Odisha news

ଦୁଇ କିରାଣୀଙ୍କ ଘର ଉପରେ ଭିଜିଲାନ୍ସ ଚଢଉ : ତିନି କୋଟିରୁ ଉଦ୍ଧ୍ୱର୍ ସମ୍ପତ୍ତି ଠାବ

0

ଭୁବନେଶ୍ୱର, (ନି.ପ୍ର) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଦୁଇ କିରାଣୀଙ୍କ ଘର ଉପରେ ଚଢାଉ କରାଯାଇଥିଲା । ଚଢାଉରେ ଦୁହିଁଙ୍କ ଠାରୁ ତିନିକୋଟିରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା ଭିଜିଲାନ୍ସ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କ ଘର ସମେତ ତିନୋଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଉଦୟନାଥ ଜେନାଙ୍କ ସୁନ୍ଦରପଦାସ୍ଥôିତ ଦୁଇ ମହଲା ଘର, କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ୍ ଅନ୍ତର୍ଗତ ଏଣ୍ଡୁଳପୁର ଗ୍ରାମରେ ଥିବା ପୈତୃକ ଘର ଓ ତାଙ୍କ ଅଫିସରେ ଚଢଉ କରାଯାଇଥିଲା । ଚଢାଉ ସମୟରେ ତାଙ୍କର ଏକ କୋଟି ୩୨ ଲକ୍ଷ ୨୭ ହଜାର ୪ ଶହ ୫୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା କୁହାଯାଇଛି । ଭୁବନେଶ୍ୱରରେ ଥିବା ଏକ ଦୁଇ ମହଲା ବିଲ୍ଡିଂ ଯାହାର ମୂଲ୍ୟ ୬୬ ଲକ୍ଷ ୯୪ ହଜାର ୮୧୧, ପୁରୀରେ ଥିବା ଏକ ଫ୍ଲାଟ୍ ଯାହାର ମୂଲ୍ୟ ୧୨ ଲକ୍ଷ ୭ ହଜାର, ୨୨ଲକ୍ଷ ୮୯ ହଜାର ୭୨୮ ଲକ୍ଷର ଭୁବନେଶ୍ୱର ଏବଂ ପୁରୀରେ ଥିବା ୭ଟି ପ୍ଲଟ ସମେତ ଦୁଇ ଲକ୍ଷ ୪୭ ହଜାର ସୁନା ଅଳଙ୍କାର ଆଦି ମିଳିଛି ।

ଏହି ସବୁ ସମ୍ପତ୍ତିର ମୂଲ୍ୟ ଏକ କୋଟି ୩୨ ଲକ୍ଷ ।ଯାଜପୁର, ଧର୍ମଶାଳା ସର୍ବରେଜିଷ୍ଟ୍ରାର ଅଫିସର ଜୁନିୟର କିରାଣୀ ରତ୍ନାକର ମହାନ୍ତିଙ୍କର ୬ଟି ସ୍ଥାନ ଉପରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢାଉ କରାଯାଇଥିଲା । ଯାଜପୁର ଜିଲ୍ଲା ଧର୍ମଶାଳାରେ ଥିବା ତାଙ୍କର ଘର, ବ୍ରଜରାଜନଗର ରେଥିବା ଏକ ମହଲା କୋଠା, ଜାରକାରେ ଥିବା ହୋଟେଲ ଆକାଶ, ଗଡମଙ୍ଗଳପୁରରେ ଥିବା ମାର୍କେଟ କମ୍ପ୍ଲେକ୍ସ ଚାନ୍ଦପୁରରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ତାଙ୍କର ଅଫିସ ଉପରେ ଏକକାଳୀନ ଚଢାଉ କରାଯାଇଥିଲା । ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶାଇ ଏକକୋଟି ୨୯ ଲକ୍ଷ ୩୫ ହଜାର ୫୭୪ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ନଗଦ ୮ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ ହୋଇଥିବା ବେଳେ ଗାଡି ଏବଂ ସୁନା ଅଳଙ୍କାର ଆଦି ଜବତ କରାଯାଇଛି ।

Leave A Reply