ଟିଟିଲାଗଡ-ରାୟପୁର ଦୋହରୀକରଣ ପ୍ରକଳ୍ପର ତୁରେଇକେଲା-ହରିଶଙ୍କର ରୋଡ-ଲଖନା ମଧ୍ୟରେ 25 କିଲୋମିଟର ଦୈର୍ଘ୍ୟ ଦୋହରୀକରଣ କାର୍ଯ୍ୟ 9 ନଭେମ୍ବର, 2020 ରେ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି |
ସେହିଭଳି ତୁରେଇକେଲା ଏବଂ ହରିଶଙ୍କର ରୋଡରେ ଦୁଇଟି ନୂତନ ଆଧୁନିକ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଙ୍ଗ ପ୍ରଣାଳୀ କାର୍ଯ୍ୟକ୍ଷମ ହୋଇଛି | ଏହା ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଶେଷ ଇଲେକ୍ଟ୍ରୋମେକାନିକାଲ୍ ସାଙ୍କେତିକ ପ୍ରଣାଳୀ ଥିଲା |
ଏହି ଆଧୁନିକ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଙ୍ଗ ପ୍ରଣାଳୀ ଟ୍ରେନ୍ ଯାତାୟାତ କାର୍ଯ୍ୟରେ ସୁରକ୍ଷା ସ୍ତରକୁ ବୃଦ୍ଧି କରିବା ସହିତ ସମୟାନୁବର୍ତ୍ତୀତାକୁ ଉନ୍ନତ କରିବ | ଷ୍ଟେସନଗୁଡିକ ମଧ୍ୟରେ ଏହି ଦୋହରୀକରଣ କାର୍ଯ୍ୟ ଅଧିକ ସଂଖ୍ୟକ ଟ୍ରେନ୍ ଚଲାଇବାକୁ ଅନୁମତି ଦେବ ଯାହା ପରବର୍ତ୍ତୀ ସମୟରେ ଭାରତୀୟ ରେଳର ରାଜସ୍ୱ ବୃଦ୍ଧି କରିବ |
ବର୍ତ୍ତମାନ, ସମ୍ବଲପୁର ରେଳ ମଣ୍ଡଳରେ କୌଣସି ଲିଭର ଫ୍ରେମ୍ ଷ୍ଟେସନ ନାହିଁ | ଭାରତୀୟ ରେଳବାଇ ଏବଂ ରେଳ ବିକାଶ ନିଗମ ଲିମିଟେଡ୍ (RVNL) ର ମିଳିତ ପ୍ରୟାସ ଏବଂ ସମସ୍ତଙ୍କ ସହଯୋଗ ହେତୁ ଏହା ଏବେ ସମ୍ଭବ ହୋଇପାରିଛି |