Odisha news

ବିରଳ କଙ୍କଡା : ରତ୍ନ ବଟ ମଠରେ ଆଲୌକିକ ଘଟଣା ଘଟୁଥିବା ଚର୍ଚ୍ଚା , ଜୀବନ୍ତ ଶଙ୍ଖକୁ ଦିଆଯାଉଛି ଭଗବାନଙ୍କ ଅବତାର

0

ପାରଦାୀପ :ଘଣ୍ଟ ବାଜିଲେ ଆସୁଛନ୍ତି ଶଙ୍ଖ । ଚାଲୁଛି ପୂଜାର୍ଚ୍ଚନା । ଯାହା ଖାଦ୍ୟ ଦିଆଯାଉଛି, ସେମାନେ ଆସି ଏହାକୁ ଖାଉଛନ୍ତି । ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ଯିବା ବେଳେ ପଡ଼ୁଥିବା ରତ୍ନ ବଟ ମଠରେ ଏମିତି ଆଲୌକିକ ଘଟଣା ଘଟୁଥିବା ନେଇ ଚର୍ଚ୍ଚା ହୋଇଛି । ଏହାକୁ କିଛି ଲୋକ ଭଗବାନଙ୍କ ରୂପ ବୋଲି ଘୋଷଣା କରିବା ପରେ ଦୂର ଦୂରାନ୍ତରୁ ଏଠାକୁ ଲୋକ ଆସି ଭିଡ଼ ଜମାଇଲାଣି । ଲୋକେ ଏହି ଶଙ୍ଖକୁ ଭୋଗ ଦେବା ସହ ମାନସିକ କରୁଛଛନ୍ତି ।

ଏହା ପ୍ରକୃତରେ ସତ୍ୟ ଘଟଣା ନା ଏକ ଅନ୍ଧ ବିଶ୍ୱାସ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏହାସହ ଏମିତି ପ୍ରଚାର କରି ବନ୍ଦର ପ୍ରଶାସନ ଠାରୁ ସ୍ଥାନୀୟ ଜାଗାକୁ ହାତେଇବା ପାଇଁ କିଛି ଲୋକ ଏମିତି କସରତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ମଠରେ କପିଳମୁନି ଆସି ଦୀର୍ଘବର୍ଷ ଧରି ଆଶ୍ରମ କରି ରହି ଆସୁଥିଲେ ବୋଲି ଓଡ଼ିଆ ଭାଗବତରେ ଲିପିବଦ୍ଧ ହୋଇ ରହିଛି ବୋଲି ମଠର ମହନ୍ତମାନେ ଦାବି କରିଛନ୍ତି । ଏହି ପୀଠରେ ମା’ ବନଦୁର୍ଗା, ଶିବ, ଜଗନ୍ନାଥ ଓ ହନୁମାନ ପୂଜା ପାଇ ଆସୁଛନ୍ତି ।

ମାତ୍ର ବର୍ତ୍ତମାନ ପୂଜା ପାଉଥିବା ନେଇ ଶଙ୍ଖକୁ ନେଇ ହିଁ ପ୍ରକୃତ ବିବାଦ ଦେଖା ଦେଇଛି । ଏହି ମଠରେ ରହୁଥିବା ପୂଜକ ଓ ମହନ୍ତ ଏହି ଜୀବନ୍ତ ଶଙ୍ଖକୁ ଭଗବାନଙ୍କ ଅବତାର କହି ପୂଜା କରି ଆସୁଛନ୍ତି । ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ କରିବା ପାଇଁ ପତାକା ଓ ନଡ଼ିଆ ଭୋଗ କରଥାନ୍ତି । ଏବେ ଏହି ମଠରେ ଏହି ଜୀବନ୍ତ ଶଙ୍ଖକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏହାକୁ ପୂଜା କରିବା ସହ ଉଖୁଡ଼ା ଭୋଗ କରନ୍ତି ।

ଅନ୍ୟପଟେ ଏହାକୁ ନେଇ ମତ୍ସ୍ୟ ବିଭାଗର ଯୁଗ୍ମ ନିଦେ୍ର୍ଦଶକ ସଦାନନ୍ଦ ମହାପାତ୍ରଙ୍କ ସୂଚନା ଘଟଣାକୁ ନେଇ ଅଧିକ ବିବାଦୀୟ କରିପକାଇଛି । ଶ୍ରୀ ମହାପାତ୍ରଙ୍କ କହିବା ଅନୁଯାୟୀ, ଏ କୌଣସି ଆଲୌକିକ ଘଟଣା ନୁହେଁ । ଏହାକୁ ହରବିଟ୍ କ୍ରାବ୍ କୁହାଯାଏ । ପ୍ରାୟ ୮୦୦ ପ୍ରଜାତିର କଙ୍କଡ଼ା ଦେଖାଯାଏ । ସେମାନଙ୍କ ମଧ୍ୟରୁ ଏହା ଏକ ପ୍ରଜାତିର କଙ୍କଡ଼ା ଅଟେ । ଏହି କଙ୍କଡ଼ା ନିଜର ସୁରକ୍ଷା ପାଇଁ ମୃତ ଶଙ୍ଖ, ଗେଣ୍ଡା, ଶାମୁକାର ଖୋଳ ଭିତରେ ଆଶ୍ରୟ ନିଅନ୍ତି । ଏଣୁ ଏହାକୁ ନେଇ ସେମିତି ଆଲୌକିକ କଥା ଚିନ୍ତା କରିବା ଭୁଲ୍ ବୋଲି ସେ କହିଛନ୍ତି ।

Leave A Reply