Odisha news

କନ୍ଧମାଳ ଜିଲ୍ଲାରେ, ୧୯ ନୁଆ କରୋନା ସଂକ୍ରମିତ ଚିହ୍ନଟ : ମୋଟ ୫,୮୧୮ସଂକ୍ରମିତ

0

ଫୁଲବାଣୀ : ଦିର୍ଘ ୯ ଦିନର ବ୍ୟବଧାନ ପରେ ଜିଲ୍ଲାରେ କରୋନା ସଂକ୍ରମଣର ସଂଖ୍ୟା ଉପରକୁ ଉଠିଛିି । ଗତ ୪ ତାରିଖରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯ ରହିଥିଲା । ତା ପରଠାରୁ ଦୈନିକ ସଂକ୍ରମଣ ସଂଖ୍ୟା, ସର୍ବ ନିମ୍ନ ୮ରୁ ସର୍ବାଧିକ ୧୨ ମଧ୍ୟରେ ରହିଆସିଥିବା ବେଳେ ଜିଲ୍ଲାରେ ଆଜି ୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ବାଲିଗୁଡା ଅଂଚଳର ଜଣେ ୪୬ ବର୍ଷିୟ ପୁରୁଷଙ୍କର କୋଭିଡରେ ଆକ୍ରାନ୍ତ ହୋଇ ମୃତୁ୍ୟ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୮୧୮ କୁ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୬ ୯୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି କୋଭିଡରେ ଆକ୍ରାନ୍ତ ହୋଇ ବାଲେିଗୁଡା ଅଂଚଳର ଜଣେ ମୃତୁ୍ୟ ବରଣ କରିଛନ୍ତି ।

ଏହାକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୨ ରେ ପହଂଚିଛି । ଆଉ ୯୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ଜଣେ ଏବଂ ଗ୍ରାମାଂଚଳରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲିଗୁଡାରେ ୩ ଜଣ, ଦାରିଙ୍ଗବାଡିରେ ୪, ଖଜୁରିପଡାରେ ୩,ଚକାପାଦରେ ୩,ଫିରିଙ୍ଗିଅ.ଘୁ,ଉଦୟଗିରି,ରାଇକିଆ ଏବଂ ଟିକାବାଲି ଆଂଚଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କରୋନା ସଂକ୍ରମଣରୁ ଦୁରରେ ରହିବାକୁ ଅତି ଆବଶ୍ୟକ ନହେଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ଜରୁରୀ କାମରେ ବାହାରକୁ ଗଲା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

Leave A Reply