ଫୁଲବାଣୀ,୦୬ା୧୧, କନ୍ଧମାଳରେ ଆଜି ଦୁଇ କରୋନା ଯୋଦ୍ଧାଙ୍କ ସମେତ ୧୨ ଜଣ ନୁଆଁ କରୋନା ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୭୩୭ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୫୯୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୧ ରେ ରହିଛି । ଆଉ ୧୧୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।
ଆଜିର ସଂକ୍ରମିତ ମାନଙ୍କ ମଧ୍ୟରେ ଫୁଲବାଣୀ ପୌରାଂଚଳରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲିଗୁଡା ଅଂଚଳରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଘୁ.ଉଦୟଗିରି ଅଂଚଳ ଜଣେ,ଚକାପାଦର ୪ ଜଣ, ଚକାପାଦରେ ୩ ଜଣ,ଦାରିଙ୍ଗବାଡିର ୨ଜଣ,ଘୁ.ଉଦୟଗିରିର ଜଣେ, ଖଜୁରିପଡାରେ ଜଣେ,ଟିକାବାଲିର ଜଣେ,ରାଇକିଆର ୨ ଜଣ ଏବଂ ଅନ୍ୟ ଅଂଚଳର ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।