Odisha news

ନବବଧୂଙ୍କ ବିରୁଦ୍ଧରେ ୪୨୦ ର ମାମଲା ଦର୍ଜ : ସ୍ୱାମୀ କହିଛନ୍ତି ଝିଅଟି ନିଜକୁ କୁଆଁରୀ କହି ତାଙ୍କ ସହିତ ବିବାହ କରିଥିଲା

0

ନୂଆଦିଲ୍ଲୀ : ରାୟପୁରର ଆରଙ୍ଗ ଥାନାରେ ଗୋଟିଏ ନବବଧୂଙ୍କ ବିରୁଦ୍ଧରେ ୪୨୦ ର ମାମଲା ଦର୍ଜ କରାଯାଇଛି l ଆରୋପି ଯୁବତୀଙ୍କ ସ୍ୱାମୀ ଦାବି କହିଛନ୍ତି ଯେ ଝିଅଟି ନିଜକୁ କୁଆଁରୀ କହି ତାଙ୍କ ସହିତ ବିବାହ କରିଥିଲା l ଯେବେକି ସେ ପ୍ରଥମରୁ ନିଜର ପ୍ରେମିକକୁ ବିବାହ କରିଥିଲା l ବର୍ତ୍ତମାନ ଦ୍ୱିତୀୟ ବିବାହର ଏକ ବର୍ଷ ପରେ ସେ ନିଜ ପ୍ରେମିକ ସହିତ ପଳାଇ ଯାଇଛି l ବର୍ତ୍ତମାନ ପୀଡିତ ସ୍ୱାମୀ ପତ୍ନୀଙ୍କ ବିରୁଦ୍ଧରେ ଧୋକାଧାରୀ କେସ ଦର୍ଜ କରିଛନ୍ତି l

ଉତଇ ଜିଲ୍ଲା ଦୁର୍ଗରେ ରହୁଥିବା ବିଦ୍ୟାସାଗର ବିକ୍ରମ ସିଂହ ଏହି ମାମଲାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି l ବିଦ୍ୟାସାଗର ପେସାରେ ଜଣେ ସ୍କୁଲ ଶିକ୍ଷକ ଅଟନ୍ତି l ତାଙ୍କର ପୋଷ୍ଟିଙ୍ଗ ମାଧ୍ୟମିକ ସ୍କୁଲ ବାଲୋଦରେ ହଗାଇଥିଲା l ତାଙ୍କର ବିବାହ ହୋଇ ନଥିବା କାରଣରୁ ତାଙ୍କ ପିତା ସବୁବେଳେ ସାମାଜିକ ପତ୍ରିକା ଗୁଡିକରେ ବିବାହ ପ୍ରସ୍ତାବ ନିଜ ପୁଅ ପାଇଁ ଦେଖୁଥିଲେ ,ସେ ଥରେ ସୁସ୍ମିତା ଡହରିୟାଙ୍କ ବିଷୟରେ ସେହି ପାତ୍ରରେ ପଢି ଥିଲେ l ସୁସ୍ମିତା ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ ,ସେ ଗୋଟିଏ ପତ୍ରିକାରେ ନିଜର ଵୟୋଡ଼ାଟା ଦେଇ ନିଜକୁ କୁଆଁରୀ ଝିଅ ଭାବରେ ଦର୍ଶାଇଥିଲେ l

ବିଦ୍ୟାଙ୍କ ପରିବାର ଲୋକ ସୁସ୍ମିତାଙ୍କ ଗାଁରେ ପହଁଚିଲେ ଏବଂ ଏକ ସାମାନ୍ୟ ପରିବାର ଭାବି ବିବାହ ପ୍ରସ୍ତାବ ବିଷୟରେ କଥା ହେଲେ ,ତାପରେ ବିବାହ ତାରିଖ ଠିକ ହୋଇଗଲା l ମାର୍ଚ୍ଚ ୧୦ ତାରିଖ ୨୦୧୯ ରେ ତାଙ୍କର ନିର୍ବନ୍ଧ ହୋଇଥିଲା ଓ ୨୮ ଏପ୍ରିଲ ୨୦୧୯ ରେ ବିବାହ ହେଲା l ବିବାହ ପରେ ସୁସ୍ମିତା ବିଦ୍ୟାଙ୍କ ସହିତ ସବୁବେଳେ ଖରାପ ବ୍ୟବହାର କରି ଆସୁଥିଲେ l

ସୁସ୍ମିତା ତାଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଉଥିଲେ l ବିଦ୍ୟା ଏହାର କାରଣ ବୁଝି ଜାଣି ପାରିଲେ ଯେ ସୁସ୍ମିତା ତାଙ୍କ ପୂର୍ବ ପ୍ରେମିକ ଜଗତ ନାମକ ବ୍ୟକ୍ତିଙ୍କ ସହିତ ଫୋନରେ ସବୁବେଳେ କଥା ହେଉଛନ୍ତି l ବର୍ତମାନ ପୋଲିସ ତର୍ଜମା କରି ଜାଣି ପାରିଛି ଯେ ସୁସ୍ମିତା ଜଗତକୁ ଏକ ଆର୍ଯ୍ୟ ସମାଜ ମନ୍ଦିରରେ ୨୦୧୬ ରୁ ବିବାହ କରି ସାରିଥିଲେ l ଚଳିତ ବର୍ଷ ଅଗଷ୍ଟ ମାସ ୨୦ ତାରିଖରେ ନିଜ ପ୍ରେମିକ ଜଗତ ସହିତ ବିଦ୍ୟାଙ୍କ ଘର ଛାଡି ପଳାଇ ଗଲେ l ବିଦ୍ୟା ଥାନାରେ ଅଟଳ ଦେଇ କହିଛନ୍ତି ଯେ ମତେ ଦୁଇଜଣ ଆର୍ଥିକ ଓ ସାମାଜିକ ଭାବରେ ଶୋଷଣ କରିଛନ୍ତି l

Leave A Reply