ବାରିପଦା : କଳା ସଂସ୍କୃତି ସମ୍ପର୍ଣ୍ଣ ଐତିହାସିକ ବାରିପଦା ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାପାଇଁ ସରକାରୀ ଯୋଜନାରେ ଜିଲ୍ଲାପ୍ରଶାସନ ଏବଂ ପୌରପରିଷଦ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ବାରିପଦା ସହରକୁ ଅଧିକ ସୁନ୍ଦର ଏବଂ ଯୁବସମାଜକୁ ଆକୃଷ୍ଟ କରିବାପାଇଁ ବାରିପଦା ପୌରପାଳିକା ୟୁଡବ୍ଲୁ୍ୟଇଆଇ ପ୍ରକଳ୍ପ ଯୋଜନାରେ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ବାରିପଦା ପୌରପରିଷଦ ପକ୍ଷରୁ ବାରିପଦା ଭଞ୍ଜପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ମୁଁ ବାରିପଦାକୁ ଭଲପାଏ ନାମରେ ଏକ ସେଲଫି କର୍ଣ୍ଣର ଉଦ୍ଘାଟିତ ହୋଇଯାଇଛିି ।
ବାରିପଦା ପୌରପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପୁରୁଷତ୍ତୋମ ଦାସ, ବାରିପଦା ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ପି. ଅନ୍ୱେଷା ରେଡ୍ଡି ପ୍ରମୁଖ ଯୋଗଦେଇ ସେଲଫି କର୍ଣ୍ଣରକୁ ଉଦ୍ଘାଟନ କରିଥିଲେ । ଏହା ବାରିପଦା ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହିତ ଏହି ସେଲଫି କର୍ଣ୍ଣର ଯୁବପିଢୀଙ୍କୁ ଆକୃଷ୍ଟ କରିବ ବୋଲି ଅତିଥିମାନେ କହିଛନ୍ତି ।