ଅବିସ୍ମରଣୀୟ ଶିକ୍ଷକ ନେତା ଅବନୀ ବରାଳଙ୍କୁ ଖୋଲା ଚିଠି : ନଭେମ୍ବର ୦୭ ତାରିଖ ଶିକ୍ଷକ ନେତା ପ୍ରଫେସର ଅବନୀ ବରାଳଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ…
ହିମାଂଶୁ ଆଚାର୍ଯ୍ୟ :
ମହାଶୟ !
ଆଜି ପୁଣି ଥରେ ଆସିଛି ନଭେମ୍ବର ୭ତାରିଖ । ଶିକ୍ଷକ ସମାଜ ପାଳୁଛି ଆପଣଙ୍କର ସପ୍ତମ ତିରୋଧାନ ଦିବସ । ଏହି ମହାର୍ଘ ଦିବସରେ ଆପଣ ଭାରି ମନେ ପଡୁଛନ୍ତି । ଇତି ମଧ୍ୟରେ ଚାହୁଁ ଚାହୁଁ ୭ବର୍ଷ ବିତି ଗଲାଣି । ଆପଣ ଚାଲିଯାଇଛନ୍ତି ଅଫେରା ରାଇଜକୁ । ଯେଉଁଠିକୁ ଜଣେ ଥରେ ଗଲେ ଆଉ ଫେରିଆସେନା । କିନ୍ତୁଆପଣ ଛାଡି ଯାଇଥିବା ଅଲିଭା ସ୍ୱାକ୍ଷର ଆଗରେ ଆମ ମୁଣ୍ଡ ଭକ୍ତି ଓ ଶ୍ରଦ୍ଧାରେ ଆପେ ଆପେ ନଇଁଯାଏ । ଆପଣ ଥିଲେ ଜଗତସିଂହପୁର ଜିଲ୍ଲା ତଥା ଉକôଳ ଜନନୀର ସୁଯୋଗ୍ୟ ସନ୍ତାନ ।
ଏକାଧାରରେ ଥିଲେ ଶତ ସଂଗ୍ରାମର ଅନନ୍ୟ ଯୋଦ୍ଧା, ପ୍ରବୀଣ ଶିକ୍ଷାବିତ୍, ଅଗ୍ନିବର୍ଷୀ ବକ୍ତା, ସୁସାହିତି୍ୟକ, ଅପ୍ରତିଦ୍ୱନ୍ଦୀ ସଂଗଠକ, ସାମ୍ୟବାଦୀ ଚିନ୍ତାନାୟକ, ନିଖିଳ ଉକ୍ରଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ, ସର୍ବୋପରି ବିଶ୍ୱ ଶିକ୍ଷକ ସଂଗଠନର ଉପସଭାପତି । ଆପଣ ଜନ୍ମ ନେଇଥିଲେ ୧୯୩୫ ମସିହା ଜୁନ୍ ୩ ତାରିଖରେ ଓ ଛାଡିଗଲେ ୨୦୧୩ ମସିହା ନଭେମ୍ବର ୭ ତାରିଖରେ । ଆପଣଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା ।
୧୯୬୯ ମସିହାର ତତ୍କାଳୀନ ପରିସ୍ଥିତିରେ ବେସରକାରୀ ଶିକ୍ଷାନୁଷ୍ଠାନ ଚାକିରି ତାଳଗଛର ଛାଇ ସଦୃଶ ଥିଲା । ଶିକ୍ଷକମାନଙ୍କ ପାଇଁ କୌଣସି ଚାକିରି ସର୍ତ୍ତାବଳୀ ନଥିଲା । ଯାହାଫଳରେ ସକାଳେ ଥିବା ଚାକିରି ସଞ୍ଜ ବେଳକୁ ନଥିଲା । ଶିକ୍ଷକମାନେ ଗୋତି ଶ୍ରମିକ ଠାରୁ ଅହୁରି ହୀନ ଅବସ୍ଥାରେ ଥିଲେ । ଏଭଳି ଦୟନୀୟ ସ୍ଥିତିରୁ ଶିକ୍ଷକମାନଙ୍କୁ ଉଦ୍ଧାର କରିବା ପାଇଁ ଆପଣ ପୂଜ୍ୟ ବନମାଳୀ ବ୍ରହ୍ମଚାରୀ ଓ କୈଳାସ ମହାପାତ୍ରଙ୍କୁ ସାଥିରେ ନେଇ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ ଓ କଲେଜ ଶିକ୍ଷକ ସଂଘକୁ ନେଇ ୨୭.