ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ ଗିଲଗିତ ବଲୁଚିସ୍ତାନକୁ ଇମ୍ରାନ ସରକାରଙ୍କ ଦ୍ୱାରା ଭୁଲ ଢଙ୍ଗରେ ଅନ୍ତରିମ ଅଞ୍ଚଳର ସ୍ଥାନ ଦିଆଯିବ ପରେ ସେଠାରେ ମତଦାନ ପାଇଁ ଘୋଷଣା କରାଯାଇଛି l
କିନ୍ତୁ ଇମ୍ରାନ୍ ସରକାରଙ୍କର ଦଳର ମନ୍ତ୍ରୀ ମାନଙ୍କ ଦ୍ୱାରା ସେହି କ୍ଷତ୍ରରେ ରାଜନୈତିକ ଅଭିଯାନ ଆରମ୍ଭ କରାଯାଇ ମତଦାନ ଆଚାର ସଁହିତାର ଉଲଂଘନ ପରେ ଗିଲଗିତ ବଲୁଚିସ୍ତାନର ମୁଖ୍ୟ ଅଦାଲତ ଦୋଷାରୋପ କରିବା ସହିତ ତିନି ଦିନ ମଧ୍ୟରେ ଗିଲଗିତ ବଲୁଚିସ୍ତାନ ଛାଡିବାକୁ ନିର୍ଦେଶ ଦେଇଛନ୍ତି l
ମିଳିଥିବା ସୂଚନା ଅନୁସାରେ ସେଠାକାର ମୁଖ୍ୟ ବିଚାରପତି ଜଷ୍ଟିସ ମଲ୍ଲିକ ଓ ଜଷ୍ଟିସ ଅଲି ଦୁଇଜଣଙ୍କ ସଦସ୍ୟତାରେ ହୋଇଥିବା ଖଣ୍ଡପୀଠଦ୍ୱାରା ଆଗାମୀ ମତଦାନ ପୂର୍ବରୁ ଆଚାର ସଁହିତା ଉଲଙ୍ଘନକୁ ନେଇ ଶୁଣାଣି ହେଇଛି l ଅଦାଲତ ତିନି ଦିନ ମଧ୍ୟରେ ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ସେହି ସ୍ଥାନ ଖାଲି କରିବାକୁ ଆଦେଶ ଦେବାସହିତ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଣ୍ଣୟ ନେବା ପାଇଁ ନିର୍ଦେଶ ଦେଇଛନ୍ତି l ଏହା ପୂର୍ବରୁ PPP ନେତା ରହମାନ ସେହି ଅଞ୍ଚଳରେ ଇମ୍ରାନ୍ ସରକାର ଓ ଅନ୍ୟ ମନ୍ତ୍ରୀ ମାନଙ୍କ ଉପରେ ରାଜନୈତିକ ଅଭିଯାନ ଆରମ୍ଭ କରି ନିୟମକୁ ଉଲଂଘନ କରିଥିଲେ l
ପାକିସ୍ତାନ କବ୍ଜାକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଧା -ଗିଲିଗିତ ବଲୁଚିସ୍ତାନ ଅଞ୍ଚଳ ପାକିସ୍ତାନର ଏକ ବିବାଦିତ ଅଂଚଳ ଅଟେ l ଏହି ଅଞ୍ଚଳ ଉପରେ ଭାରତ ନିଜର ଦାବି କରି ଆସୁଛି l
ପାକିସ୍ତାନ ଦ୍ୱାରା ଏହାକୁ ରାଜ୍ୟର ଦର୍ଜା ଦିଆଯିବ ପରେ ଭାରତ ଏହାର କଡା ବିରୋଧ କରିଥିଲା l ଯେବେକି ଏଠାକାର ସ୍ଥାନୀୟ ବାସିନ୍ଧା ମଧ୍ୟ ପାକିସ୍ତାନ ସହିତ ନାହାନ୍ତି l ଏହି ଲୋକମାନେ ପାକିସ୍ତାନର ଏହି ଫଇସଲାକୁ ଲଗାତାର ବିରୋଧ କରୁଛନ୍ତି l ଏହା ଅବୈଧ ଭାବରେ ପାକିସ୍ତାନ କବ୍ଜାରେ ଥିବା ଅଞ୍ଚଳ ଗୁଡିକୁ ଏକାଠି କରିବା ପାଇଁ ଫଇସଲା ବିରୁଦ୍ଧରେ ଏହି ଅଞ୍ଚଳ ବସି ମାନେ ସ୍ୱର ଉଠାଉଛନ୍ତି l