ଧାମନଗର : ଧାମନଗର ତହସିଲ ଅଂଚଳରେ ଶହ ଶହ ଏକର ସରକାରୀ ଜମିକୁ ଲୋକେ ଜବରଦଖଲ କରୁଥିବାବେଳେ ସ୍ତାନୀୟ ପ୍ରଶାସନ ନିଦାବିଷ୍ଣୁ ସାଜି ବସି ରହିଛି । ଏବେ ବହୁ ସରକାରୀ ଜମିରେ ଇଟାଭାଟି ମାନ ନିର୍ମାଣ କରି ଲୋକେ ବ୍ୟବସାୟ କରୁଥିବାବେଳେ ବ୍ୟାପକ ରାଜସ୍ୱ ହାନୀ ଘଟୁଛି । ଧାମନଗର ତହସିଲ ଅଧିନରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ମାନଙ୍କ ଜ୍ଞାତସାରରେ ଏପରି କାର୍ଯ୍ୟ ·ଲୁଥିବାବେଳେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହେଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ସୋହଡ଼ା ପଞ୍ଚାୟତରେ ଏକ ସରକାରୀ ଗୋଚର ଜମିରେ ୨ଜଣ ବ୍ୟକ୍ତି ବେଆଇନ୍ ଭାବେ ଇଟାପକାଇ ବ୍ୟବସାୟ କରୁଥିବା ଜଣାଯାଇଛି ।
ଫଳରେ ସେହି ଗ୍ରାମର ଗୋରୁଗାଇ ଚରିବାରେ ବାଧା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଏ ସଂପର୍କରେ ଧାମନଗର ତହସିଲଦାରଙ୍କ ଠାରେ ଅଭିଯୋଗ କରି ତୁରନ୍ତ ଉଚ୍ଛେଦ ପାଇଁ ଦାବି କରିଛନ୍ତି । ଦୀର୍ଘ ୧୦ବର୍ଷ ହେଲା ଦୁଇଜଣ ସ୍ଥାନୀୟ ବ୍ୟକ୍ତି ସୋହଡ଼ା ଶାସନ ଓ କରଦା ମଝିରେ ଥିବା ଏକ ସରକାରୀ ଗୋଚର ଜମିରେ ଇଟାପକାଇ ବ୍ୟବସାୟ କରିଆସୁଛନ୍ତି । ଏହି ଇଟା ବ୍ୟବସାୟୀ ମାନେ ବାର୍ଷିକ ଲକ୍ଷ ଲକ୍ଷ ଇଟା ପକାଇ ବ୍ୟବସାୟ କରୁଥିବାବେଳେ ସରକାରୀ ଗୋଚର ପଡ଼ିଆକୁ ବର୍ଷର ଅଧିକାଂଶ ଦିନ ନିଜ ଅଧିନରେ ରଖୁଥିବା ଜଣାଯାଇଛି । ଗୋଚର ଜମି ଜବରଦଖଲ ହେତୁ ସୋହଡ଼ା ଗ୍ରାମର ଶହ ଶହ ଗୋରୁ ଗାଇଙ୍କ ଚରିବାରେ ବାଧା ସୃଷ୍ଟି ହେଉଛି ।
ସ୍ଥାନୀୟ ଗ୍ରାମବାସୀ ମାନେ ଧାମନଗର ତହସିଲଦାରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରି ଗୋଚର ଜମି ଜବରଦଖଲକୁ ତୁରନ୍ତ ଖାଲି କରିବାପାଇଁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ସମ୍ପୃକ୍ତ ଅଂଚଳର ଲୋକେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେବୋଲି ଜଣାଯାଇଛି । ପ୍ରକାଶ ଥାଉକି ସ୍ଥାନୀୟ କେତେକ ରାଜନ÷ତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଏହି ସରକାରୀ ଜମି ଜବରଦଖଲ ହୋଇଥିବାବେଳେ ରାଜସ୍ୱ ବିଭାଗ ସବୁ ଦେଖି ଶୁଣି ଚୁପ ରହିଛି । ଧାମନଗର ତହସିଲ ଅଧିନରେ କାର୍ଯ୍ୟ କରୁଥିବା ଅଧିକାଂଶ କର୍ମ·ରୀ ଦୁର୍ନିତୀରେ ବୁଡ଼ି ରହୁଥିବାବେଳେ ତହସିଲଦାର ସେମାନଙ୍କୁ ସଠିକ୍ ମାର୍ଗରେ ନେବାପାଇଁ ଅସହାୟତା ପ୍ରକାଶ କରୁଛନ୍ତି । ଏପରି ସ୍ଥଳେ ଭଦ୍ରକ ଜିଲ୍ଳାପାଳ ଧାମନଗର ତହସିଲ ଅଂଚଳକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି