ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ଭିଡିଓ ଦେଖିବାକୁ ମିଳୁଛି l କିଛି ଭିଡିଓ ଏହି ପରି ହୋଇଥାଏ ଯାହା ହୃଦୟରେ ରହିଯାଇଥାଏ l ସେହିପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି l ଏହି ଭିଡ଼ିଓଟିରେ ଗୋଟିଏ ଦିବ୍ୟାଙ୍ଗ ଶିଶୁ ପ୍ରଥମଥର ପାଇଁ ଚାଲିବାକୁ ଚେଷ୍ଟା କରୁଛି l ସେହି ଶିଶୁଟି ଚାଲିବାରେ ସଫଳ ହେଉଛି ମଧ୍ୟ l ଲୋକମାନେ ଏହି ଭିଡିଓ ଟିକୁ ଖୁବ ପସନ୍ଦ କରୁଛନ୍ତି l
ଭିଡ଼ିଓଟିରେ ଖାସ କଥା କଣ ରହିଛି l ଗୋଟିଏ ଛୋଟ ପିଲା ନାଲି ରଙ୍ଗର ଏକ ଟି ସାର୍ଟ ଓ ହାପ ପ୍ୟାଣ୍ଟ ପିନ୍ଧିଛି l ଭିଡ଼ିଓଟିରେ ଦେଖାଯାଉଛି ଯେ ଶିଶୁଟି ସରିକ ଭାବରେ ଦିବ୍ୟାଙ୍ଗ ଅଟେ l ସେ ଧୀରେ ଧୀରେ ପାଦ ବଢ଼ାଇ ଚାଲିବାକୁ ଚେଷ୍ଟା କରୁଛି l କିଛି ସମୟ ଚାଲିବl ପରେ ସେ ନିକଟରେ ଥିବା ଏକ ଚୌକି ପାଖରେ ପହଞ୍ଚି ଯାଉଛି ଓ ହସିବାକୁ ଲାଗୁଛି l ଏହି ଭିଡ଼ିଓଟିରେ ତା ମା କହୁଛନ୍ତି ” ଗୁଡ଼ ଜବ ବେବି “l
ଲୋକମାନେ କଣ ଦେଇଛନ୍ତି ପ୍ରତିକ୍ରିୟା -ଆପଣଙ୍କୁ କହି ରଖୁଛୁ ଯେ ଏହି ଭିଡିଓଟିକୁ ଅନେକ ଲୋକ ଟ୍ୱିଟରରେ ସେୟାର କରିଛନ୍ତି l ଜଣେ ୟୁଜର ଲେଖିଛନ୍ତି ଖୁବ ସୁନ୍ଦର ଭିଡିଓ ଅଟେ l ଛୁଆଟିକୁ ଅଶେଷ ସ୍ନେହ ଓ ଆଶୀର୍ବାଦ l ଆଉ ଜଣେ ୟୁଜର ଲେଖିଛନ୍ତି ମୁଁ ଭଗବାନଙ୍କୁ ପ୍ରାଥନା କରୁଛି ଶିଶୁଟି ଶୀଘ୍ର ଚଳିବାରେ ସକ୍ଷମ ହେଉ l