ବାରିପଦା : ମୟୂରଭଞ୍ଜ ଜିଲ୍ଲା ପୂର୍ତ୍ତ ବିଭାଗ ବାରିପଦା ଡିଭିଜନ୍ ନୂତନ ନିର୍ବାହୀଯନ୍ତ୍ରୀ ଭାବେ ନନ୍ଦଦୁଲାଲ ଘଢେଇ ଶୁକ୍ରୁବାର ବିଧିବଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମୟୂରଭଞ୍ଜ ଠିକାଦାର୍ ସଂଘ ପକ୍ଷରୁ ନିର୍ବାହୀଯନ୍ତ୍ରୀ ଶ୍ରୀ ଘଢେଇଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି ।
ସଂଘର ସଭାପତି ପରେଶଚନ୍ଦ୍ର ମହାନ୍ତ, ସମ୍ପାଦକ ସନ୍ତୋଷ ଖଣ୍ଡେଲୱାଲ, ମୁଖପାତ୍ର ସତ୍ୟରଞ୍ଜନ ପଟ୍ଟନାୟକ ଏବଂ ସଂଘର ସଦସ୍ୟ ସଞ୍ଜୟ ଅଗ୍ରୱାଲ, ସନ୍ତୋଷ ସାହୁ, ତି୍ରଲୋଚନ ଗିରି, ସଜଲ ମଉଲିକ୍, ପ୍ରିୟବ୍ରତ ଦାସ, ନନ୍ଦଲାଲ ମିଶ୍ର, ସୁବ୍ରତ ଦାସ ଓ ସନ୍ଦୀପ ପତି ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀ ଘଢେଇଙ୍କୁ ସ୍ୱାଗତ କରିବା ସହ ସଂଘର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।