ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ବହୁ ଆନେ୍ଦାଳନ ପରେ ପ୍ରତିଷ୍ଠା ହେଲାପରେ ମଧ୍ୟ ଜିଲ୍ଲାବାସୀ ଏପର୍ଯ୍ୟନ୍ତ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ଉପଖଣ୍ଡର ମୁଖ୍ୟଚିକିସôାଳୟ ଗୁଡିକ ସହ ୨୬ଟି ବ୍ଲକରେ ଥିବା ଛୋଟବଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବୀ ଡାକ୍ତର, କର୍ମଚାରୀ ଓ ଆନୁସଙ୍ଗିକ ସୁବିଧାକୁ ପୂରଣ କରିବାପାଇଁ ଜିଲ୍ଲାର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ବାରମ୍ବାର ଆନେ୍ଦାଳନ କରାଯାଉଛି । ଭଞ୍ଜସେନାର ଆନେ୍ଦାଳନ ସତ୍ତ୍ୱେ ନିର୍ବାଚିତ ଜନପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସଂଗଠନ ପକ୍ଷରୁ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନର ନିଷ୍ପତ୍ତି କ୍ରମେ ଜନପ୍ରତିନିଧିମାନଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।
ଏହି ପରିପ୍ରେକ୍ଷୀରେ ଶୁକ୍ରୁବାର ମୋରଡା ବିଧାୟକ ରାଜକିଶୋର ଦାସଙ୍କ ବାସଭବନ ସମ୍ମୁଖରେ ଜିଲ୍ଲାସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେହିପରି ସାରସକଣା ବିଧାୟକ ଡାଃ ବୁଢାନ୍ ମୁର୍ମୁଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀଙ୍କ ନେତୃତ୍ୱରେ ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭଞ୍ଜସେନା ପକ୍ଷରୁ ବାରିପଦା ଓ ରାଇରଙ୍ଗପୁର ବିଧାୟକଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ଆହ୍ୱାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ରାକେଶ ବେହେରା, ସୌମ୍ୟରଞ୍ଜନ ମିଶ୍ର, ସାମନ୍ତ ଶେଖର ପାଲ, ରାକେଶ ମହାନ୍ତି, ରବିନ୍ଦ୍ର ସାହୁ, ପାରିତୋଷ ବାରିକ୍, ପଦ୍ମଲୋଚନ ଦାସ, ଜ୍ୟୋତିରଞ୍ଜନ ପୃଷ୍ଟି, ଏସକେ ରାଜାଖାନ୍, ଧନଞ୍ଜୟ ସାହୁ, ସୌମ୍ୟରଞ୍ଜନ ଦାସବାବୁ, ଶୁଭମ ଦେ ଓ ରିକି ଦାସ ପ୍ରମୁଖଙ୍କ ସହ ବହୁ ଯୁବଛାତ୍ର ଉପସ୍ଥିତ ଥିଲେ ।