Odisha news

ବୋଲେର ଗାଡି ସହ ୬୧କିଲୋ ଗଞ୍ଜେଇ ଜବତ : ୩ ଗିରଫ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ଶ୍ୟାମାନନ୍ଦିପୁର ଗ୍ରାମର ରବିନ୍ଦ୍ର କୁମାର ଦେ(୫୦)ଙ୍କ ଘରେ ଏକ ବିଶେଷ ସୁତ୍ରରୁ ଖବରପାଇ ବସ୍ତା ପୋଲିସ, ରାସଗୋବିନ୍ଦପୁର ପୋଲିସ ଓ ଅମର୍ଦା ଫାଣ୍ଡି ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା ।

ମାଜିଷ୍ଟ୍ରେଟ୍ ଭାବେ ରାସଗୋବିନ୍ଦପୁର ତହସିଲଦାର ସମ୍ବିତ ସାହୁଙ୍କ ଉପସ୍ଥିତିରେ ରବିନ୍ଦ୍ରଙ୍କ ଘରୁ ପୋଲିସ ୬୧କେଜି ଗଞ୍ଜେଇ ଜବତ କରିବାସହ ଗୋଟିଏ ବୋଲେର ଗାଡିସହ ୩ଜଣଙ୍କୁ ପୋଲିସ ଗିରଫ କରିଛନ୍ତି ବୋଲି ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ବସ୍ତାଥାନା ଅନ୍ତର୍ଗତ ଇଶ୍ୱରବତୀ ପଡିଆ ନିକଟରେ ଡବ୍ଲୁବି-୫୮ଟି-୪୭୮୭ ନମ୍ବର ବିଶିଷ୍ଟ ଏକ ନାଲିରଙ୍ଗର ବୋଲେର ଗାଡି ଛିଡା କରାଇ ପଡିଆରେ ୩ଜଣ ଯୁବକ ବସି କଥାବାର୍ତ୍ତା ହେଉଥିବାବେଳେ ଏକ ବିଶେଷ ସୁତ୍ରରୁ ଖବରପାଇ ବସ୍ତା ପୋଲିସ ପହଞ୍ଚିବାରୁ ପୋଲିସକୁ ଦେଖି ଜଣେ ଚମ୍ପଟ ମାରିଥିବାବେଳେ ୨ଜଣକୁ ଧରି ପୋଲିସ ପଚଚରାଉଚରା କରିବାସହ ଚାଲାଣ ହେଉଥିବା ଗୋଦାମଘର ନିକଟରେ ପହଞ୍ଚିଥିଲେ ।

ସେ ଘରଟି ହେଉଛି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦିପୁର ଗ୍ରାମର ରବିନ୍ଦ୍ର କୁମାର ଦେ(୫୦)ଙ୍କ ଘର । ତେଣୁ ବସ୍ତା ପୋଲିସ ରାସଗୋବିନ୍ଦପୁର ପୋଲିସକୁ ଜଣାଇଥିଲେ । ରାସଗୋବିନ୍ଦପୁର ଥାନା ସେକେଣ୍ଡ ଅଫିସର ଜୟନ୍ତ ସେଠୀ, ସୁଦର୍ଶନ ପାଣିଗ୍ରାହୀ, କନେଷ୍ଟବଳ ଦୁର୍ଗା ବିନ୍ଧାଣୀ, ନିରୁପମା ବେହେରା, ମଙ୍ଗଲା ସିଂ ଆଦି ପୋଲିସ ଟିମ୍ ପହଞ୍ଚି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗୋଟିଏ ବୋଲେର ଓ ୬୧କେଜି ଗଞ୍ଜେଇ ଜବତ କରିବାସହ ମଙ୍ଗଳପୁର ଗ୍ରାମର ରେଫାକତ୍ ଅଲ୍ଲି, ମିହିର ବିଶ୍ୱାଳ(୨୦) ଓ ରବିନ୍ଦ୍ର କୁମାର ଦେ(୫୦)ଙ୍କୁ ଗିରଫ କରାଯାଇଥିଲା । ଏନେଇ ରାସଗୋବିନ୍ଦପୁର ଥାନାରେ ୨୨୨/୨୦ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ତେବେ ଦୀର୍ଘଦିନରୁ ରାସଗୋବିନ୍ଦପୁର ଥାନା ଓ ବସ୍ତା ଥାନାଞ୍ଚଳରୁ ବୋଲେର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ଟେର ନ ପାଇବା ସାଧାରଣରେ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply