Odisha news

ପ୍ରଫେସରଙ୍କ ଦାବି ଭାରତରେ ମିଳିଛି ଡାଇନୋସରର ଅଣ୍ଡା

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମଣ୍ଡଳା ନିକଟରେ ଡାଇନୋସରର ୭ଟି ଅଣ୍ଡାର ଜୀବସ୍ମ ମିଳିଥିବାର ଦାବି କରାଯାଇଛି l ଭୂ ବିଜ୍ଞାନୀ ପ୍ରଫେସର ପିକେ କଠଲ ନିଜ ଗବେଷଣା ରିପୋର୍ଟକୁ ଆଧାର କରି ଏହା ଦାବି କରିଛନ୍ତି l

ମଣ୍ଡଳl ନିକଟରେ ଗୋଟିଏ କ୍ଷେତରେ ଏହି  ଜୀବସ୍ମ ଗୁଡିକୁ ଗୋଟିଏ ପିଲା ଦେଖିଥିଲା l ଯେତେବେଳେ ଏହି ବିଷୟରେ ଜଣେ ଶିକ୍ଷକ ପିଲାଟି ପାଖରୁ ଜାଣିଥିଲେ ସେ ଭୂ ବିଜ୍ଞାନୀ ପ୍ରଫେସରଙ୍କୁ ଜଣାଇଥିଲେ l

ଏହାପରେ ପ୍ରଫେସର ସେଠାକୁ ଯାଇ ନିରୀକ୍ଷଣ କରିଥିଲେ ଓ ସେଠାରେ ତାଙ୍କୁ ଡାଇନୋସରର ବଷା ମଧ୍ୟ ମିଳିଥିଲା l ପ୍ରଫେସର ଜଣଙ୍କ ନିଜ ଅଧୟନରୁ ଦାବି କରିଛନ୍ତି ଯେ ଏହି  ଜୀବସ୍ମ ଗୁଡିକ ଡାଇନୋସରର ଅଟେ l

ପ୍ରଫେସର କଠଲ କହିଛନ୍ତି ଏହି ମହତ୍ୱ ପୂର୍ଣ୍ଣ ଗବେଷଣାର ସମାପ୍ତ ହୋଇ ସାରିଛି ,କିନ୍ତୁ ଏହା ଡାଇନୋସର ପ୍ରଜାତିର ଅଧୟନ ଉପରେ ଅଧିକ ତଥ୍ୟ ମିଳିବାରେ ସାହାଯ୍ୟ କରିବ l ସେ କହିଛନ୍ତି ଅଣ୍ଡା ଗୁଡିକର ପରିଧି ୪୦ ସେମି ଅଟେ ଓ ଓଜନ ୨.୬ କିଲୋ ଗ୍ରାମ l ଏହି ଅଣ୍ଡା ଗୁଡିକ ଡାଇନୋସରର କୌଣସି ନୂଆ ପ୍ରଜାତରିର ହୋଇପାରେ l ବର୍ତ୍ତମନ ଭାରତରେ ସେହି ବିଷୟରେ କୌଣସି ତଥ୍ୟ ମିଳିନାହିଁ l

ସେ ଆହୁରି ମଧ୍ୟ କହିଛନ୍ତି ଏହି  ଜୀବସ୍ମ ଗୁଡିକ ଲମ୍ବା ବେକ ଓ ଛୋଟ ମୁଣ୍ଡ ଥିବା ତୃଣ ଭୋଜି ଡାଇନୋସର ମାନଙ୍କର ଅଟେ l ଏହା ମଧ୍ୟ ପ୍ରଫେସର କହିଛନ୍ତି ଯେ ଡାଇନୋସର ମାନେ ସେହି ସମୟରେ ଅଣ୍ଡା ଦେବା ପାଇଁ ଅନେକ ବାଟ ଆସୁଥିଲେ l ସେ କହିଛନ୍ତି ଆଗକୁ ଏହି ଗବେଷଣା ଦ୍ୱାରା ଆମେ ବିସ୍ତୃତ ଭାବରେ ଆମେ  ଅନେକ ତଥ୍ୟ ପାଇ ପାରିବା  l

Leave A Reply