Odisha news

ନାକ ତଳେ ମାସ୍କ ଥିବାରୁ ବିଚ୍‌ ରାସ୍ତାରେ ନିରିହ ଚାଷୀଙ୍କୁ ଉଠବସ କରାଇଲେ ତହସିଲଦାର

0

ଅନୁଗୁଳ – ଚାଷୀଙ୍କ ପାଇଁ ଆମେ ପେଟକୁ ଦାନା ମୁଠାଏ ଖାଇବାକୁ ପାଉଛେ । ଆମ ଦେଶରେ ଚାଷୀଙ୍କୁ ଭଗବାନଙ୍କର ସମ୍ମାନ ଦିଆଯାଇଥାଏ । ହେଲେ ଅନେକ ସମୟରେ ନିରିହ ଚାଷୀ ମାନେ ଅତ୍ୟାଚାରୀ ଲୋକଙ୍କ ଦ୍ୱାରା ପ୍ରତିଟି ସମୟରେ କଠୋର ଅତ୍ୟାଚାରର ଶିକାର ହେଉଛନ୍ତି । ଅନେକ ସମୟରେ ଚାଷୀ ଅତ୍ୟାଚାରର ଶିକାର ହୋଇ ଆତ୍ମହତ୍ୟା କରୁଛି ।

ତେବେ ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଚାଷୀଙ୍କୁ ଉଠବସ କରାଇବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଵିରୁଦ୍ଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ତେବେ ଏହି ଉଠବସ୍‌ ଭିଡ଼ିଓ ଏବେ ଗୋଟିଏ ଫୋନରୁ ଆଉଗୋଟିଏ ଫୋନଙ୍କୁ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ କିଶୋରନଗର ଛକରେ ମାକ୍ସ ଯାଞ୍ଚ କରୁଥିବା ସମୟରେ ଦୁଇ ଜଣ ଚାଷୀ ତାଙ୍କ ବିଲରୁ ଚାଷ କାର୍ଯ୍ୟ ସାରି ଫେରୁଥିଲେ । ସେମାନେ ଯାଞ୍ଚ ହେଉଥିବା ସ୍ଥାନରେ ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ହାବୁଡ଼ରେ ପଡିଯାଇଥିଲେ । ତହସିଲଦାର ଦୁଇ ଚାଷୀଙ୍କୁ ମାସ୍କ କାହିଁକି ନାକ ତଳକୁ ହୋଇଛି ବୋଲି ୫ ଶହ ଟଙ୍କା ଲେଖାଏଁ ଜରିମାନା କରିଥିଲେ ।

ଚାଷୀଙ୍କ ପାଖରେ ଟଙ୍କା ନ ଥିବା ଦର୍ଶାଇ ଫାଇନ ଦେବାରେ ନିଜର ଅକ୍ଷମତା ଦର୍ଶାଇଥିଲେ । କିନ୍ତୁ ପାୱାର ଫୁଲ ତହସିଲଦାର ନିଜର ପାୱାର ନିଶାରେ ମସଗୁଲ ଚାଷୀଙ୍କୁ ଉଠ୍ ବସ୍ କରାଇ ଥିଲେ ଓ କିଛି ଅସ୍ରାବ୍ୟ ଭାଷାରେ ବ୍ୟବହାର କରିଥିଲେ ବୋଲି ଚାଷୀମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହା ସହ ଏପରି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ସେପଟେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଏହି ଘଟଣାର ତଦନ୍ତ ପାଇଁ ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଆୟ ତଦନ୍ତରେ ତହସିଲଦାରଙ୍କର ତୃଟି ଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply