Odisha news

ଟ୍ରକ ଭାରସାମ୍ୟ ହରାଇ ଓଲଟି ଦୁଇ ମୃତ , ଦୁଇ ଗୁରୁତର

0
ମୟୁରଭଞ୍ଜ ; ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ ଟ୍ରକ ଭାରସାମ୍ୟ ହରାଇ ଗଛ କୁ ପିଟି ଓଲଟିଲା । ଦୁଇ ମୃତ । ଦୁଇ ଗୁରୁତର । ଦୁଇ ମୃତ ହେଲେ ମୋରଡା ର ଛେଲୁ ମହାକୁଡ ଓ ଧାନଶୁଳା ଗ୍ରାମ ର କାଳିଆ ମହାନ୍ତ ।
ଗୁରୁତର ମାନେ ପାଗୁଲୁ ବେହେରା ଓ ଡାକ ମାରଣ୍ଡି । ସୂଚନାଯୋଗ୍ୟ ମୋରଡା ରୁ ଇଟା ନେଇ ଟ୍ରକଟି ବାଘଡା ଯାଇଥିଲା , ଇଟା ଆନଲୋଡ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ଟ୍ରକ ଟି ଓଲଟି ପଡିବା ଫଳରେ ଦୃଘଟଣା ଘଟିଥିବା ଜଣାପଡିଛି ।
ତେବେ ଘଟଣା ସ୍ଥଳରେ ଦୁଇଜଣ ଙ୍କ ମୃତ୍ୟୁ ହୋଇଥିବା ମୋରଡା ପୋଲିସ ପକ୍ଷରୁ କୁହାଯାଇଛି । ଦୁଇ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାରମାଇଲ ଡାକ୍ତରଖାନା ପରେ ଗୁରୁତର ଅବସ୍ଥା ଦେଖି ବାରିପଦା ବଡ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
Leave A Reply