୭.୧୯୬୯ ମସିହାରେ ଖ୍ରୀଷ୍ଟ କଲେଜ ପରିସରରେ ମିଳିତ ଶିକ୍ଷକ କାର୍ଯ୍ୟାନୁଷ୍ଠାନ କମିଟି ଗଠିନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଇଠୁ ଶିକ୍ଷକ ଆନେ୍ଦାଳନର ମୂଳୁଦୁଆ ପଡିଲା । ଏହାର ଫଳସ୍ୱରୂପ ୧୯୬୯ ମସିହା ଅଗଷ୍ଟ ୧୬ ତାରିଖରେ ବେସରକାରୀ ଶିକ୍ଷକମାନଙ୍କ ପାଇଁ ଓଡିଶା ଶିକ୍ଷାନୀତି-୧୯୬୯ ପ୍ରଣୟନ ହେଲା
୧୯୬୯ ଶିକ୍ଷା ଆଇନର ସଫଳତାକୁ ପୁଞ୍ଜିକରି ୧୯୭୧ ମସିହା ପବିତ୍ର ଗୁରୁଦିବସ ଦିନ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଠାରେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ ଗଠନ ହେଲା । ଏହାର ସଭାପତି ଭାବେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଓ ସାଧାରଣ ସମ୍ପାଦକ ଭାବେ ଆପଣ ନିର୍ବାଚିତ ହୋଇଥିଲେ । ଏହା ଥିଲା ଶିକ୍ଷକ ସଂଗଠନ ଇତିହାସର ମାଇଲଖୁଣ୍ଟ ।
ଆପଣମାନଙ୍କୁ ସହଯୋଗ କରିଥିଲେ ରାଜ କିଶୋର ପଟ୍ଟନାୟକ, ରାଜ କିଶୋର ଭୁଜବଳ, ଅନନ୍ତ କର, ଅର୍ଜୁନ ଦାଶ, ଶରତ ମହାପାତ୍ର,ଗୌରହରି ଶତପଥୀ,ଅଧ୍ୟାପକ ଭଗବାନ ଜେନା, ଗୟାଧର ରାଉତ(ଦିବଂଗତ) ଏବଂ ତାଙ୍କ ପଛକୁ ଭୋଳାନାଥ ରାଉତ,ବିବେକାନନ୍ଦ ଦାଶ, ପୀତବାସ ବେହୁରିଆ, ଦାଶରଥି ନାୟକ, କିଶୋର ପଣ୍ଡା,ରଘୁନାଥ ସାହୁ ,ବିଜୟ ବିଶ୍ୱାଳ,ନିକୁଞ୍ଜ ମହାନ୍ତି,ଶଙ୍କର୍ଷଣ ସ୍ୱାଇ, ଅକ୍ଷୟ ଦାସ,ପ୍ରଫୁଲ୍ଲ ମହାପାତ୍ର ଓ ପରେ ଅଜୟ ସାମଲ, ଦୁର୍ଯେ୍ୟାଧନ ପରିଡା, ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଆହୁରି ଅନେକ । ଏମାନଙ୍କ ସାହାଯ୍ୟ ଓ ସହଯୋଗରେ ଶିକ୍ଷକ ସଂଗଠନ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକ ସଂଗ୍ରାମୀ ଜୀବନ୍ତ ଗଣ ଅନୁଷ୍ଠାନରେ ପରିଣତ ହୋଇଥିଲା ।
