ଚଣ୍ଡିଖୋଲ : ୧୯୪୨ ଠାରୁ ୧୯୪୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହିତ ସାମିଲ ହୋଇ କାରାବରଣ କରିଥିବା ବଡଚଣା ଅଞ୍ଚଳର ବହୁ ସ୍ୱାଧିନତା ସଂଗ୍ରମୀଙ୍କ ନାମ ଲେଖାହୋଇ ବ୍ଲକ ସମ୍ମୁଖ ନିକଟରେ ଏକ ସ୍ମାରକୀ ସ୍ତମ୍ବ ନିର୍ମାଣ କରାଯାଇଛି । ହେଲେ ବର୍ଷକ ମଧ୍ୟରେ କିଛି ଦୁବୃତ୍ତମାନେ ଏହାକୁ ଭାଙ୍ଗିଦେଇଥିବା ଶୁଣିବାକୁ ମିଳିଛି । ବଡଚଣା ବ୍ଲକ ଅଞ୍ଚଳରେ ପାଖାପାଖି ୨୪ରୁ ଉଦ୍ଦ୍ୱର୍ ସ୍ୱାଧିନତା ସଂଗ୍ରାମୀଙ୍କ ନାମ ଫଳକ ଏହି ସ୍ମୃତିସ୍ତମ୍ବରେ ସ୍ଥାପନ କରାଯାଇଥିଲା । ଏହା ଦ୍ୱାରା ବଡଚଣା ବ୍ଲକକୁ ଆସୁଥିବା ବହୁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଧିକାରୀମାନେ ଏହି ସ୍ମୃତିଫଳକ ଦେଖି ସଂଗ୍ରାମୀଙ୍କ ପ୍ରତି ଗଭିର ସ୍ମାନ ଜଣାଇବେ ।
ଗତ ୩.୨.୨୦୧୯ ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ସ୍ମୃତିଫଳକର ଉଦଘାଟନ କରିଥିଲେ । ଏହି ସ୍ମୃତି ଫଳକର ଚତୁଃପାଶ୍ୱରେ ବିଭିନ୍ନ ସଂଗ୍ରାମୀଙ୍କ ନାମ ଫଳକ ସ୍ଥାପନ କରାଯାଇଥିଲା ଏବଂ ସେମାନଙ୍କ ନାମ ସହିତ ଗ୍ରାମର ନାମ ମଧ୍ୟ ଲିପିବଦ୍ଧ କରାଯାଇଥିଲା । ମାତ୍ର କିଛି ଦିନ ପୂର୍ବେ କୌଣସି ଦୁବୃତ୍ତମାନେ ଜାଣିଶୁଣି ଏହି ସ୍ମୃତି ଫଳକରୁ ୪ଟି ଫଳକ ଭାଙ୍ଗିଦେଇଥିବା କୁହାଯାଉଥିବା ବେଳେ ଏହା ଆପେଆପେ ଭାଙ୍ଗିଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ତୁରନ୍ତ ଏହି ସଂଗ୍ରମୀଙ୍କ ନାମ ଲେଖାଥିବା ସ୍ମୃତି ଫଳକକୁ ନୂତନ ଭାବେ ଭାଙ୍ଗିଯାଇଥିବା ଫଳକକୁ ସଜାଡିବାକୁ ଦାବି ହେଉଛି ।