ଦୀପାବଳି ଦିନ ମା ଲକ୍ଷ୍ମୀ ଓ ଗଣପତିଙ୍କୁ ପୂଜା କରିବାର ଅନେକ ମହତ୍ୱ ରହିଛି l ତାଙ୍କ ପୂଜା ବିନା ଏହି ପର୍ବ ଅସମ୍ପୂର୍ଣ୍ଣ ଅଟେ l କିନ୍ତୁ ଆମର ମନରେ ବେଳେବେଳେ ପ୍ରଶ୍ନ ଉଠେ ଯେ ଅନ୍ୟ ଦେବତାଙ୍କ ଅପେକ୍ଷା ଗଣେଶ ଓ ଲକ୍ଷ୍ମୀଙ୍କୁ କଣ ପାଇଁ ପୂଜା କରାଯାଏ ଆସନ୍ତୁ ଆଜି ସେ ବିଷୟ ରେ ଜାଣିବା l
*ଦୀପାବଳୀରେ ଲକ୍ଷ୍ମୀ ପୂଜାର ମହତ୍ୱ
ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଏହା ଆମେ ସମସ୍ତେ ଜାଣିଚୁ l ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଐଶ୍ୱର୍ଯ୍ୟ ଓ ବୈଭବ ପ୍ରାପ୍ତି ହୋଇଥାଏ l କାର୍ତିକ ଅମାବାସ୍ୟାର ପାବନ ତିଥିରେ ଧନର ଦେବୀଙ୍କୁ ପ୍ରସନ୍ନ କରି ସମୃଦ୍ଧି ଓ ଆଶୀର୍ବାଦ ପ୍ରାପ୍ତ କରାଯାଇଥାଏ l ଦୀପାବଳୀ ପୂର୍ବରୁ କୁମାର ପୁର୍ଣିମା ଦିନ ମା ଲକ୍ଷ୍ମୀଙ୍କର ଜନ୍ମ ଉତ୍ସବ ପାଳନ କର ଯାଇଥାଏ l ତେଣୁ ଦୀପାବଳୀ ଦିନ ମା ଙ୍କୁ ପୂଜା କରାଯାଇ ଧନ ଲାଭ କରାଯାଇଥାଏ l
*ଦୀପାବଳୀ ଦିନ ଗଣପତି ପୂଜାର ମହତ୍ୱ
ଗଣପତିଙ୍କୁ ବୁଦ୍ଧି ର ଦେବତା କୁହ ଯାଇଥାଏ l ହିନ୍ଦୁ ଧର୍ମରେ କୌଣସି ପୂଜା ଓ କର୍ମକାଣ୍ଡ ଗଣପତିଙ୍କୁ ପୂଜାରୁ ଆରମ୍ଭ କରାଯାଇଥାଏ l ଏହା ମଧ୍ୟ ଗୋଟିଏ କାରଣ ଅଟେ ଯେ ଦୀପାବଳୀରେ ଗଣପତିଙ୍କୁ ପୂଜା କରିବାର l ତା ସହିତ ମା ଲକ୍ଷ୍ମୀଙ୍କ କୃପାରୁ ସମୃଦ୍ଧି ମିଳିଲା ପରେ ସଦବୁଦ୍ଧିର ଆବଶ୍ୟକତା ମଧ୍ୟ ରହିଥାଏ l ଆମେ ଏହି ପାର୍ଥନା କରିଥାଉ ଯେ ପୂଜନୀୟ ଗଣପତି ଆମକୁ ସଦବୁଦ୍ଧି ପ୍ରଦାନ କରି ସାତମାର୍ଗରେ ନିଅନ୍ତୁ l
*ଶ୍ରୀରାମଙ୍କ ଆଗମନରେ ଦୀପ ଉତ୍ସବ
ରାମାୟଣରେ ଏହି କଥାକୁ ଉଲେଖ କରା ଯାଇଛି ଯେ ଭଗବାନ ରାମ ଯେତେବେଳେ ଲଙ୍କାର ରାଜା ରାଵଣଙ୍କୁ ବଧ କରି ମା ସୀତାଙ୍କୁ ଓ ଲକ୍ଷ୍ମଣ ଙ୍କୁ ନେଇ ଅଯୋଧ୍ୟା ଫେରିଲେ ସେହିଦିନ ଅଯୋଧ୍ୟା ନଗରୀ ଦୀପରେ ସଜା ଯାଇଥିଲା l ପ୍ରଭୁଙ୍କ ଆଗମନରେ ଦୀପାବଳୀର ପର୍ବ ପାଳନ କରାଯାଇ ଥିବାରୁ ସେହିଦିନ ଠାରୁ ଦୀପାବଳୀ ପାଳନ କରାଯାଉଛି l ସେହିଦିନ ମଧ୍ୟ କାର୍ତିକ ମାସ ଅମାବାସ୍ୟା ଥିଲା l