ଏହାପରେ ଅଧ୍ୟାପକରୁ ବନିଗଲେ ଅପ୍ରତିଦ୍ୱନ୍ଦୀ ଶିକ୍ଷକ ନେତା ଆପଣ । ଓଡିଶାର ଶିକ୍ଷକ ସମାଜ ଦୁଃଖରେ ନରୁହନ୍ତୁ, ସେମାନଙ୍କ ସମସ୍ୟାର ସମାଧାନ ହେଉ ସେଥିପାଇଁ ଆପଣ ସର୍ବଦା ଚେଷ୍ଟିତ ଥିଲେ । ଏଥିପାଇଁ ଦୁର୍ବାର ଆନେ୍ଦାଳନ କରିବାକୁ ସେ ପଶ୍ଚାତପଦ ହୋଇନଥିଲେ । ୧୯୬୯, ୧୯୭୪, ୧୯୮୪, ୧୯୮୯ ମସିହାର ଆନେ୍ଦାଳନ ତାର ଗୋଟିଏ ଗୋଟିଏ ଉଦାହରଣ । ଏହି ସବୁ ଆନେ୍ଦାଳନର ଫଳ ସ୍ୱରୂପ ଶିକ୍ଷକ ସମାଜ ପାଇଥିବା ସୁବିଧା ସୁଯୋଗ ତାଲିକା ବେଶ୍ ଦୀର୍ଘ । ଏହା ଭିତରେ ରହିଛି ପ୍ରଥମ ଶିକ୍ଷା ଆଇନ, ଚାକିରି ଭର୍ତ୍ତି, ଚାକିରି ନିରାପତ୍ତା, ଅବସରକାଳୀନ ସୁବିଧା, ମଧ୍ୟ ଇଂରାଜୀ ଓ ମାଧ୍ୟମିକ ବିଦ୍ୟାଳୟର ସରକାରୀକରଣ ଓ ୟୁଜିସି ବେତନ ସଂଶୋଧନ । ଏଥିପାଇଁ ଶିକ୍ଷକମାନଙ୍କୁ ଲାଠି ମାଡ ଖାଇବାକୁ ପଡିଛି, ବାୟୋନେଟ୍ ଆଘାତ ସହିବାକୁ ହୋଇଛି, କାରାବରଣ କରିବାକୁ ପଡିଛି ଓ ଚରମ ବଳିଦାନ ମଧ୍ୟ ଦେବାକୁ ପଡିଛି ।
ଏସବୁ ଭିତରେ ୧୯୭୪ ମସିହାରେ ଶିକ୍ଷକ ସମାଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବା ହେଉଛି ଆପଣଙ୍କର ସର୍ବଶ୍ରେଷ୍ଠ ଅବଦାନ ।
ଜଣେ ଅପ୍ରତିଦ୍ୱନ୍ଦୀ ସଂଗଠକ ଭାବେ ଏକ ନିଆରା ପରିଚୟ ଥିଲା ଆପଣଙ୍କର । ଶିକ୍ଷକ ମହାସଂଘର ସମସ୍ତ ଆନେ୍ଦାଳନ ଅଗ୍ରଭାଗରେ ରହୁଥିଲେ ଆପଣ । ଜଣେ ସଂଗଠକ ଭାବେ ୧୯୬୯ ବିଶେଷକରି ୧୯୭୧ ମସିହାରୁ ମୃତୁ୍ୟ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ଆପଣ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲେ । ଏପରିକି ବିଶ୍ୱ ସଂଗଠନର ଉପସଭାପତି ହୋଇ ଆପଣ ଆନ୍ତାର୍ଜାତୀୟ ସ୍ତରରେ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ । ଜୀବଦ୍ଦଶାରେ ଆପଣ ଶିକ୍ଷକ ସଂଗଠନ ବିଭାଜନ ଦେଖି ଗଭୀର ଭାବେ ର୍ମମାହତ ହୋଇଥିଲେ । ଅଭିମାନରେ କହିଥିଲେ- ‘ଦୟାକରି ମୋତେ ଶିକ୍ଷକନେତା କୁହନ୍ତୁ ନାହିଁ ’ ।