Odisha news

ଅସହାୟ ଦିବ୍ୟାଙ୍ଗକୁ ମିଳୁନି ଆବାସ

0

ଫୁଲବାଣୀ (Santosh Mishra) :  ଅସହାୟ ଦିବ୍ୟାଙ୍ଗକୁ ମିଳୁନି ଆବାସ । ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ମିଡ଼ିଆକିଆ ପଂଚାୟତର ପୁରୁଣାସାହିରେ । ଉକ୍ତ ସାହିରେ ବସବାସ କରୁଥିବା ରେତ ଦଣ୍ଡସେନା ଜଣେ ଦିବ୍ୟାଙ୍ଗ ବର୍ତମାନ ବାର୍ଦ୍ଧକ୍ୟ ଜୀବନରେ ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘରଟିଏ ନାହିଁ । ଦୀର୍ଘବର୍ଷ ତଳେ ବିବାହ କରିଥିଲେ ମଧ୍ୟ ରେତ ଦିବ୍ୟାଙ୍ଗ ହୋଇଥିବାରୁ ନିଜ ବିବାହିତ ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଛନ୍ତି । ସେହିଦିନ ଠାରୁ ସେ ଏକୁଟିଆ ଜୀବନ ଅତିବାହିତ କରୁଥିବା ବେଳେ ଉକ୍ତ ଅସହାୟ ବ୍ୟକ୍ତିଜଣକ ବର୍ତମାନ ଅନ୍ୟ ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି ।

ସାନଭାଇ ଦୁମୁକି ଦଣ୍ଡସେନା ମଝିରେ ମଝିରେ ବଡ଼ଭାଇର ଭଲମନ୍ଦ କଥା ବୁଝିଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଗତ ୨୦୧୭ ମସିହା ଠାରୁ ଘରଖଣ୍ଡେ ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବାଲିଗୁଡ଼ା ବି.ଡ଼ି.ଓଙ୍କ ନିକଟରେ ଦ୍ୱାରସ୍ଥ ହୋଇ ନିଜ ଅସୁବିଧା ସଂପର୍କରେ ଅବଗତ କରାଇଥିଲେ ମଧ୍ୟ ସେହିଦିନ ଠାରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ବୋଲି ରେତ ଅଭିଯୋଗ କରିଛନ୍ତି । ଯେଉଁ ଘର ଥିଲ ତାହା ଗତ ଦିନରେ ସଂପୂର୍ଣ୍ଣଭାବେ ଭାଙ୍ଗିଯିବା ପରେ ବର୍ତମାନ ସେ ଚାରିଟି ଖମ୍ବର ଉପରେ ଟିଣ ପକାଇବା ସହିତ ଚାରିପଟେ ଣ୍ଟ ଜରି ଟାଣି ସେ ଜୀବନ ବିତାଉଥିବାର ଦେଖାଯାଇଛି ।

ନିଜ ଦ୍ୱାର ଯେତିକି ସମ୍ଭବ ସେତିକିରେ ଏହି ଘର ଦିଆରି କରି ସେ ବଂଚିଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ପଂଚାୟତର ଆବାସ ଯୋଜନା ତାଲିକାରେ ବାରମ୍ବାର ନାମ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ଟିଏ ଦିଆଯାଉନଥିବା ସେ ଅଭିଯୋଗ କରିଥିିବା ବେଳେ ସେ ଏକୁଟିଆ ଯୋଗୁଁ ପଂଚାୟତ ପକ୍ଷରୁ ସେଭଳି ଗୁରୁତ୍ୱ ଦିଆଯାଉନାହିଁ ବୋଲି ରେତ ପ୍ରକାଶ କରିଛନ୍ତି ।

Leave A Reply