Odisha news

ଡକାୟତି ଉଦ୍ୟମ ପଣ୍ଡ ; ୬ ଗିରଫ

0

ଖୋର୍ଦ୍ଧା,୧୨ା୧୧ : ଖୋର୍ଦ୍ଧା- ହଳଦିଆ ରାସ୍ତାରେ ଯାଉଥିବା ଗାଡିଗୁଡିକରୁ ଡକାୟତି କରିବାକୁ ଯୋଜନା କରୁଥିବା ସମୟରେ ୬ ଜଣ ଡକାୟତକୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ଗିରଫମାନେ ହେଲେ ଏହି ଥାନା ଅଚଂଳର ଗୁରୁଜଙ୍ଗ ଟାଙ୍ଗୀ ସାହିର କପିଳ ସୁନ୍ଦରାୟ (୩୦) ଦ୍ୱାରିକା ନଗରର ଭଳଭଦ୍ର ବେହେରା(୩୦), ଓକେଶ ବେହେରା (୩୨), ପ୍ରଭାତ ନାୟକ(୩୨) ଏବଂ ମୁକୁନ୍ଦ ପ୍ରସାଦ ଅଚଂଳର ଆବିତ ଖାଁ (୩୧) ମୋହ ଉଦ୍ଦିନ ଖାଁ (୩୧) ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୁରୁଜଙ୍ଗ ଉସôବ ପଡିଆରେ କେତେକ ଯୁବକ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ କୌଣସି ଏକ ଯୋଜନା କରୁଥିବା ପୁଲିସ ଖବର ପାଇଥିଲା । ଏହାପରେ ପୁଲିସ ର ଏକ ଟିମ୍ ସେଠାରେ ପହଁଚିବା ଦେଖି ସେମାନେ ଦୌଡିବାକୁ ଉଦ୍ୟମ କରିଥିଲେ । ମାତ୍ର ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ଠାରୁ ଭୂଜାଲି, ଖଣ୍ଡା, ଲୁହାରଡ, ଲାଠି ପ୍ରଭୃତି ମାରଣାସ୍ତ୍ରକୁ ଜବତ କରିଛି । ତେବେ ଖୋର୍ଦ୍ଧା- ହଳଦିଆ ରାସ୍ତାରେ ଯାଉଥିବା ଗାଡିଗୁଡିକରୁ ଡକାୟତି କରିବାକୁ ଯୋଜନା ସେଠାରେ କରୁଥିବା ସେମାନେ ପୁଲିସ ଆଗରେ ମାନିଥିବା ପୁଲିସ କହିଛି । ୩୯୬/୨୦ରେ ଏକ ମାମଲା ରୁଜୁ କରି ଗିରଫ ୬ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply