Odisha news

ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡ ପରିଦର୍ଶନ କଲେ ଜିଲ୍ଲାପାଳ

0

କେନ୍ଦ୍ରାପଡା, ୯/୧୧ (Rabindra Dash) – ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡକୁ ସୋମବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ରଥଦାଣ୍ଡରେ ଚାଲିଥିବା କାର୍ଯ୍ୟକୁ ବୁଲି ଦେଖିବା ସହ ଥିମ ପାର୍କକୁ ମଧ୍ୟ ଦେଖିଥିଲେ । ଏଥିସହିତ ରଥଦାଣ୍ଡର ଉଭୟ ପାଶ୍ୱର୍ର ଡ୍ରେନ ଉପରେ ପଡିଥିବା ସ୍ଲାବ ଗୁଡିକୁ ଦେଖିବା ସହ ରଥଦାଣ୍ଡ ନିକଟସ୍ଥ ସ୍ଥାନରେ ୨ଟି ଛୋଟ ଛୋଟ ପାର୍କ ନିର୍ମାଣ କରିବାକୁ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ନିର୍ଦେଶ ଦେଇଥିଲେ ।

ରଥଦାଣ୍ଡର ଉଭୟ ପାଶ୍ୱର୍ରେ ଲାଗିଥିବା ଲାଇଟ ପୋଷ୍ଟ ଗୁଡିକରେ ସାଉଣ୍ଡ ସିଷ୍ଟମ ଲଗାଇବାକୁ ପୈାର ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ସାଉଣ୍ଡ ସିଷ୍ଟମ ଯୋଗେ ଶ୍ରୀ ଜୀଉଙ୍କ ମନ୍ଦିରର ବିଭିନ୍ନ କିର୍ତ୍ତନ ଓ କାର୍ଯ୍ୟକ୍ରମକୁ ଲୋକମାନେ ବାହାରେ ଶୁଣିପାରିବେ । ଶ୍ରୀ ଜୀଉଙ୍କ ପ୍ରତିଛବୀ ପାର୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ଥାପନ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ । ଏଥିସହ ଶ୍ରୀ ଜୀଉଙ୍କ ରଥଦାଣ୍ଡକୁ ଜବରଦଖଲ ମୁକ୍ତ କରିବାକୁ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କୁ ନିର୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ସମେତ ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦିପ୍ତ କୁମାର ମହାନ୍ତି, ଶ୍ରୀଜୀଉଙ୍କ ଦେବୋତ୍ତୋର ବିଭାଗ ନିର୍ବାହୀ ଅଧିକାରୀ ଭାବଗ୍ରାହୀ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply