Odisha news

କୋଣାର୍କ ଓ ଇକୋ ରିଟ୍ରିକି ଉତ୍ସଵ ପାଇଁ ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କ ସ୍ଥିତି ଅନୁଧ୍ୟାନ

0

କୋଣାର୍କ  : ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ  ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ  କୋଣାର୍କ ମୁକ୍ତା ଆକାଶ ରଙ୍ଗମଞ୍ଚ ରେ ବିଭିନ୍ନ ଓଡ଼ିଶୀ ଓ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଙ୍କୁ ନେଇ ଅନୁଷ୍ଠିତ ହେବ କୋଣାର୍କ ଉତ୍ସବ ୨୦୨୦ ଏବଂ ଚନ୍ଦ୍ରଭାଗା ସ୍ବଣ୍ଣାଭ ବାଲୁକା ରାଶିରେ ଆୟୋଜନ କରାଯିବ ବାଲୁକା କଳା ମହୋତ୍ସବ ଯେଉଁ ଥିରେ ଦେଶ ଭିତରୁ ବଛା ବଛା ବାଲୁକା ଶିଳ୍ପୀଙ୍କ ଦ୍ଵାର ପ୍ରାୟ ୨୦ଟି ବାଲୁକା କଳା  ଷ୍ଟଲ କରାଯାଇ ବାଲୁକାରେ ବିଭିନ୍ନ  କଳାକୃତି  ପ୍ରଦର୍ଶନ ହେବ ତତ ସହିତ ୧ରୁ ଆରମ୍ଭ ହେବ ବେଳାମାର୍ଗ ର ସାହୁଖଣତା  ଠାରେ ଇକୋ ରିଟ୍ରିଟ ଉତ୍ସବ।

ସେଥିପାଇଁ ଗୁରୁବାର  ସକାଳୁ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଓ ପୁରୀ ଏସ ପି ଅଖିଳେଶ୍ଵର ସିଂ ଚନ୍ଦ୍ରଭାଗା ଗ୍ରସ୍ଥ କରି ଏହାର ପାରିପାର୍ଶ୍ବକ ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଏହା  ସହିତ କିଭଳି ଭାବେ କୋଭିଡ ନିୟମ ମାନି ପର୍ଯ୍ୟଟକ ମାନେ ମହୋତ୍ସବ ବୁଲିବା କୁ ଆସିବେ ଓ ସାମାଜିକ ଦୂରତା କିଭଳି ରକ୍ଷା କରାଯିବ ଓ ପର୍ଯ୍ୟଟକ ମାନଙ୍କୁ ମାସ୍କ ପିନ୍ଧିବା ଓ ସାନିଟାଇଜର ର ବ୍ୟବହାର  ବାଧ୍ୟତାମୂଳକ କରିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ସ୍ଥାନୀୟ ପର୍ଯ୍ୟଟନଅଧିକାରୀ ସରୋଜକାନ୍ତ ପ୍ରଧାନ  ଓ ଏନଏସି ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଙ୍କ ସହିତ ଆଲୋଚନା  କରିଥିଲେ । ଚଳିତ ବର୍ଷ କୋଭିଡ ର ପ୍ରକୋପ ଦ୍ବିତୀୟ ପର୍ଯ୍ୟାୟ ରେ ହେବାର ଆଶଙ୍କା  ଥିବାରୁ ସଂକ୍ରମଣ କୁ ଦୃଷ୍ଟି ରେ ରଖି ବାଲୁକା କଳା ମହୋତ୍ସବ କୁ ସୀମିତ ପର୍ଯ୍ୟଟକଙ୍କୁ ପର୍ଯ୍ୟାୟ କ୍ରମେ ଛାଡିବାକୁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

୨୦ଟି ବାଲୁକା କଳା  ଷ୍ଟଲ  କିଭଳି ନିର୍ମାଣ କରାଯିବ ସେନେଇ ବିସ୍ତୃତ ଆଲୋଚନା ସେଠାରେ ଉପସ୍ଥିତ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ସହିତ ଜିଲ୍ଳାପାଳ କରି ଚନ୍ଦ୍ରଭାଗା  ବେଳାଭୂମି ର ସ୍ଥିତି ଅନୁଧ୍ୟାନ କରିଥିଲେ ।ଉତ୍ସଵ ରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପାର୍କିଂ ର ବ୍ୟାପକ  ଜାଗା ବନ୍ଦୋବସ୍ତ କରିବା ସହିତ ଗାଡି ମୋଟର ବେଆଇନ ପାର୍କିଂ ଉପରେ ଅଧିକ ଗୁରୁତ୍ୱ ଦେଇ ଅମାନିଆ ଙ୍କୁ କିଭଳି ସାବଡ଼ କରାଯିବ ଓ ଦୁଇ ଚକିଆ ଓ ଚାରି ଚକିଆ ଯାନବାହନ ର ନିର୍ଦ୍ଧିଷ୍ଟ ପାର୍କିଂ କିପରି ହେବ ସେନେଇ ଚନ୍ଦ୍ରଭାଗା ମାଘ ମେଳା ପଡିଆକୁ ପ୍ରସ୍ତୁତି କରିବାକୁ କୋଣାର୍କ ଏନଏ ସିର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଙ୍କୁ ଜିଲ୍ଲାପାଳ ଦାଇତ୍ଵ ଦେଇଥିଲେ।ଯେପରି କୋଣାର୍କ ଉତ୍ସବ ସମୟରେ ଟ୍ରାଫିକି ସମସ୍ୟା ନହୁଏ ସେଥି ପ୍ରତି ସବୁ ପ୍ରକାର ବନ୍ଦୋବସ୍ତ କରି ଦୂର କରିବାକୁ ପୁରୀ ଏସ୍ପି ଆଖିଲେଶ୍ୱର ସିଂ ନିମାପଡା ଏସଡ଼ିପିଓ  ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଚନ୍ଦ୍ରଭାଗା ଗୋଲେଇ ଛକ କୁ ବ୍ୟାରିକେଟ କରାଯାଇ ଟ୍ରାଫିକି ନିୟନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଜିଲ୍ଲାର ଦୁଇ ବରିଷ୍ଠ ପ୍ରସାଶନିକ ଅଧିକାରୀଙ୍କ ସହିତଏହି ସ୍ଥିତି ଅନୁଧ୍ୟାନ ରେ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ,ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ, ଡ଼ିଏସପି ଦିଲ୍ଲୀପ କୁମାର ଦଳାଇ, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ,ରାମଚଣ୍ଡୀ ଆଇଆଇସି ଶରତ ଚନ୍ଦ୍ର ନାୟକ ,ଚନ୍ଦ୍ରଭାଗା ମେରାଇନି ଥାନା ଅଧିକାରିଣୀ ନିଳିମା ପଟ୍ଟନାୟକ ଙ୍କ ସହିତ ଓଟିଡିସି ଜେଇ ବିଶ୍ୱଜିତ ବେହେରା ଓ ନୋଡାଲ ଅଫିସର ଭାଗିରଥୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply