ଏରସମା-୧୩/୧୧ : ଏରସମା ବ୍ଲକ ବିଜେଡି ର ସାଙ୍ଗଠନିକ ବୈଠକ ବ୍ଲକ ସଦରମହକୁମାସ୍ଥିତ ମକରଧ୍ୱଜଶିଳ୍ପତାଲିମକେନ୍ଦ୍ର ପ୍ରାଗଣରେ ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତହୋଇଯାଇଛି । ୨ୟ ବାର ବ୍ଲକ ସଭାପତିହୋଇଥିବା ପିତବାସ ଗଛାୟତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାଲିକୁଦା ଏରସମାର ବିଜେଡି ନେତା ରାଜ୍ୟ ଜଳସଂପଦଓସୂଚନାଲୋକସଂପର୍କମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ୨୫ ଟି ପ ଂଚୟତର ଛାମୁଆକର୍ମିମାନଙ୍କ ଠାରୁ ବିଭିନ୍ନ ସମସ୍ୟା ଶୁଣିଥିଲେ ପରେ ସଙ୍ଗଠନ ଦୃଢପାଇଁ ଉପଦେଶ ପ୍ରଦାନକରିଥିଲେ । ବିଜେଡି ପକ୍ଷରୁ ନିଯୁକ୍ତିହୋଇଥିବା ନିର୍ମାଚନ ଅଧିକାରୀ ଦିପ୍ତିରଂଜନ କୁଅଁର ୨୫ ଟି ପଂଚାୟତର ସଭାପତିଙ୍କନାମ ତଥା ବ୍ଲକକମିଟିର ସଭ୍ୟମାନଙ୍କ ନାମ ଘୋଷଣାକରିଥିଲେ ।
ମନ୍ତ୍ରୀଙ୍କସହିତ ରାଜ୍ୟ ବିଜେଡି ସଂପାଦକ ସାରଦାପ୍ରସନ ଜେନା ,ବ୍ଲକ ବିଜେଡି ଉପସଭାପତି ବିଜୟ ପାଳ,ବ୍ଲକ ଅଧକ୍ଷ ପ୍ରଣବ ସ୍ୱାଇଁ ,ଜିଲ୍ଲାପରିସଦ ସଭ୍ୟା ଇତିଶ୍ରୀ ଭୁୟାଁ ,ଗୀତାରାଣି ପାଳ,ଆଇନଜୀବି ଅକ୍ଷୟ ସ୍ୱାଇଁ ,ପ୍ରକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ମୁଲ୍ୟବାନ ମତ ପ୍ରଦାନକରିଥିଲେ । ବ୍ଲକ କମିଟି ର ନୁତନସଭ୍ୟ ,ନ୍ୟତନପ ଂଚାୟତ ସଭାପତିମାନଙ୍କୁ ମନ୍ତ୍ରୀ ସଂମ୍ବୋଧନା ଦେଇଥିଲେ ।
ବ୍ଲକର ପଦ୍ମପୁର ସରପ ଂଚ କେଶବ ପାତ୍ର ,ଗଡହରିଶପୁର ପ ଂଚାୟତର ବିଜେଡି ନେତା ସୈାରଭ ଦାସ ,ସମାଜସେବୀ ଗୈାରାଙ୍ଗ ଜେନା , ଗଡବିଷୁନପୁରର ସରପ ଂଚଙ୍କ ପ୍ରତିନିଧି ପ୍ରଭାକର ବେହେରା ,ଯୁବନେତା ପାର୍ଥସାରଥି ରାଉତ,ପଦ୍ମପୁରର ସମାଜସେବି ବୈଦ୍ୟନାଥ ବିଶ୍ୱାଳ,ପଏଦା ସରପ ଂଚ ପ୍ରଦିପ୍ତ କିଶୋର ପରିଡା,ଛାତ୍ରନେତା ବରଦା ରାଉତ,ରାକେଶ ସ୍ୱାଇଁ ,ବିଶ୍ୱଜିତ ସାମଲ,ନାରୀନେତ୍ରୀ ପ୍ରଦାୟିନି ମହାନ୍ତି ପ୍ରମୁଖ ଙ୍କ ସମେତ ୨୫ ଟି ପ ଂଚାୟତର ଛାମୁଆ କର୍ମିମାନେ ଯୋଗଦେଇଥିଲେ ।