ଦୀପଦାନ କରାଯାଇଥାଏ l ଏହାର ଆଉ ଗୋଟିଏ ତାତ୍ପର୍ଯ୍ୟ ରହିଛି ଯେ ପିଲାମାନେ ଦୀର୍ଘାୟୁ ହେବ ସହିତ ଘର ସୁଖ ଶାନ୍ତିରେ ପୁରୀ ରହିଥାଏ l

Leave A Reply