Odisha news

କେନ୍ଦ୍ରୀୟ ଜଳ ପରିଚାଳନା ପ୍ରତିଷ୍ଠାନର ସଦସ୍ୟଙ୍କୁ ସମ୍ବର୍ଦ୍ଧନା

0

ଖୋର୍ଦ୍ଧା,୧୩ା୧୧ : କେନ୍ଦ୍ରିୟ କୃଷି ଗବେଷଣା ପରିଷଦ ଅଧିନସ୍ଥ କେନ୍ଦ୍ରୀୟ ଜଳ ପରିଚାଳନା ପ୍ରତିଷ୍ଠାନକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନିତ ସଦସ୍ୟ ଶ୍ରୀରଞ୍ଜନ ମଙ୍ଗରାଜଙ୍କୁ ନିଜିଗଡ଼ ତାପଙ୍ଗ ନାଗରିକ ମଂଚ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ରମେଶ ପାତାଳସିଂହଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗଡ଼ଚଉପାଢୀ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜର କର୍ମ ଏବଂ ନିଷ୍ଠପର ଉଦ୍ୟମ ପାଇଁ ଶ୍ରୀମଙ୍ଗରାଜଙ୍କୁ ଆଜି ଏହି ଦାୟିତ୍ୱ ମିଳିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ନାଗରିକ ମଂଚର ବରିଷ୍ଠ ସଦସ୍ୟ ସଂଗ୍ରାମ କେଶରୀ ଜଗବେ୍ଦବଙ୍କ ସଂଚାଳନାରେ ଆୟୋଜିତ ଉକ୍ତ ସଭାରେ ଶ୍ରୀମଙ୍ଗରାଜଙ୍କୁ ମାନପତ୍ର ଏବଂ ଉପଢୋ÷କନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ଭାବରେ ରଜାକ୍ କଳାପାହାଡ଼, କିଶୋର ବରାଳ, ଗତିକୃଷ୍ଣ ସେଠୀ ଓ ପ୍ରାଣନାଥ ସାହୁ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନାଗରିକ ମଂଚ ତରଫରୁ ବକ୍ତାମାନେ ଶ୍ରୀ ମଙ୍ଗରାଜଙ୍କ ନିଯୁକ୍ତି ଆମଅଞ୍ଚଳ ପାଇଁ ଗର୍ବର କଥା ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ଶ୍ରୀଚନ୍ଦନ, ଗୋପାଳ ଜେନା, ଜଳନ୍ଧର ପଶ୍ଚିମକବାଟ, ଲିଙ୍ଗରାଜ ବଳିଆରସିଂହ, ମନୋଜ ବୈରିଗଞ୍ଜନ, ବିଷ୍ଣୁପ୍ରସାଦ ବଳିଆରସିଂହ, ରେଣୁବାଳା ଜଗବେ୍ଦବ, ଅରୁଣ ମାନ୍ଦାତା, ଗୋବିନ୍ଦ ନରେନ୍ଦ୍ର ସିଂହ, ଅଚୁ୍ୟତ ମଙ୍ଗରାଜ, ଚିନ୍ମୟୀ ଛୋଟରାୟ, ପ୍ରୀତିକୃଷ୍ଣା ଜଗବେ୍ଦବ, ପ୍ରଜ୍ଞାପରମିତା ଜଗବେ୍ଦବ ପ୍ରମୁଖ ସ୍ୱାଗତ କରିଥିଲେ । ଶ୍ରୀ ନିମେଇଁ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply