ଦୀପାବଳୀରେ ମା ଲକ୍ଷ୍ମୀଙ୍କୁ ବିଧିବିଧାନ ଭାବରେ ପୂଜା କରାଯାଇଥାଏ l ଲକ୍ଷ୍ମୀଙ୍କୁ ପ୍ରସନ କରିବା ପାଇଁ ଦୀପାବଳୀ ଦିନ ଲୋକ ମାନେ ଅନେକ ପ୍ରକାରର ଉପାୟ କରିଥାନ୍ତି ,କାରଣ ତାଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ l ଯଦି ଆପଣ ଆଲୋକର ଏହି ପର୍ବରେ ମାତା ଲକ୍ଷ୍ମୀଙ୍କୁ ପୂଜନ କରିବା ସହିତ ଧନ ପ୍ରାପ୍ତିର ଉପାୟ ମଧ୍ୟ କରାଯାଇଥାଏ l କାରଣ ସୁଖ ସୁବିଧା ସହିତ ସମୃଦ୍ଧି ପ୍ରାପ୍ତ ହୋଇଥାଏ l ଦୀପାବଳୀରେ କିଛି ସହଜ ଉପାୟ ଦ୍ୱାରା ମା ଲକ୍ଷ୍ମୀଙ୍କୁ ପ୍ରସନ କରାଯାଇ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରାଯାଇ ପାରିବ l
* ଯଦି ଆପଣଙ୍କ ଘରେ ଧନ ଆସି ମଧ୍ୟ ରହୁନାହିଁ ତେବେ ଦୀପାବଳୀ ପୂର୍ବଦିନ (ନରକ ଚତୁର୍ଦଶୀ) ଦିନ ରକ୍ତ ଚନ୍ଦନ ଦେଇ ଲାଲ ରଙ୍ଗର କପଡ଼ାରେ ମା ଲକ୍ଷ୍ମୀଙ୍କୁ ବସାଇ ପୂଜା କରନ୍ତୁ l ଏହି ଦିନ ଆପଣ ଗୋଟିଏ ରୋଲିକୁ ଗୋଟିଏ ଲାଲ କପଡ଼ାରେ ଗୁଡ଼ାଇ ଲକ୍ଷ୍ମୀଙ୍କୁ ଅର୍ପଣ କରି ନିଜ ଆଲମିରା ଭିତରେ ରଖନ୍ତୁ l
* ଦୀପାବଳୀ ଅମାବାସ୍ୟା ଦିନ ହୋଇଥାଏ l ସେହି ଦିନଠାରୁ ଆରମ୍ଭ କରି ପ୍ରତେକ ମାସର ଅମାବାସ୍ୟା ଦିନ କିଛି ଭୋକିଲା ଲୋକଙ୍କୁ ଭୋଜନ କରାନ୍ତୁ l ମାନ୍ୟତା ରହିଛି ଯେ ଏପରି କରାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିଥାଏ l
* ଯଦି ଆପଣଙ୍କର ଚାକିରୀ କ୍ଷତ୍ରରେ କିଛି ଅସୁବିଧା ହେଉଛି ତେବେ ଦୀପାବଳି ଦିନ ସନ୍ଧ୍ୟାରେ ଲକ୍ଷ୍ମୀଙ୍କୁ ପୂଜା କରି ସାରିବା ପରେ କିଛି ଚଣା ଡାଲିକୁ ନେଇ ଲକ୍ଷ୍ମୀଙ୍କ ପାଦରେ ଅର୍ପଣ କରନ୍ତୁ l ଏହାପରେ ଏହି ଚଣାକୁ ନେଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ l ଏହିପରି କରିବା ଦ୍ୱାରା ଆପଣଙ୍କ ଚାକିରୀ କ୍ଷତ୍ରର ସମସ୍ୟା ଦୂର ହେବ l
* ଦୀପାବଳୀ ଦିନ ଗୋଟା ଗୁଆ ,ଖଣ୍ଡ ହଳଦୀ ,ପାଞ୍ଚଟି କଉଡ଼ି ଗଙ୍ଗା ଜଳରେ ଧୋଇ ଲାଲ କପଡ଼ାରେ ବାନ୍ଧି ଲକ୍ଷ୍ମୀଙ୍କ ପୂଜା ସ୍ଥାନରେ ଗୋଟିଏ ଭୋଗ ପାତ୍ରରେ ଅର୍ପଣ କରନ୍ତୁ l ଦୀପାବଳୀ ପରଦିନ ଏହାକୁ ନେଇ ନିଜ ଆଲମିରା ଭିତରେ ରଖନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ମାଙ୍କ ଆଶୀର୍ବାଦରୁ ଧନ ପ୍ରାପ୍ତ ହୋଇଥାଏ l
* ଦୀପାବଳୀ ଦିନ ସକାଳୁ ଆଖୁକୁ ନେଇ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l କୁହାଯାଏ ଯେ ଆଖୁ ଅର୍ପଣ କରିବା ଦ୍ୱାରା ଘରେ ସମସ୍ତଙ୍କ ଭିତରେ ସୁସମ୍ପର୍କ ରହିବ ସହିତ ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l
କୁହାଯାଏ ଯେ ଦୀପାବଳି ଦିନ ଲକ୍ଷ୍ମୀଙ୍କ ପୂଜା ପରେ ଘରର ସମସ୍ତ କୋଠରୀରେ ଘଣ୍ଟି ଓ ଶଙ୍ଖ ବଜାଇବା ଆବଶ୍ୟକ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଘର ଉପରେ ସବୁବେଳେ ରୁହେ l