ନୂଆଦିଲ୍ଲୀ : କ୍ରିକେଟ ଖେଳର ଦିଗଜ ଖେଳାଳି ଓ ଭାରତୀୟ ଦଳର ଜଣାଶୁଣା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖେଳରୁ ଅବସର ନେଇ ଗଲେଣି l ସେ ବର୍ତ୍ତମାନ ଆଉ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବେ ନାହିଁ l ସେ ଚଳିତ ବର୍ଷ IPL ଖେଳିବା ପୂର୍ବରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରି ଦେଇଥିଲେ l ବର୍ତମାନ ଏହି ଭାରତୀୟ ଦଳର ପୂର୍ବତନ ଅଧିନାୟକ କଡକନାଥ କୁକୁଡ଼ା ଚାଷ କରିବାର ନଜର ଆସିବେ l ସେ ନିଜ ଗୃହ ନଗର ରାଞ୍ଚିରେ ଏହି ବ୍ୟବସାୟ ଆରମ୍ଭ କରିବେ ,ତାସାହିତ ସେ ଜୈବିକ ଚଷା ମଧ୍ୟ କରିବେ l
ସେ ଏଥିପାଇଁ ରାଞ୍ଚିର ଭେଟନାରୀ ମହାବିଦ୍ୟାଳୟରେ ତାଙ୍କର ବନ୍ଧୁଙ୍କ ନିକଟରୁ ପରାମର୍ଶ ନେଇଛନ୍ତି l ସେ ଆଦିବାସୀ ଚାଷୀ ବିନୋଦ ମୁଣ୍ଡାଙ୍କୁ ୧୫ ଡିସେମ୍ବର ସୁଦ୍ଧା ଅଗ୍ରିମ ୨ ହଜାର କୁକୁଡ଼ା ଛୁଆ ଡେଲିଭରି ଦେବାର ପ୍ରତିଶୃତି ଦେଇଛନ୍ତି l ସେ ମଧ୍ୟ ଆଦିବାସୀ ଚାଷୀ ମାନଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବେ ବୋଲି କହିଛନ୍ତି l କଡକନାଥ କୁକୁଡ଼ା ଯୋଗୁ ମଧ୍ୟପ୍ରଦେଶର ଝାବୁଆ ଜଣାଶୁଣା ଅଟେ l ଝାବୁଆରେ ଥିବା କଡକନାଥକୁ ଭାରତ ସରକାରଙ୍କ ଦ୍ୱାରା GI ଟ୍ୟାଗ୍ ମିଳିସାରିଛି l ଏହି କୁକୁଡ଼ା ନିଜର କଳା ରଙ୍ଗ ,କଳା ରକ୍ତ ,କଳା ହାଡ ଓ କଳା ମାଂସ ଯୋଗୁ ଜଣାଶୁଣା ଅଟେ l ତାସାହିତ ଏହି କୁକୁଡ଼ା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ଅଟେ l