ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ଫିଙ୍ଗିଆ ଥାନା ଅଂଚଳର ଡିମ୍ବିରିଗୁଡା ପଂଚାୟତର ୧୮୦ ଏକର ଯାଗାରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ନଷ୍ଟ କରାଯାଇଛି । ଆଜି ଫିରିଙ୍ଗିଆ ଥାନା ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ ମାଜଷ୍ଟ୍ରେଟ୍ ,କନ୍ଧମାଳ ଜିଲ୍ଲା ଆପାତକାଳିନ ଅଧିକାରି ପ୍ରଦୁ୍ୟମ୍ନ ମଣ୍ଡଳଙ୍କ ଉପସ୍ଥିତିରେ ଫିଙ୍ଗିଆ ଥାନା ଅଧିକାରି ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସବଇନିସ୍ପେକ୍ଟର ଅଜୟ କୁମାର ଓରାମଙ୍କ ସମେତ ବିଭାର ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
ଏହି ଅଭିଯାନାରେ ଦୁଇ ପ୍ଲାଟୁନ ଶସସ୍ତ୍ର ପୁଲିସ ବାହୀନି ସହିତ ୨୦ ଜଣ ଶ୍ରମିକଙ୍କୁ ନେଇ ଡିମ୍ବିରିଗୁଡା ପଂଚାୟତ ଅଂଚଳର ପାଗାସି,ଲାଇନପାଲି,ପିଡିଆଗୁଡା,ବାଡିଗୁଡା ଏବଂ ଜଟନିଖୋଲ ଭଳି ଅଂଚଳରେ ଥିବା ସଂରକ୍ଷିତ ଜଙ୍ଗଲ ଅଂଚଳରେ କରାଯାଇଥିବା ୧୮୦ ଏକର ଯାଗାର ବେଆଇନ ଗଞ୍ଜେଇ ଗଛଗୁଡିକୁ କାଟିବାସହିତ ସେଗୁଡିକୁ ସେଠାରେ ପୋଡି ନଷ୍ଟ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ଏହି ସଂକ୍ରନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ୧୦୦/୨୦୨୦ ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।