Odisha news

ଉପନିର୍ବାଚନରେ ବିଜୟ ପାଇଁ ଭର୍ଚୁ୍ୟଆଲ ସଭାରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଲେ

0

ବାଲେଶ୍ୱର : ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିଜୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁ୍ୟଆଲ୍ ସଭାରେ ବାଲେଶ୍ୱରର ସମସ୍ତ ଭୋଟରଙ୍କୁ କୃତଜ୍ଞତା ଜଣାଇବା ସଂଗେସଂଗେ କୋଭିଡ଼ କଟକଣା ମାନି ପ୍ରଚାର କାର୍ଯ୍ୟ କରିଥିବା ଦଳର କର୍ମୀ, ନେତୃବୃନ୍ଦ, ପର୍ଯ୍ୟବେକ୍ଷକ ଏବଂ ସମସ୍ତ ବାଲେଶ୍ୱର ବାସୀଙ୍କୁ ଅଶେଷ ଧନ୍ୟବା ଅର୍ପଣ କରିଛନ୍ତି  । ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ ବାଲେଶ୍ୱର ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ  ।

ଏହାଛଡ଼ା ଯେଉଁ ପର୍ଯ୍ୟବେକ୍ଷକମାନେ ବାଲେଶ୍ୱର ଆସି ପ୍ରଚାର କାର୍ଯ୍ୟ କରୁଥିଲେ ନିର୍ବାଚନରେ ବିଜେଡ଼ିର ବିଜୟ ପରେ ସେମାନେ ଯେଉଁ ଅଞ୍ଚଳର ଦାୟିତ୍ୱ ନେଇଥିଲେ ସେ ଅଞ୍ଚଳକୁ ଆସି ବ୍ୟକ୍ତିଗତ ଭାବରେ ଭୋଟରମାନଙ୍କୁ ଭେଟି ଧନ୍ୟବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସଭାରେ ନିଦେ୍ର୍ଦଶ ଦେଇଥିଲେ ।

ଏହି ଭର୍ଚୁ୍ୟଆଲ୍ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ୱରସ୍ଥିତ ଭେନିଆପାରାଡାଇଜ୍କୁ ଏହି ଲିଙ୍କ୍ରେ ସଂଯୋଗ କରାଯାଇଥିଲା  । ଏହି ସଭାରେ ବାଲେଶ୍ୱର ଉପନିର୍ବାଚନ ପାଇଁ ନିୟୋଜିତ ଥିବା ପର୍ଯ୍ୟବେକ୍ଷକ ତଥା ବିଜେଡ଼ିର ବରିଷ୍ଠ ରାଜ୍ୟନେତା ଦେବୀପ୍ରସାଦ ମିଶ୍ର ଅଧ୍ୟକ୍ଷତା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ଏବଂ ସମସ୍ତ ବାଲେଶ୍ୱର ବାସୀ,ପର୍ଯ୍ୟବେକ୍ଷକ ସ୍ଥାନୀୟ ନେତା ଓ କର୍ମୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଏହି ଉପନିର୍ବାଚନରେ ଆମେ ବିଜୟୀ ହେଲୁ ବୋଲି ସେ କହିଥିଲେ  ।

ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପର୍ଯ୍ୟବେକ୍ଷକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରତାପ ଦେବ ମଧ୍ୟ ଉଦ୍ବୋଧନ ଦେଇ ବାଲେଶ୍ୱରବାସୀଙ୍କୁ କୃତଜ୍ଞତା ଜଣାଇବା ସଂଗେସଂଗେ ନବ ନିର୍ବାଚନ ବିଧାୟକ ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ  । ଶେଷରେ  ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା  ମନ୍ତ୍ରୀ ପ୍ରତାପ ଜେନା ବାଲେଶ୍ୱରବାସୀଙ୍କୁ  କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ  । ତେବେ ବାଲେଶ୍ୱର ଠାରେ ଏହି ଭର୍ଚୁ୍ୟଆଲ୍ ମିଟିଂରେ ବିଜେଡ଼ି ସଭାପତି ଇଂ ରବିନ୍ଦ୍ର ଜେନା, ପ୍ରାକ୍ତନ ବିଧାୟକ ଅରୁଣ ଦେ, ସୁଦର୍ଶନ ଜେନା, ଗୌରି ରାଉତ, ଭୁବନାନନ୍ଦ ଦାସ, ବିଜୁ ଛାତ୍ର ଜନତା ଦଳର ସଭାପତି ସୀମନ୍ ଦାସମହାପାତ୍ର,ମନୋଜ ରାଉତ, ସତ୍ୟଦାସ ସମେତ ବହୁ ନେତୃବୃନ୍ଦ ଯୋଗଦାନ କରିଥିଲେ

Leave A Reply