କେନ୍ଦ୍ରାପଡା : ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଅରୁଣସ୍ତମ୍ବ ନିକଟରେ ଭଉଣୀ ଅଞ୍ଜଳି ନାୟକର ଆଶୁ ଆରୋଗ୍ୟକାମନା କରାଯାଇ ସମୁହ ଦୀପଦାନ କରାଯାଇଛି । ଆଜି ଭୂବନେଶ୍ୱରସ୍ଥିତ ଏଏମଏସରେ ଅଞ୍ଜଳିର ପେଟରେ ହୋଇଥିବା ଟୁ୍ୟମରର ଅପରେସନ କରାଯିବ । ସେଥି ପାଇଁ ତା’ର ଆଶୁ ଆରୋଗ୍ୟ ନିମନ୍ତେ ଟ୍ରଷ୍ଟର ସଭାପତି ଗୈାତ୍ତମ ସାହୁ,ଅକ୍ଷୟ କୁମାର ପାତ୍ର,ବିଚିତ୍ର ବେହେରା,ବାପି ଗୋଛାୟତ,ପ୍ରତୀକ ଅନୁରାଗ ଦାଶ,ସଦାନନ୍ଦ ସାହୁ ପ୍ରମୁଖ ଶ୍ରୀଜୀଉଙ୍କୁ ସମୁହ ଦୀପଦାନ କରିଛନ୍ତି ।